ବାହାନଗା ଟ୍ରେନ୍ ଟ୍ରାଜେଡ଼ି : DNA ଟେଷ୍ଟ କରି ଦିଆଯାଉଛି ଶବ, ଏବେବି ଅଛି 41 ଶବ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣା ପରେ ଏବେବି ଭୁବନେଶ୍ଵର ଏମ୍ସରେ ରହିଛି 41 ଶବ । ଲୋକ ନିଜ ସମ୍ପର୍କୀୟଙ୍କ ଶବ ନେବାକୁ ଆସିଲେ ଡିଏନ୍ଏ ଟେଷ୍ଟ କରାଯାଇ ଶବ ହସ୍ତାନ୍ତର କରାଯାଉଛି । ଏ ନେଇ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଡ. ଆଶୁତୋଷ ବିଶ୍ୱାସ ପ୍ରତିକ୍ରିୟା ରଖିଛନ୍ତି ।

ସେ କହିଛନ୍ତି ଏବେ ମୃତକଙ୍କ ସଂପର୍କୀୟ କମ୍ ଲୋକ ଆସୁଛନ୍ତି । ଦିନେ ଦୁଇ ଦିନରେ ଜଣେ ଦୁଇ ଜଣ ସଂପର୍କୀୟ ଆସୁଛନ୍ତି । ଶବ ଚିହ୍ନଟ ହୋଇପାରୁଛି । କିନ୍ତୁ ଲୋକ ନେବା ପାଇଁ ଆସୁନାହାନ୍ତି । ଶବ ହସ୍ତାନ୍ତର ସଂପର୍କରେ ସମସ୍ତଙ୍କୁ ବିଭିନ୍ନ ମାଧ୍ୟମରେ ସୂଚନା ଦିଆଯାଉଛି । ଶବଗୁଡ଼ିକୁ ସୁରକ୍ଷିତ ଭାବେ ସଂରକ୍ଷିତ କରି ରଖାଯାଇଛି । ଆହୁରି ଅନେକ ଦିନ ଶବ ସଂରକ୍ଷିତ କରି ରଖାଯାଇପାରିବ । ବର୍ତ୍ତମାନ ସୁଦ୍ଧା ସମୂହ ଶବ ଦାହ ପାଇଁ କୌଣସି ନିଷ୍ପତ୍ତି ହୋଇନାହିଁ ।
ଉଲେଖ ଥାଉକି, ଜୁନ୍ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । 254 ଜଣ ମୃତ ଯାତ୍ରୀଙ୍କର ଶବକୁ ଚିହ୍ନଟ କରାଯାଇ ସେମାନଙ୍କର ପରିଜନଙ୍କୁ ହସ୍ତାନ୍ତର କରାଯାଇଛି । ଏବେ ବି 41 ଜଣଙ୍କର ପରିଚୟ ମିଳିପାରି ନାହିଁ । ଏମାନଙ୍କ ଶବକୁ ଏମ୍ସ ଭୁବନେଶ୍ୱରରେ ରଖାଯାଇଛି ।
-
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications