ବାହାନଗା ଟ୍ରେନ୍ ଦୁର୍ଘଟଣା : ଆସିଲା 29 DNA ରିପୋର୍ଟ, ଆଜି ହେବ ମୃତଦେହ ହସ୍ତାନ୍ତର
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାର ପ୍ରାୟ ଏକ ମାସ ପରେ ଆସିଛି 29 ମୃତଦେହର DNA ରିପୋର୍ଟ । ଏହା ପରେ ଆଜି ସେମାନଙ୍କ ପରିବାରର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ରିପୋର୍ଟ ଆସିଥିବା 29 ମୃତକଙ୍କ ପରିବାର ଲୋକଙ୍କୁ ଭୁବନେଶ୍ୱର ଏମ୍ସ କୁ ଡକାଯାଇଛି ।
ସମସ୍ତ ମୃତଦେହକୁ ନେବା ପାଇଁ ମାଗଣା ଆମ୍ବୁଲାନ୍ସ ଯୋଗାଇ ଦେବେ ରାଜ୍ୟ ସରକାର । ମୃତକଙ୍କ ପରିବାର ଏମ୍ସ କର୍ତ୍ତୃପକ୍ଷଙ୍କ ସହ ଯୋଗାଯୋଗ କରି ମାଗଣା ଆମ୍ବୁଲାନ୍ସ ନେଇପାରିବେ । ଏ ନେଇ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ।

ଚିହ୍ନଟ ହୋଇଥିବା 29 ମୃତଦେହ ମଧ୍ୟରୁ ଜଣେ ମୟୂରଭଞ୍ଜର ହୋଇଥିବା ବେଳେ ଅନ୍ୟଗୁଡିକ ବିହାର ଓ ପଶ୍ଚିମବଙ୍ଗର ବୋଲି ଜଣାପଡ଼ିଛି ।
ସୂଚନା ଥାଉକି, ଜୁନ୍ 29 ସୁଦ୍ଧା ଦୁର୍ଘଟଣାରେ ମୋଟ 293 ଯାତ୍ରୀଙ୍କର ମୃତ୍ୟୁ ହୋଇଛି । କିଛି ମୃତଦେହକୁ ଚିହ୍ନଟ କରାଯାଇ ପରିବାରକୁ ହସ୍ତାନ୍ତର କରାଯିବା ସହିତ କ୍ଷିତପୂରଣ ଦିଆଯାଇଥିବା ବେଳେ ବାକି ଶବର ଚିହ୍ନଟ ଚାଲିଛି । ବର୍ତ୍ତମାନ ସୁଦ୍ଧା ଏମ୍ସରେ ଚିହ୍ନଟ ହୋଇ ନଥିବା 81 ମୃତ ଦେହ ଥିବା ବେଳେ ଆଜି 29 ଶବକୁ ହସ୍ତାନ୍ତର କରାଯିବ ।
ଅନ୍ୟ ମୃତକଙ୍କ DNA ରିପୋର୍ଟ ଆସିବା ପରେ ସେଗଦୁଡିକୁ ମଧ୍ୟ ହସ୍ତାନ୍ତର କରାଯିବ ।
-
ପୁଣି ଥରେ ଭାରତକୁ ସାହାଯ୍ୟର ହାତ ବଢାଇଛି ଋଷିଆ, ସାରା ବିଶ୍ବରେ.... -
ବୁଡ଼ିଗଲା ଇରାନର ଯୁଦ୍ଧ ଜାହାଜ, 101 ଜଣ ନିଖୋଜ -
ହୋଲିରେ କର୍ମଚାରୀଙ୍କୁ ବଡ଼ ଉପହାର, ୩% ବଢିଲା ମହଙ୍ଗା ଭତ୍ତା -
ଇରାନର ମିସାଇଲ୍ ମାଡ଼ରେ ଆମେରିକାର ଯବାନ ନିହତ -
ଇରାନୀ ବିମାନକୁ ଗୁଳି କରି ଖସାଇଲା ଇସ୍ରାଏଲ -
ପ୍ରଧାନମନ୍ତ୍ରୀ ମୋଦୀ ଚାଲିଯିବା ପରେ ଅପରେସନ;ଇସ୍ରାଏଲ ରାଷ୍ଟ୍ରଦୂତ -
ଆଫଗାନିସ୍ତାନ - ପାକିସ୍ତାନ ମୁହାଁମୁହିଁ ; ୧୫୦ ସୈନ୍ୟଙ୍କୁ ମାରିଲା ଆଫଗାନିସ୍ତାନ, ୪୦ ପୋଷ୍ଟ୍ ଉପରେ କବଜା -
T-20 ବିଶ୍ବକପର ଆଜି ପ୍ରଥମ ସେମିଫାଇନାଲ୍ ମୁକାବିଲା, ମୁହାଁମୁହିଁ ହେବେ ଦକ୍ଷିଣ ଆଫ୍ରିକା ଏବଂ ନ୍ୟୁଜିଲାଣ୍ଡ -
ଆଫଗାନ ତାଲିବାନର କମାଣ୍ଡରଙ୍କୁ ହତ୍ୟା -
ମଧ୍ୟପ୍ରାଚ୍ୟ ଉତ୍ତେଜନା ବୃଦ୍ଧି ଯୋଗୁଁ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବାତିଲ -
ଶାକାହାରୀମାନଙ୍କୁ ହେବନି ଏହି 5 ପ୍ରକାର କ୍ୟାନ୍ସର, ରିସର୍ଚ୍ଚରୁ ବଡ଼ ଖୁଲାସା -
ବିଜୟ ମହାପାତ୍ରଙ୍କ ଘରେ ରାଜ୍ୟସଭା ପ୍ରାର୍ଥୀ ଦିଲ୍ଲୀପ ରାୟ











Click it and Unblock the Notifications