ବାହାନଗା ଟ୍ରେନ୍ ଦୁର୍ଘଟଣା: ଏବେବି ପରିଚୟ ଖୋଜୁଠି 28 ମୃତଦେ
ଭୁବନେଶ୍ୱର: ବାହାନଗା ଟ୍ରେନ୍ ଦୁର୍ଘଟଣାକୁ ବିତିଗଲାଣି 4 ମାସ । ଏବେ ବି ଚିହ୍ନଟ ହୋଇପାରିନି ମୃତଦେହ । ପରିଚୟ ଅପେକ୍ଷାରେ ଏମ୍ସ ହସ୍ପିଟାଲରେ 28 ମୃତଦେହ ପଡିରହିଛି । ଏ ସବୁର ସତ୍କାର କିଭଳି ଭାବରେ ସୁରୁଖୁରୁରେ କରାଯାଇପାରିବ , ସେ ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସବୁ ପ୍ରକାର ପ୍ରୟାସ କରାଯାଉଛି ।

ଏହା ପୂର୍ବରୁ କୌଣସି ମୃତକଙ୍କ ସମ୍ପର୍କୀୟ ଆସୁଛନ୍ତି , ତେବେ ସେମାନଙ୍କୁ ମୃତଦେହ ହସ୍ତାନ୍ତର କରାଯିବ । ସବୁ ସରକାରୀ ନିୟମ ଅନୁପାଳନରେ ଶବ ସତ୍କାର ନେଇ ଆଲୋଚନା କରାଯାଉଛି । ଘଟଣାକୁ ନେଇ ଏମ୍ସ ନିର୍ଦ୍ଦେଶକ କହିଛନ୍ତି ଶବ ସତ୍କାର ନେଇ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ତାରିଖ ଧାର୍ଯ୍ୟ କରାଯାଇନି ।
ସରକାରୀ ନିୟମ ଅନୁପାଳନରେ ଏସବୁ ମୃତଦେହକୁ ସତ୍କାର କରାଯିବ । ସିବିଆଇ, ବିଏମସି, ଏମ୍ସ ଏବଂ ରାଜ୍ୟ ସରକାରଙ୍କ ଉପସ୍ଥିତିରେ ଶବ ଗୁଡିକର ଅନ୍ତିମ ସଂସ୍କାର କରାଯିବ । ଅନ୍ୟପଟେ ଏହି ଘଟଣାକୁ ନେଇ ବିଏମସି କମିଶନର ବିଜୟ ଅମୃତ କୁଲାଙ୍ଗେ ମଧ୍ୟ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଏନେଇ ଚିଫ ସେକ୍ରେଟାରୀ ସ୍ତରରେ ଆଲୋଚନା ହୋଇଥିଲା । ଏବେ ପର୍ଯ୍ୟନ୍ତ ବାହାନଗା ରେଳ ଦୁର୍ଘଟଣାର ୨୮ ଅପରିଚିତ ମୃତଦେହ ରହିଛି । ସେଗୁଡ଼ିକୁ ବିଏମସି ଉପସ୍ଥିତିରେ ସତ୍ୟନଗର ଓ ଭରତପୁର ଶ୍ମଶାନରେ ଦାହ କରାଯିବ ।
ଉଲେଖ ଥାଉକି, ଜୁନ୍ 2 ତାରିଖରେ ଘଟିଥିବା ବାହାନଗା ଟ୍ରେନ ଦୁର୍ଘଟଣାରେ ମୋଟ୍ 295 ଯାତ୍ରୀଙ୍କର ମୃତ୍ୟୁ ହୋଇଥିଲା । ଦୁର୍ଘଟଣାରେ ମୃତ 162 ଜଣଙ୍କର ମୃତଦେହକୁ ଭୁବନେଶ୍ୱର ଏମ୍ସକୁ ଅଣାଯାଇଥିଲା । ସେଥିରୁ ଏପର୍ଯ୍ୟନ୍ତ 134 ଜଣଙ୍କର ମୃତଦେହ ସେମାନଙ୍କର ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇ ସାରିଛି । ପ୍ରଥମ ପର୍ଯ୍ୟାୟରେ 81ଟି ମୃତଦେହ ହସ୍ତାନ୍ତର କରାଯାଇଥିଲା । ଦ୍ୱିତୀୟ ପର୍ଯ୍ୟାୟରେ 53 ମୃତଦେହ ସେମାନଙ୍କର ପରିବାରକୁ ହସ୍ତାନ୍ତର କରାଯାଇଛି । ତେବେ 28ଟି ମୃତହେଦ ଏମ୍ସରେ ରଖାଯାଇଛି ।
-
ଆମେରିକା ଏବଂ ଇରାନ ବିବାଦ ;ଟ୍ରମ୍ପଙ୍କୁ ଧୋକା ଦେଲେ ଏହି ଦେଶ -
କ୍ରସ୍ ଭୋଟିଂକୁ ନେଇ ନବୀନଙ୍କ ପ୍ରତିକ୍ରିୟା, କହିଲେ ବିଜେପି... -
କଟକ SCB ଅଗ୍ନିକାଣ୍ଡ ; ଦୁଃଖ ପ୍ରକାଶ କଲେ ପ୍ରଧାନମନ୍ତ୍ରୀ ଓ ରାଷ୍ଟ୍ରପତି,ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ -
ବିଧାୟିକା ଉପାସନାଙ୍କ ଭୋଟ୍କୁ ନେଇ ନବୀନଙ୍କ ଅଭିଯୋଗ -
୨ ମାସ ତଳୁ ଯୋଜନା ପ୍ରସ୍ତୁତ ହୋଇଥିଲା, ଜିତିବା ପାଇଁ ଲଢୁଥିଲୁ;ବିଜୟ ମହାପାତ୍ର -
କ୍ରସ୍ ଭୋଟିଂକୁ ନେଇ ପିସିସି ସଭାପତିଙ୍କ ବିସ୍ଫୋରକ ବୟାନ -
ଅଣ୍ଡା ପ୍ରେମୀଙ୍କ ପାଇଁ ଖୁସି ଖବର ; କମିଲା ରେଟ, ଜାଣନ୍ତୁ କେତେ? -
ଓଡ଼ିଶାର ୯ ଜିଲା ଦେଇ ଯିବ ଖଡ଼ଗପୁର-ବିଜୟୱାଡା ଏକ୍ସପ୍ରେସୱେ -
କ୍ରସ୍ ଭୋଟିଂ ପାଇଁ କଂଗ୍ରେସରୁ ନିଲମ୍ବନ ହେଲେ ୩ ବିଧାୟକ -
ଉଚ୍ଚସ୍ତରୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ -
ଦିଲ୍ଲୀ ହାଇକୋର୍ଟରେ ୧୦କୋଟି ଟଙ୍କାର କେସ୍ ଦାଏର କଲେ କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ଝିଅ, ଜାଣନ୍ତୁ ପୁରା ଘଟଣା -
ନିର୍ବାଚନ ପୂର୍ବରୁ ମମତାଙ୍କୁ ଝଟକା, ଆକ୍ସନ ମୁଡକୁ ଆସିଲେ ନିର୍ବାଚନ କମିଶନ












Click it and Unblock the Notifications