ବାହାନଗା ଦୁର୍ଘଟଣା : 290 କୁ ବୃଦ୍ଧି ହେଲା ମୃତ୍ୟୁ ସଂଖ୍ୟା, SCB ରେ ଆଉ ଜଣଙ୍କର ମୃତ୍ୟୁ

କଟକ: ବାଲେଶ୍ୱର ଜିଲ୍ଲା ବାହାନଗା ରେଳ ଦୁର୍ଘଟଣାରେ ଆହତ ହୋଇ ଏସସିବିରେ ଚିକିତ୍ସାଧୀନ ଅବସ୍ଥାରେ ଆଉ ଜଣଙ୍କର ମୃତ୍ୟୁ ହୋଇଛି । ଏହା ପରେ ମୋଟ ମୃତକଙ୍କ ସଂଖ୍ୟା 290 କୁ ବୃଦ୍ଧି ପାଇଛି । ମୃତକ ହେଲେ ବିହାର ବାସିନ୍ଦା ପ୍ରକାଶ ରାମ ।

bahanaga death

ପ୍ରକାଶଙ୍କର ଆସିୟୁରେ ଚିକିତ୍ସା ଚାଲିଥିଲା । ପ୍ରକାଶ ରାମଙ୍କ ବୟସ 17 ବର୍ଷ । ଏନେଇ ସୂଚନା ଦେଇଛନ୍ତି କଟକ ଏସସିବି ମେଡିକାଲର କୁଳ ସଚିବ ଡକ୍ଟର ଅବିନାଶ ରାଉତ । ଏହାକୁ ମିଶାଇ ଏସସିବିରେ ଦୁଇ ମୃତ୍ୟ ହୋଇଛି । ବିଭିନ୍ନ ସ୍ଥାନରେ ଆହୁରି ପ୍ରାୟ କେତେକ ଲୋକଙ୍କର ଚିକିତ୍ସା ଜାରି ରହିଛି ।

ଏହା ପୂର୍ବରୁ ବିଜୟ ପାଶୱାନ ନାମକ ଜଣେ ଆହତଙ୍କର ଚିକିତ୍ସାଧୀନ ଅଵସ୍ଥାରେ ମୃତ୍ୟୁ ହୋଇଥିଲା । ତାଙ୍କ ଘର ମଧ୍ୟ ବିହାର ଅଞ୍ଚଳରେ । ଦୁର୍ଘଟଣା ଦିନ ତାଙ୍କୁ ଗୁରୁତର ଅବସ୍ଥାରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଏସସିବିର ସେଣ୍ଟ୍ରାଲ ଆଇସିୟୁରେ ରହି ଚିକିତ୍ସିତ ହେଉଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+