ଖୋଲିଲା ବାହାନଗା ସ୍କୁଲ୍, ନୂତନ ଶ୍ରେଣୀ ଗୃହ ନିର୍ମାଣ ପରେ ଖୋଲା ହେଲା ସ୍କୁଲ୍
ବାଲେଶ୍ୱର : ଆଜି ଖୋଲିଛି ବାହାନଗା ସ୍କୁଲ୍ । ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ ସହ ପୂର୍ବ ନିର୍ଦ୍ଧାରିତ ତାରିଖ ଅନୁସାରେ ବାହାନଗା ସ୍କୁଲ୍ ମଧ୍ୟ ଖୋଲିଛି । ନୂଆ ଶ୍ରେଣୀଗୃହ ନିର୍ମାଣ ପରେ ଖରା ଛୁଟି ଶେଷ ହେବା ପରେ ସ୍କୁଲ୍ ଖୋଲିଛି ।

ବାହାନଗା ଟ୍ରେନ୍ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଶହ ଶହ ଯାତ୍ରୀଙ୍କ ମୃତଦେହ ଏହି ସ୍କୁଲରେ ରଖାଯାଇଥିଲା । ପରେ ମୃତଦେହ ଗୁଡ଼ିକୁ ସେଠାରୁ ସ୍ଥାନାନ୍ତର କରାଯିବା ପରେ ମଧ୍ୟ ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ ମଧ୍ୟରେ ଭୟର ବାତାବରଣ ଦେଖାଦେଇଥିଲା । ଫଳରେ ପ୍ରଶାସନ ପକ୍ଷରୁ ସଂପୃକ୍ତ ଶ୍ରେଣୀଗୃହ ଗୁଡ଼ିକ ଭଙ୍ଗା ଯାଇ ନୂତନ ଶ୍ରେଣୀ ଗୃହ ନିର୍ମାଣ କରାଯାଇଛି ।
ସେହିପରି ଖରାଛୁଟି ସରିବା ପରେ ଆଜିଠାରୁ ଖୋଲିଛି ରାଜ୍ୟର ଅନେକ ଜିଲ୍ଲାର ସ୍କୁଲ । କିନ୍ତୁ ପଶ୍ଚିମ ଓଡ଼ିଶାରେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି 7 ଜିଲ୍ଲାରେ ଯଥାକ୍ରମେ 22 ଓ 23 ରେ ସ୍କୁଲ୍ ଖୋଲାଯିବ । ଏପରିକି ଏହି 7 ଜିଲ୍ଲାରେ ସକାଳୁଆ ସ୍କୁଲ ହେବା ନେଇ ନିଷ୍ପତ୍ତି ନିଆଯାଇଛି ।
ସମ୍ବଲପୁର ଓ ଝାରସୁଗୁଡ଼ା ଜିଲ୍ଲାରେ ଆସନ୍ତାକାଲି ସ୍କୁଲ ଖୋଲିବ । ଏହି ଉଭୟ ଜିଲ୍ଲାରେ 22 ରୁ 24 ଯାଏଁ ସକାଳୁଆ ସ୍କୁଲ୍ ହେବ । ଏହା ପରେ 26 ତାରିଖରୁ ସ୍ୱାଭାବିକ ଭାବେ 10 ଟା ରୁ ସ୍କୁଲ୍ ହେବ ।
ସେହିପରି ସୁବର୍ଣ୍ଣପୁର ଜିଲ୍ଲାରେ 23 ତାରିଖରେ ଖୋଲିବ ସ୍କୁଲ । 23 ଓ 24 ଦୁଇ ଦିନ ସକାଳୁଆ ସ୍କୁଲ୍ ହେବ । ସକାଳ 6.30 ରୁ 9.30 ଯାଏ ଚାଲିବ ସ୍କୁଲ । ସେହିଭଳି ସୁନ୍ଦରଗଡ଼ ଓ ନୂଆପଡ଼ା ଜିଲ୍ଲାରେ ମଧ୍ୟ 23 ରେ ଖୋଲିବ ସ୍କୁଲ ଖୋଲିବ । 26 ତାରିଖ ଠାରୁ ନିୟମିତ ସମୟାନୁସାରେ 10 ଟାରେ ସ୍କୁଲ ଖୋଲିବ । ଅପରପକ୍ଷରେ ବଲାଙ୍ଗୀରରେ 22 ତାରିଖରେ ଖୋଲିବ ସ୍କୁଲ ।
-
ପାକିସ୍ତାନରେ ବଡ଼ ବିପର୍ଯ୍ୟୟ: ସ୍କୁଲ ଦୁଇ ସପ୍ତାହ ପାଇଁ ବନ୍ଦ, ଦରମା ୨୫% ହ୍ରାସ -
ସାବଧାନ! ହାଡ଼କୁ ଦୁର୍ବଳ କରୁଛି ଏହି ସବୁ ଜିନିଷ -
ଇରାନ ସହିତ ରୁଷ ଦୃଢ଼ ଭାବରେ ଛିଡା ହେବ; ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ -
UAE ରାଷ୍ଟ୍ରଦୂତଙ୍କ ବଡ ବୟାନ ; କହିଲେ ପ୍ରଧାନମନ୍ତ୍ରୀ ଗୋଟାଏ ଫୋନ୍ କଲ ଯୁଦ୍ଧରେ ଲଗାଇ ପାରିବ ବ୍ରେକ -
ଟି୨୦ ବିଶ୍ୱକପରେ ଇତିହାସ ରଚିଲା ଭାରତ , ଗମ୍ଭୀରଙ୍କ ପାଇଁ ଇନଷ୍ଟା ପୋଷ୍ଟ୍ କଲେ ଧୋନୀ -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ଘରୋଇ ମାଟିରେ ଭାରତର ବଡ଼ ବିଜୟ, ଖୁସିରେ ଝୁମିଲେ ବିରାଟ -
ଭେନେଜୁଏଲାରୁ ୧୦୦ ନିୟୁତ ଡଲାର ମୂଲ୍ୟର ସୁନା ପାଇଛି ଆମେରିକାର ; ଗୃହ ସଚିବ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ସରକାରଙ୍କ ବଡ଼ ନିଷ୍ପତ୍ତି, ବଢିଲା ଏଲପିଜି ସିଲିଣ୍ଡର ବୁକିଂର ସମୟ












Click it and Unblock the Notifications