ପୁରୀରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସେବା
ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ । ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଏହି ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି ।
ଭୁବନେଶ୍ୱର : ଶ୍ରୀକ୍ଷେତ୍ରରେ ଆରମ୍ଭ ହୋଇଛି ବଡ଼ଦାଣ୍ଡ ସେବା କାର୍ଯ୍ୟକ୍ରମ । ଜିଲ୍ଲା ପ୍ରଶାସନ ଓ ପୌରସଂସ୍ଥା ପକ୍ଷରୁ ଏହି ସେବା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ସମୂହ ସଫେଈ ଅଭିଯାନରେ ସ୍ବେଛାସେବୀ, ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ସମସ୍ତେ ମିଶି ବଡଦାଣ୍ଡକୁ ସଫା କରୁଛନ୍ତି । ପ୍ରତ୍ୟେକ ଶନିବାର ସବୁ ବର୍ଗର ସ୍ବେଛାସେବୀ ଏହି ସେବା ଅଭିଯାନରେ ସାମିଲ ହୋଇ ସଫା କରିବାର କାର୍ଯ୍ୟକ୍ରମ ରହିଛି ।

ଏହି ଅଭିଯାନରେ 3 କିଲୋମିଟର ଦୀର୍ଘ ବଡଦାଣ୍ଡକୁ 5ଟି ଭାଗରେ ବିଭକ୍ତ କରାଯାଇ ସ୍ବେଛାସେବୀଙ୍କ ଦ୍ୱାରା ବିଭିନ୍ନ ସଚେତନତା ମୂଳକ କାର୍ଯ୍ୟକ୍ରମ କରାଯାଇଛି । ଚିତ୍ରାଙ୍କନ, ଝୋଟି ଚିତା, ତର୍କ ପ୍ରତିଯୋଗିତା, ରଙ୍ଗୋଲି, ପଥପ୍ରାନ୍ତ ନାଟକ ପ୍ରଭୃତି କାର୍ଯ୍ୟକ୍ରମ ମଧ୍ୟ ଆୟୋଜନ କରାଯାଇଛି । କୃତି ପ୍ରତିଯୋଗୀଙ୍କୁ ଏହି ଅବସରରେ ପୁରସ୍କୃତ ମଧ୍ୟ କରାଯିବାର ଯୋଜନା ରହିଛି । ଏହି ଅବସରରେ ପୁରୀ ବେଳାଭୂମିରେ ବାଲୁକାଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ସୁନ୍ଦର ବାଲୁକା କଳା ନିର୍ମାଣ କରିଛନ୍ତି । ପୁରୀକୁ ସ୍ୱଚ୍ଛ ରଖିବା ପାଈଁ ବଡ ଦାଣ୍ଡ ସେବା କାର୍ଯ୍ୟକ୍ରମ ସଚେତନତା ସୃଷ୍ଟି କରିବା ଲକ୍ଷରେ ଏହି ବାଲୁକା କଳା ମାଧ୍ୟମରେ ବାର୍ତ୍ତା ଦିଆଯାଇଛି ।
Let us join in cleaning of Bada Danda every Saturday 6:30 am to 8:30 am, starting tomorrow.
— Sudarsan Pattnaik (@sudarsansand) March 5, 2021
Exciting goodies on offer for exchanging single use plastic. Excellent initiative taken by @Puri_Official to make Puri the cleanest! City #SwachhPuri . My SandArt at Puri beach . pic.twitter.com/rYWziBeQJx












Click it and Unblock the Notifications