Get Updates
Get notified of breaking news, exclusive insights, and must-see stories!

ଫାଶୀ ଲଗାଇ ଝୁଲି ପଡ଼ିଲେ ବି.ଟେକ୍ ଛାତ୍ର

ରାଉରକେଲା: ଫାଶୀ ଲଗାଇ ଝୁଲି ପଡ଼ିଲେ ବି.ଟେକ୍ ଛାତ୍ର । ଏନଆଇଟି-ରାଉରକେଲା ଦ୍ୱିତୀୟ ବର୍ଷର ବି.ଟେକ୍ ଛାତ୍ର ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ମୃତ ଛାତ୍ର ଜଣକ ହେଲେ ତ୍ରିପୁରାର ଦେବମଳୟ ରୟ କର୍ମକର ।

NIT

ସୋମବାର ଏମ୍ଏସ୍ ସ୍ୱାମୀନାଥନ୍ ହଲ୍ ଅଫ୍ ରେସିଡେନ୍ସରେ ଥିବା ହଷ୍ଟେଲ ରୁମରୁ ଛାତ୍ରଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ଦେବମଳୟ ଇଲେକ୍ଟ୍ରୋନିକ୍ସ ଏବଂ ଯୋଗାଯୋଗ ଇଞ୍ଜିନିୟରିଂ ବିଭାଗର ଛାତ୍ର ଥିଲେ । ତେବେ କେଉଁ କାରଣରୁ ଛାତ୍ର ଜଣଙ୍କ ଆତ୍ମହତ୍ୟା କରିଛନ୍ତି ସେ ନେଇ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନାହିଁ । ଘଟଣା ସମ୍ପର୍କରେ ଖବର ପାଇଁ ତୁରନ୍ତ ସ୍ଥାନୀୟ ପୋଲିସକୁ ଖବର ଦିଆଯାଇଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି । ଅନ୍ୟପଟେ ଏନେଇ ଘଟଣାସ୍ଥଳରେ ସମସ୍ତଙ୍କୁ ପଚରାଉଚୁରା କରୁଛି ପୋଲିସ ।

ଏ ସମ୍ପର୍କରେ କଲେଜର ରେଜିଷ୍ଟ୍ରାର ରୋହନ ଧିମନ କହିଛନ୍ତି, ହୋଷ୍ଟେଲ ରୁମରେ ଦେବମଳୟଙ୍କ ସହ ତାଙ୍କ ସହପାଠୀ ବା ବନ୍ଧୁ ରହୁଥିଲେ । ଏହି ବନ୍ଧୁ ଜଣଙ୍କ ନିଜ ଘର ସମ୍ବଲପୁର ଯିବା ପରଠାରୁ ଦେବମଳୟ ରୁମରେ ଏକୁଟିଆ ଥିଲେ । ତେବେ ଆଜି ମୃତ ଛାତ୍ରଙ୍କ ପରିବାର ଲୋକେ ବାରମ୍ବାର ଫୋନ କଲ କରିବା ସତ୍ତ୍ୱେ ଛାତ୍ରଜଣକ ଫୋନ ନଉଠାଇବାରୁ କଲେଜ କର୍ତ୍ତୃପକ୍ଷଙ୍କୁ ପରିବାର ଲୋକେ ଯୋଗାଯୋଗ କରିଥିଲେ । କଲେଜ କର୍ତ୍ତୃପକ୍ଷ ଦେବମଳୟଙ୍କ ରୁମକୁ ଆସି କବାଟ ଖୋଲି ଦେଖିବା ବେଳକୁ ଛାତ୍ର ଜଣକ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି । ପୋଲିସ ଆତ୍ମହତ୍ୟାର କାରଣ ଖୋଜିବା ସହ ତଦନ୍ତ ଆରମ୍ଭ କରିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+