ଇଏ କି ଅବହେଳା ? A+ ପ୍ୟାକେଟରେ B+ ରକ୍ତ, ଭୁଲ ରକ୍ତ ନେଇ ରୋଗୀ ଗୁରୁତର

କଟକ: ସ୍ୱାସ୍ଥ୍ୟ ଭଳି ସମ୍ବେଦନଶୀଳ ବିଭାଗରେ ବେପରୁଆ ମନୋଭାବ । ରକ୍ତ ଭଣ୍ଡାରରେ ମିଳୁଛି ଭୁଲ୍ ରକ୍ତ । ପ୍ୟାକେଟ୍ ରେ ଲେଖାଅଛି A+, କିନ୍ତୁ ଭିତରେ ଅଛି B+ ରକ୍ତ । ଭୁଲ ରକ୍ତ ନେବାରୁ ରୋଗୀ ଗୁରୁତର ହୋଇପଡ଼ିଛନ୍ତି । ଏ ସାଂଘାତିକ ଭୁଲ କରିଛି ରେଡକ୍ରସ୍ ରକ୍ତ ଭଣ୍ଡାର ।

ଭୁଲ ରକ୍ତ ଦେଇଥିବା ନେଇ କଟକ ରେଡକ୍ରସ୍ ରକ୍ତ ଭଣ୍ଡାର ବିରୋଧରେ ସାଂଘାତିକ ଅଭିଯୋଗ । ରୋଗୀଙ୍କ ଜୀବନ ସହ ଖେଳୁଛନ୍ତି ରେଡକ୍ରସ୍ ରକ୍ ଭଣ୍ଡାର କର୍ମଚାରୀ । A+ ପ୍ୟାକେଟରେ B+ ରକ୍ତ ରହୁଛି । ଆଉ ଏହି ରକ୍ତ ନେଇ ଜଣେ ରୋଗୀ ଗୁରୁତର ହୋଇ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।

Blood

ଏହି ଅଭିଯୋଗ ହେବା ପରେ ତଦନ୍ତ ପାଇଁ କମିଟି ଗଠନ କରିଛି ସଂସ୍ଥା । କଟକ ଝୋଲାସାହି ସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିବା ବିଭୂତି ଭୂଷଣ ଜେନାଙ୍କ ପୁଅ ଏହି ଅଭିଯୋଗ କରିଛନ୍ତି । ତାଙ୍କ ବାପାଙ୍କ ଶରୀରରେ ହିମୋଗ୍ଲୋବିନ୍ କମ୍ ଥିବାରୁ ଡାକ୍ତର ରକ୍ତ ଦେବାକୁ କହିଥିଲେ । କଟକ ରେଡକ୍ରସ୍ ରକ୍ତ ଭଣ୍ଡାରରୁ ରକ୍ତ ଆଣି ଦେବା ସମୟରେ ତାଙ୍କ ବାପା ଥରିବାକୁ ଲାଗିବା ସହ ଗୁରୁତର ହୋଇ ପଡିଥିଲେ । ସଙ୍ଗେ ସଙ୍ଗେ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା । ଏବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

ପରେ ବ୍ଲଡ୍‌ ବ୍ୟାଙ୍କରୁ ଅଣାଯାଇଥିବା ରକ୍ତର ଗ୍ରୁପ୍‌ ପରୀକ୍ଷା ଏକ ଘରୋଇ ଲ୍ୟାବ୍‌ରେ କରାଯାଇଥିଲା । ଏହା B ପଜିଟିଭ ବୋଲି ଜଣାପଡ଼ିଥିବା ଅଭିଯୋଗ ହୋଇଛି । ରୋଗୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ରିପୋର୍ଟ ପାଇବା ପରେ ଏହି ଘଟଣାର ତଦନ୍ତ କରାଯିବ ବୋଲି କହିଛନ୍ତି କେନ୍ଦ୍ରୀୟ ରେଡ଼କ୍ରସ ଭଣ୍ଡାରର ନିର୍ଦ୍ଦେଶକ ।

ଅଭିଯୋଗକୁ ଅତି ଗୁରୁତର ଭାବରେ ନେଇଛନ୍ତି ରେଡକ୍ରସ୍ ରକ୍ତଭଣ୍ଡାର କର୍ତ୍ତୃପକ୍ଷ । ଖୁବଶୀଘ୍ର ଏକ କମିଟି ଗଠନ କରାଯାଇ ରକ୍ତ ପ୍ୟାକେଟରେ କିଭଳି ରକ୍ତ ତ୍ରୁଟି ରହିଲା ତଦନ୍ତ କରାଯିବ । ଦୋଷୀ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି କର୍ତ୍ତୃପକ୍ଷ । ଭୁଲ୍ ରକ୍ତ ପଛରେ କାହାର ହାତ ? କିଛି କର୍ମଚାରୀଙ୍କ ଖାମଖିଆଲି ନୀତି ଯୋଗୁ ଏଭଳି ଘଟଣା ଘଟିଥିବା ନେଇ ହୋଇଛି ଅଭିଯୋଗ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+