ବିଧାନସଭା ଅଧିବେଶନ ବେଳେ ବନ୍ଦ ରହିବ ଏହି ରାସ୍ତା

ଭୁବନେଶ୍ୱର: ରାଜ୍ୟ ବିଧାନସଭା ମୌସୁମୀ ଅଧିବେଶନ ଆସନ୍ତା 22 ସେପ୍ଟେମ୍ବରରୁ ଆରମ୍ଭ ହେବ । ଗୃହ ଅଧିବେଶନ ଅକ୍ଟୋବର 4 ତାରିଖ ପର୍ଯ୍ୟନ୍ତ ଜାରି ରହିବ । ଏହି ସମୟରେ ବିଧାନସଭା ସଲଗ୍ନ ରାସ୍ତାମାନଙ୍କରେ ଯାନବାହାନ ଚଳାଚଳ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି କମିଶନରେଟ୍ ପୋଲିସ୍ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି ।

lok seva bhawan
  • ବିଧାନସଭା ଅଧିବେଶନ ସମୟରେ ହାଉସିଂ ବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଯାନବାହାନ କେଶରୀ ଟକିଜ୍ ଛକ ଠାରୁ ବାମ ପାର୍ଶ୍ୱ ରାସ୍ତାରେ ଯିବେ ।
  • ଏ.ଜି ଛକ ପଟୁ ପି.ଏମ.ଜି ଛକ ଆଡ଼କୁ ଆସୁଥିବା ସମସ୍ତା ଯାନବାହାନ ଜୟଦେବ ଭବନ ପାଖରେ ଡାହାଣ ପାର୍ଶ୍ୱରେ ଥିବା ଇନ୍ଦିରା ଗାନ୍ଧୀ ପାର୍କ ରାସ୍ତା ଦେଇ ନିଜ ଗନ୍ତବ୍ୟ ସ୍ଥଳକୁ ଯାଇପାରିବେ ।
  • ମାଷ୍ଟର କ୍ୟାଣ୍ଟିନ୍ ଛକ ପଟୁ ଅପର ପି.ଏମ୍.ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଲୋୟର ପିଏମଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ୱ ରାସ୍ତା ଦେଇ ଯାଇପାରିବେ । କିନ୍ତୁ ମହାତ୍ମା ଗାନ୍ଧୀ ମାର୍ଗ ଦେଇ ଯାଇପାରିବେ ନାହିଁ ।
  • 120 ବାଟାଲିୟନ ଛକ ପଟୁ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ପାୱାର ହାଉସ୍ ଛକ ଆଡ଼କୁ ଯିବେ ।
  • ରାଜଭବନ ଛକ ପଟୁ ଏମ୍.ଏଲ୍.ଏ କଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଆଡ଼କୁ ଆସୁଥିବା ସମସ୍ତ ଯାନବାହାନ ଗୁଡ଼ିକ ଶାସ୍ତ୍ରୀ ନଗର ଛକ ଆଡ଼କୁ ଯିବେ ।

ଏହି କଟକଣା ଜରୁରୀ କାଳୀନ କାର୍ଯ୍ୟରେ ନିୟୋଜିତ ଯାନବାହାନ (ପୋଲିସ୍, ଆଗ୍ନିଶମ ଓ ଆମ୍ବୁଲାନ୍ସ) ଏବଂ ବିଧାନସବା, ରାଜ୍ୟ ସଚିବାଳୟ ଓ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଯାନବାହାନ ନିମନ୍ତେ ଲାଗୁ ହେବ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+