ଦେଲେନି ଠିକାଦାରଙ୍କ 18 ଲକ୍ଷ ଟଙ୍କା, ନିଲାମ ହେଲା କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର
ଭୁବନେଶ୍ୱର: ସରକାରୀ କାମ କରି ଠିକାଦାର ପାଇଲେନି ଟଙ୍କା । ବାରମ୍ବାର କୋର୍ଟ ଦୋଡ଼ିବା ପରେ ଏବେ ମିଳିବ ଟଙ୍କା । ଠିକାଦାରଙ୍କ ଟଙ୍କା ନ ଦେବାରୁ ନିର୍ମାଣ ସୌଧ କୋଠାବାଡ଼ି ମୁଖ୍ୟ ଯନ୍ତ୍ରୀଙ୍କ କାର୍ଯ୍ୟାଳୟର ଆସବାବପତ୍ର ନିଲାମ କରାଯାଇଛି ।

ଠିକାଦାରଙ୍କ 18 ଲକ୍ଷ ଟଙ୍କା ନ ଦେଇପାରିବାରୁ ଏଭଳି ନିର୍ଦ୍ଦେଶ ଦିଆଯାଇଛି । ଭୁବନେଶ୍ୱର ସିନିୟର୍ ଡିଭିଜନ୍ ସବ୍ ଜଜ୍ ଙ୍କ ନିର୍ଦ୍ଦେଶ କ୍ରମେ ଏହି ନିଲାମ ହେଉଛି । ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରାଙ୍କ କାର୍ଯ୍ୟାଳୟରେ ପହଞ୍ଚି କୋର୍ଟ କର୍ମଚାରୀ ଆସବାବପତ୍ର ନିଲାମ କରିବା ପାଇଁ ନେଇଛନ୍ତି । ମୁଖ୍ୟ ଯନ୍ତ୍ରୀଙ୍କ ଅଫିସ୍ର କମ୍ପ୍ୟୁଟର, ପ୍ରିଣ୍ଟର, ଏସି ଆଦି ଉଠାଇ ନିଆଯାଇଛି ।
କନଷ୍ଟ୍ରକସନ୍ ଇଣ୍ଡିଆର ଠିକାଦାର ଦୀନେଶ ପାଠକଙ୍କ ମାମଲାର ଶୁଣାଣି ପରେ କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଏହି ମାମଲାରେ ମୁଖ୍ୟ ଯନ୍ତ୍ରୀ ଦୁଃଖବନ୍ଧୁ ବେହେରା ସମୟ ନେଇଥିଲେ । ଅପ୍ରେଲ 29 ତାରିଖରେ ପୂର୍ବରୁ କୋର୍ଟ ଏହିଭଳି ନିର୍ଦ୍ଦେଶ ଦେଇଥିଲେ । ସେ ସମୟରେ ମୁଖ୍ୟ ଯନ୍ତ୍ରୀଙ୍କ ପକ୍ଷରୁ ସମୟ ନିଆଯାଇଥିଲା । ସମୟ ମଧ୍ୟରେ ଟଙ୍କା ପୈଠ ନ କରିବାରୁ ପୁଣି କୋର୍ଟ ଏଭଳି ନିର୍ଦ୍ଦେଶ ଦେଇଛନ୍ତି ।
ସୂଚନାଥାଉକି, 1998 ମସିହାରେ ନତାଲା ନିର୍ମାଣ କରିଥିଲେ କନଷ୍ଟ୍ରକସନ୍ ଇଣ୍ଡିଆ ଠିକାଦାର । ସରକାର ଟଙ୍କା ବାକି ରଖିବାରୁ ଠିକାଦାର କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ ।












Click it and Unblock the Notifications