ମଝି ସମୁଦ୍ରରେ ବନ କର୍ମଚାରୀଙ୍କୁ ଆକ୍ରମଣ, ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ
କେନ୍ଦ୍ରାପଡ଼ା: ସମୁଦ୍ର ମଝିରେ ବନ କର୍ମଚାରୀଙ୍କୁ ଆକ୍ରମଣ ଉଦ୍ୟମ । ବନ ବିଭାଗ ଟିମକୁ ବନ୍ଧୁକ ଦେଖାଇ ଘେରିଲେ ଟ୍ରଲର ମାଫିଆ । ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରେ ଅଲିଭ୍ ରିଡଲେଙ୍କୁ ସୁରକ୍ଷା ଦେବା ପାଇଁ ପାଟ୍ରୋଲିଂ କରିବା ବେଳେ ଆକ୍ରମଣ ଉଦ୍ୟମ ହୋଇଛି ।

ସୂଚନା ଅନୁସାରେ, ବନ ବିଭାଗର 11 ଜଣିଆ ଟିମ୍ ଫରେଷ୍ଟର ମଦନ ହାଁସଦାଙ୍କ ନେତୃତ୍ୱରେ ଗହୀରମଥା ସାମୁଦ୍ରିକ ଅଭୟାରଣ୍ୟରୁ ହୁକିଟୋଲା ଫ୍ରଣ୍ଟ ମହାନଦୀ ପାଖରେ ଅଲିଭ ରିଡଲେ କଇଁଛ ସୁରକ୍ଷା ପାଇଁ ପାଟ୍ରୋଲିଂ କରୁଥିଲେ । ଏହି ସମୟରେ ସେମାନଙ୍କୁ ବନ୍ଧୁକ ଦେଖାଇ ଆକ୍ରମଣ କରିଛନ୍ତି ଟ୍ରଲର ମାଫିଆ । ଏକାସାଙ୍ଗରେ 17 ଟି ଟ୍ରଲର ପାଟ୍ରୋଲିଂ ଟିମକୁ ଘେରି ଯାଇଥିଲେ । ଡିଏଫଓ ଏବଂ ଏସପିଙ୍କୁ ଏସଂପର୍କରେ ଜଣାଇବା ପରେ ଫାଙ୍କା ଗୁଳି ଚାଳନା କରିବାକୁ ଅନୁମତି ମିଳିଥିଲା । ଏହା ପରେ ଅନ୍ୟ ପେଟ୍ରୋଲିଂ ଟିମ୍ ସେଠାରେ ପହଞ୍ଚି ଯିବାରୁ ବନ କର୍ମଚାରୀମାନେ ବର୍ତ୍ତିଯାଇଥିଲେ ।












Click it and Unblock the Notifications