ଘଣ୍ଟାଏ ଭିତରେ ଖୋଲ... ଧବଳେଶ୍ଵର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ ଦେଲେ ଆଠଗଡ ଉପଜିଲ୍ଲାପାଳ

ଆଠଗଡ: ଘଣ୍ଟାଏ ଭିତରେ ଧବଳେଶ୍ୱର ମନ୍ଦିର ଖୋଲିବାକୁ ନିର୍ଦ୍ଦେଶ । ଆଠଗଡ ଉପଜିଲ୍ଲାପାଳ ଏ ନେଇ ନିର୍ଦ୍ଦେଶ ଦେଇଛନ୍ତି । । ଘଣ୍ଟାଏ ଭିତରେ ମନ୍ଦିର ଦ୍ଵାର ନ ଖୋଲାଗଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ନିଆଯିବ । ଏନେଇ ନିର୍ଦ୍ଦେଶ ଦେବା ସହ ମନ୍ଦିରରେ ନୋଟିସ୍ ଲଗାଇଛନ୍ତି ଉପଜିଲ୍ଲାପାଳ ।

dhabaleswar temple

ସୂଚନା ଅନୁସାରେ, ଆଜି ପଞ୍ଚୁକର ଦ୍ୱିତୀୟ ଦିନରେ ବାବା ଧବଳେଶ୍ୱରଙ୍କ ପୀଠରେ ଭକ୍ତଙ୍କର ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ମନ୍ଦିର ଭିତରେ ବ୍ୟାରିକେଡ ବ୍ୟବସ୍ଥାକୁ ନେଇ ପୂଜକ ଅସନ୍ତୁଷ୍ଟ ଥିବାରୁ ଉଭୟ ପୂଜକ ଓ ପ୍ରଶାସନ ମଧ୍ୟରେ କଥା କଟାକଟି ହୋଇଥିଲେ । ଫଳରେ ମନ୍ଦିରରେ ତାଲା ପକାଇ ଧାରଣାରେ ବସିଥିଲେ ପୂଜକ । ସେପଟେ ଦର୍ଶନ ପାଇଁ ସକାଳ 10 ଟାରୁ ଲମ୍ବା ଲାଇନରେ ଛିଡା ହୋଇ ହନ୍ତସନ୍ତ ହୋଇଛନ୍ତି ଶହ ଶହ ଭକ୍ତ । ସାଧାରଣ ଦର୍ଶନ ପାଇଁ ମନ୍ଦିର ଖୋଲାନଗଲେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନୋଟିସରେ ଲେଖାଅଛି ।

ଅନେକ ବୁଝାସୁଝା ପରେ ମଧ୍ୟ ସେବାୟତ ନିଜ ଜିଦିରେ ରହି ଧାରଣାରେ ବସିଥିଲେ । ଶେଷରେ ପରିସ୍ଥିତି ଦେଖି ଘଣ୍ଟାଏ ଭିତରେ ଧବଳେଶ୍ଵର ମନ୍ଦିର ଦ୍ଵାର ଖୋଲିବାକୁ ନିର୍ଦ୍ଦେଶ ଦେଇଛନ୍ତି ଆଠଗଡ ଉପଜିଲ୍ଲାପାଳ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରଶାନ୍ତ କୁମାର ତରାଇ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+