ଭୁବନେଶ୍ୱରରୁ ଅଯୋଧ୍ୟା ଗଡ଼ିଲା ସ୍ପେଶାଲ ଟ୍ରେନ୍
ଭୁବନେଶ୍ୱର: ରାମ ଜନ୍ମଭୂମି ଅଯୋଧ୍ୟାକୁ ଗଡ଼ିଲା ସ୍ପେଶାଲ ଟ୍ରେନ୍ । ଭୁବନେଶ୍ୱର ରୁ ଏହି ସ୍ପେଶାଲ ଟ୍ରେନ୍ ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି । ଏକ ହଜାରରୁ ଅଧିକ ଶ୍ରଦ୍ଧାଳୁ ଏହି ଟ୍ରେନ ଭୁବନେଶ୍ୱର ରେଳ ଷ୍ଟେସନରୁ ଯାତ୍ରା କରିଛନ୍ତି । ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ପତାକା ହଲାଇ ଏହି ଯାତ୍ରାର ଶୁଭାରମ୍ଭ କରିଛନ୍ତି ।

ଅଯୋଧ୍ୟାରେ ପ୍ରଭୁ ରାମଲାଲା ପ୍ରାଣ ପ୍ରତିଷ୍ଠା ପରେ ଭକ୍ତଙ୍କ ସୁଅ ଛୁଟୁଛି । ଏହି କ୍ରମରେ ଆଜି ଅଯୋଧ୍ୟାକୁ ଭୁବନେଶ୍ୱରରୁ 'ଆସ୍ଥା ସ୍ପେଶାଲ ଟ୍ରେନ" ଗଡ଼ିଛି । ମଲାଲାଙ୍କ ଦର୍ଶନ ପାଇଁ ରେଳବାଇ ମନ୍ତ୍ରଣାଳୟ ପକ୍ଷରୁ ଭୁବନେଶ୍ୱରରୁ ଅଯୋଧ୍ୟାକୁ ଗଡ଼ିଛି ସ୍ପେଶାଲ ଟ୍ରେନ ।
ପ୍ରଥମ ଦିନରେ ଭୁବନେଶ୍ବର ରେଳ ଷ୍ଟେସନରୁ ଛାଡ଼ିଥିବା ବେଳେ ପରବର୍ତ୍ତୀ ସମୟରେ କଟକ, ପୁରୀ ଓ ଭଦ୍ରକ ସମେତ ରାଜ୍ୟର ଅନ୍ୟ ଷ୍ଟେସନରୁ ବି ଚାଲିବ । ଏହି ଅବସରରେ ଯାତ୍ରୀ ଅଯୋଧ୍ୟା ଯାଉଥିବାରୁ ଖୁସି ବ୍ୟକ୍ତ କରିଛନ୍ତି । ଆସ୍ଥା ସ୍ପେଶାଲ ଟ୍ରେନରେ 20ଟି ସ୍ଲିପର କୋଚ୍ ଥିବା ବେଳେ ପ୍ରତି କୋଚରେ 72ଟି ସିଟ୍ ରହିଛି । ତେଣୁ ଏଥିରେ 14ଶହରୁ ଅଧିକ ଲୋକ ଯାଇପାରିବେ ।
ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯାଇଥିବାବେଳେ, ଆସନ୍ତା 9 ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବାର କାର୍ଯ୍ୟକ୍ରମ ରହିଛି ।












Click it and Unblock the Notifications