Assembly Monsoon session: ଆଗତ ହେଲା 2023-24 ଅତିରିକ୍ତ ବଜେଟ୍
Assembly Monsoon session: ବିଧାନସଭା ମୌସୁମୀ ଅଧିବେଶନରେ ଆଗତ ହେଲା 2023-24 ପାଇଁ ଅତିରିକ୍ତ ବଜେଟ । ବଜେଟ୍ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ । ମୋଟ୍ 28 ହଜାର 200 କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହୋଇଛି । ଅତିରିକ୍ତ ବଜେଟରେ ବିପର୍ଯ୍ୟୟ ପରିଚାଳନା ପାଇଁ ସର୍ବାଧିକ ବ୍ୟୟବରାଦ କରାଯାଇଛି । ବିପର୍ଯ୍ୟୟ ପରିଚାଳନା ପାଇଁ 4698 0କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ମିଶନ ଶକ୍ତି ପାଇଁ 783 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ପରେ ସୋମବାର ପର୍ଯ୍ୟନ୍ତ ଗୃହ ମୁଲତବୀ ରଖାଯାଇଛି ।

ଅତିରିକ୍ତ ବଜେଟ୍ ରେ ପଞ୍ଚାୟତିରାଜ ବିଭାଗ ପାଇଁ 4083 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଏହା ସହ ଗଣଶିକ୍ଷା ବିଭାଗ ପାଇଁ 2882 କୋଟି, ଜଳସଂପଦ ପାଇଁ 2407 କୋଟି ଟଙ୍କା ବ୍ୟୟବରାଦ କରାଯାଇଛି । ଅତିରିକ୍ତ ବଜେଟରେ ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମଧ୍ୟ ବ୍ୟୟବରାଦ କରାଯାଇଛି । ମେଟ୍ରୋ ରେଳ ପ୍ରକଳ୍ପ ପାଇଁ 210 କୋଟି ଟଙ୍କା ରଖାଯାଇଛି ।
ନୂଆ ଯୋଜନା ଆମ ଓଡ଼ିଶା ନବୀନ ଓଡ଼ିଶା ପାଇଁ ଅତିରିକ୍ତ ବଜେଟରେ 1302 କୋଟିର ବ୍ୟୟବରାଦ ପ୍ରସ୍ତାବ ରଖାଯାଇଛି । ପରିବହନ ଯୋଜନା 'ଲକ୍ଷ୍ମୀ' ପାଇଁ 556 କୋଟିର ବ୍ୟୟବରାଦ କରାଯାଇଛି ।
ଏହା ପୂର୍ବରୁ ମୌସୁମୀ ଅଧିବେଶନ ସୁରୁଖୁରୁରେ ଚାଲିବା ପାଇଁ ସର୍ବଦଳୀୟ ବୈଠକ ଡାକିଥିଲେ ବାଚସ୍ପତି ପ୍ରମିଳା ମଲ୍ଲିକ । ଆଜିଠୁ ଅଧିବେଶନ ଆରମ୍ଭ ହୋଇଥିବାବେଳେ ଆସନ୍ତା 4 ତାରିଖ ପର୍ଯ୍ୟନ୍ତ ଗୃହ ଚାଲିବ । ଅଧିବେଶନରେ ମୋଟ 8 ଟି କାର୍ଯ୍ୟ ଦିବସ ରହିଛି l
ଆଜି ପ୍ରଥମ ଦିନରେ 2023-24 ଆର୍ଥିକ ବର୍ଷର ଅତିରିକ୍ତ ବଜେଟ ଉପସ୍ଥାପିତ ହୋଇଛି । ଅର୍ଥମନ୍ତ୍ରୀ ବିକ୍ରମ୍ କେଶରୀ ଆରୁଖ ଅତିରିକ୍ତ ବଜେଟ୍ ଆଗତ କରିଛନ୍ତି । ଅନ୍ୟପଟେ ବିଧାନସଭା ଆରମ୍ଭରୁ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର, ପୂର୍ବତନ ବିଧାୟକ ତ୍ରିଲୋଚନ କାନୁନଗୋ, ରମେଶ ସୋରେନ, ନିବେଦିତା ପ୍ରଧାନ, କୁମର ବେହେରା, ଲାନ୍ସ ନାୟକ ଦେବାଶିଷ ବିଶ୍ବାଳ, କନେଷ୍ଟବଳ ସୁଶାନ୍ତ ଖୁଣ୍ଟିଆ, ସୁଶାନ୍ତ କୁମାର ମହାନ୍ତିଙ୍କ ସ୍ମୃତିରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ । ଏହି ପ୍ରସ୍ତାବକୁ ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର ଓ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସମର୍ଥନ କରିଥିଲେ ।












Click it and Unblock the Notifications