Get Updates
Get notified of breaking news, exclusive insights, and must-see stories!

ଛତିଶଗଡ଼-ମିଜୋରାମ ବିଧାନସଭା ନିର୍ବାଚନ; ଦୁଇ ରାଜ୍ୟର ଭାଗ୍ୟ ନିର୍ଦ୍ଧାରଣ କରୁଛନ୍ତି ଭୋଟର

ଛତିଶଗଡ଼-ମିଜୋରାମ ବିଧାନସଭା ନିର୍ବାଚନ: ଦୁଇ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ଆଜି ହେଉଛି ଭୋଟ୍ ଗ୍ରହଣ । ଛତିଶଗଡର ପ୍ରଥମ ପର୍ଯ୍ୟାୟ ଏବଂ ମିଜୋରାମ ବିଧାନସଭା ନିର୍ବାଚନ ପାଇଁ ହେଉଛି ମତଦାନ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ 20 ଆସନରେ ଭୋଟ ଗ୍ରହଣ ହେଉଛି । ମୋଟ 233 ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ 198 ପୁରୁଷ ଏବଂ 25 ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ 40 ଲକ୍ଷ 78 ହଜାର 681 ଭୋଟର ପ୍ରଥମ ପର୍ଯ୍ୟାୟରେ ମତ ସାବ୍ୟସ୍ତ କରିବେ ।

election

ଅନ୍ୟପକ୍ଷେ ମିଜୋରାମରେ ଗୋଟିଏ ପର୍ଯ୍ୟାୟରେ 40 ଟି ଆସନରେ ମତଦାନ କରାଯିବ । ଅନେକ ନକ୍ସଲ ଉପଦ୍ରୁତ ଅଞ୍ଚଳରେ ବି ମତଦାନ ହେଉଛି । ତେଣୁ ଏସବୁ ଅଞ୍ଚଳରେ 60 ହଜାର ସୁରକ୍ଷା କର୍ମୀ ଏଠାରେ ମୁତୟନ କରାଯାଇଥିବା ନିର୍ବାଚନ ଅଧିକାରୀ କହିଛନ୍ତି । ଶୃଙ୍ଖଳିତ ଭାବେ ମତଦାନ ଗ୍ରହଣ ପାଇଁ ଏଠାରେ 25,429 କର୍ମଚାରୀଙ୍କୁ ଏଠାରେ ନିୟୋଜିତ କରାଯାଇଛି ।

ମିଜୋରାମ ବୋର୍ଡର ଲାଗଥିବା ମିଆଁମାର ଏବଂ ବାଙ୍ଗଲାଦେଶ ସୀମାକୁ ପୁରା ସିଲ କରାଯାଇଛି । ଛତିଶଗଡ ମାଓବାଦୀ ଅଂଚଳରେ ହେଲିକ୍ୟାପ୍ଟର ଯୋଗେ ପୁଲିଂ ଏଜେଣ୍ଟମାନଙ୍କୁ ପଠାଯାଇଛି । ଛତିଶଗଡର 10 ଟି ସ୍ଥାନ -ସୋନପୁର,ଅନ୍ତାଗଢ, ଭାନୁପ୍ରତାପପୁର,କାଙ୍କରେ, କେଶକାଲ, କୌଣ୍ଡାଗାଁ, ନାରାୟଣପୁର, ଦନ୍ତେୱାଡା, ବୀଜାପୁର, କୋଟାରେ ସକାଳ 7 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 3 ଟା ଯାଏଁ ଚାଲିବ । ଅନ୍ୟ 10 ଟି ଆସନରେ ସକାଳ 8 ଟାରୁ ମତଦାନ ଆରମ୍ଭ ହୋଇ ଅପରାହ୍ନ 5ଟା ଯାଏ ଚାଲିବ ।

ଛତିଶଗଡ଼ରେ ଯେଉଁ 20 ଆସନରେ ଆଜି ମତଦାନ ହେଉଛି, ସେଥିରୁ 19 ଟି ଆସନ କଂଗ୍ରେସ ଅଧିନରେ ରହିଛି । ଏହି 19 ଆସନ ମଧ୍ୟରୁ 2ଟି ଆସନରେ ଉପନିର୍ବଚନରେ କଂଗ୍ରେସ ଜିତିଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+