ଉପ ବାଚସ୍ପତି ନିର୍ବାଚନ: ନାମାଙ୍କନ ଭରିଲେ ସାଲୁଗା ପ୍ରଧାନ
ଭୁବନେଶ୍ୱର: ଉପ ବାଚସ୍ପତି ନିର୍ବାଚନ ପାଇଁ ଦାଖଲ ହେଲା ନାମାଙ୍କନ । ଜି. ଉଦୟଗିରି ବିଧାୟକ ନାମାଙ୍କନ ଦାଖଲ କରିଛନ୍ତି ।

ନାମାଙ୍କନ ଦାଖଲ ପରେ ସାଲୁଗା ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଛନ୍ତି, ଶାସକ ଓ ବିରୋଧୀ ଦଳର ମତାମତକୁ ସମ୍ମାନ ଦେବି । ମତାମତକୁ ସମ୍ମାନ ଦେଇ ଗୃହ କାର୍ଯ୍ୟ ଚଳାଇବି । ଏହା ସହ ବିଜେଡି ଆଦିବାସୀ କାର୍ଡ ଖେଳିଥିବା ଚର୍ଚ୍ଚାକୁ ଖଣ୍ଡନ କରି କହିଛନ୍ତି, ମୁଁ ଦୁଇ ଥରର ବିଧାୟକ, ମୋର ଯୋଗ୍ୟତା ଅଛି ।
ଆସନ୍ତା କାଲି ହେବ ବିଧାନସଭା ଉପ ବାଚସ୍ପତି ନିର୍ବାଚନ । ରଜନୀକାନ୍ତ ସିଂହଙ୍କ ଇସ୍ତଫା ପରେ ଏବେ ଖାଲି ପଡିଛି ଉପବାଚସ୍ପତି ପଦ । ତେଣୁ ଆସନ୍ତା ଶୀତ ଅଧିବେଶନ ଆରମ୍ଭ ହେବା ପୂର୍ବରୁ ଉପବାଚସ୍ପତି ପଦ ପାଇଁ ନିର୍ବାଚନ ଆୟୋଜିତ ହେବ ।
ସାଲୁଗା ପ୍ରଧାନ ହେଉଛନ୍ତି ଓଡିଶା ବିଧାନସଭାର ଦୁଇ ଦୁଇ ଥରର ବିଧାୟକ । ବିଜୁ ଜନତା ଦଳ ଟିକେଟରୁ ସେ ଦୁଇ ଥର ବିଧାୟକ ନିର୍ବାଚିତ ହୋଇଛନ୍ତି । ଜି. ଉଦୟଗିରି ବିଧାନସଭା ଆସନରୁ ସେ ପ୍ରଥମେ 2000 ମସିହାରେ ଏବଂ ଏହାପରେ 2019 ମସିହାରେ ନିର୍ବାଚିତ ହୋଇଛନ୍ତି ।












Click it and Unblock the Notifications