Get Updates
Get notified of breaking news, exclusive insights, and must-see stories!

ଲିଙ୍ଗରାଜ ମନ୍ଦିରେ ଲାଗିବ ରୂପା କବାଟ, ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ଏଏସ୍ଆଇ ଏବଂ ବିଏମ୍‌ସି ଟିମ୍

ସମୀକ୍ଷା ପରେ ମନ୍ଦିରରୁ ସାମନ୍ୟ ପାଣି ଗଳୁଛି କିନ୍ତୁ ମନ୍ଦିର ପ୍ରତି କୌଣସି ବିପଦ ନଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ବିଏମସି କମିଶନର । ଫୋନି ସମୟରେ ସିଂହଦ୍ଵାର କବାଟ ଭାଙ୍ଗିଥିଲା । ନୂଆ କବାଟ ନିର୍ମାଣ ଜୋରସୋରରେ ଚାଲିଛି ।

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟର ସମୀକ୍ଷା କରିଛନ୍ତି ଏଏସ୍ଆଇ ଏବଂ ବିଏମ୍‌ସି କମିଶନର ସଞ୍ଜୟ ସିଂହ । ଏହି ସମୟରେ ସମୀକ୍ଷା ପରେ ମନ୍ଦିରରୁ ସାମନ୍ୟ ପାଣି ଗଳୁଛି କିନ୍ତୁ ମନ୍ଦିର ପ୍ରତି କୌଣସି ବିପଦ ନଥିବା ନେଇ ଗଣମାଧ୍ୟମକୁ କହିଛନ୍ତି ବିଏମସି କମିଶନର ।

lingraj temple

ଫେନି ସମୟରେ ସିଂହଦ୍ଵାର କବାଟ ଭାଙ୍ଗିଥିଲା । ନୂଆ କବାଟ ନିର୍ମାଣ ଜୋରସୋରରେ ଚାଲିଛି । ଶିବଙ୍କ ଶକ୍ତି ଉପରେ ସାମାନ୍ୟ ଅସୁବିଧା ଅଛି । ଟେକ୍ନିକାଲ ଟିମ୍ ସହ ଆଲୋଚନା ପରେ ମରାମତି ହେବ । ମନ୍ଦିର ଭିତରେ କଣ କଣ ଅସୁବିଧା ଅଛି ଏବଂ ମନ୍ଦିରର ସଂରକ୍ଷଣ ଓ ପୁନରୁଦ୍ଧାର କାର୍ଯ୍ୟ କିଭଳି ହୋଇପାରିବ ଆଗକୁ ଆହୁରି ଆଲୋଚନା କରାଯିବ ବୋଲି କହିଛନ୍ତି ବିଏମସି କମିଶନର ।

ନାଟ ମଣ୍ଡପରେ ପାଣି ଗଳିବା ନେଇ ଚିନ୍ତାଜନକ ସ୍ଥିତି ନାହିଁ । କିନ୍ତୁ ମରାମତି ଯୋଜନାକୁ ଅନୁମୋଦନ ମିଳିଛି, କାର୍ଯ୍ୟ ଶୀଘ୍ର ଆରମ୍ଭ ହେବ ବୋଲି ଏଏସଆଇ ଅଧିକ୍ଷକ ଅରୁଣ ମଲ୍ଲିକ ସୂଚନା ଦେଇଛନ୍ତି ।

ଅପରପକ୍ଷରେ ବଡୁ ନିଯୋଗ ସମ୍ପାଦକ କମଳାକାନ୍ତ ବଡୁ କହିଛନ୍ତି, ଆମେ ରୁପା କବାଟ ପାଇଁ ପ୍ରସ୍ତାବ ଦେଇଥିଲୁ । ଏନେଇ ସରକାର ଓ ଏଏସଆଇର ସହମତି ରହିଛି । ନାଟ୍ୟ ମଣ୍ଡପରେ ଫାଟ, ଶିବଶକ୍ତିରେ ତାର ବାଡ଼ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ, ବିଭିନ୍ନ ମନ୍ଦିରର ପାଣି ଗଳୁଥିବା ସ୍ଥିତି ନେଇ ବିଏମସି କମିସନର ଓ ଏଏସଆଇ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା ହୋଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+