ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ; ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମରେ ଦେବେ ଯୋଗ

ଭୁବନେଶ୍ୱରରେ ପହଞ୍ଚିଲେ କେନ୍ଦ୍ରମନ୍ତ୍ରୀ ଅଶ୍ବିନ ଚୌବେ । ବାଲେଶ୍ଵରରେ ମୋ ମାଟି ମୋ ଦେଶ କାର୍ଯ୍ୟକ୍ରମ ରହିଛି । ସେହି କାର୍ଯ୍ୟକ୍ରମରେ ଯୋଗ ଦେବେ କେନ୍ଦ୍ରମନ୍ତ୍ରୀ । ଏହା ସମେତ ଜଙ୍ଗଲ ଓ ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବେ ।

ଇସ୍ରାଏଲ ଯୁଦ୍ଧ ସମ୍ପର୍କରେ ମଧ୍ୟ ମୁହଁ ଖୋଲିଲେ କେନ୍ଦ୍ରମନ୍ତ୍ରୀ ଅଶ୍ଵିନ ଚୌବେ । ଭାରତ ବସୁଧୈବ କୁଟୁମ୍ବକମ ରେ ବିଶ୍ୱାସ କରେ ତେଣୁ ସବୁବେଳେ ସମଗ୍ର ବିଶ୍ୱର ଶାନ୍ତି ଚାହେଁ ବୋଲି ସେ କହିଛନ୍ତି । ମହାବୀର, ବୁଦ୍ଧ ଓ ଶାନ୍ତିର ଉପାସକ ଭାବେ ଲୋକଙ୍କୁ ସଦବୁଦ୍ଧି ମିଳୁ ଏବଂ ବିଶ୍ବରୁ ଆତଙ୍କବାଦ ବିଲୋପ ହେବା ଆବଶ୍ୟକ । ଏଥିପାଇଁ ସମଗ୍ର ବିଶ୍ୱର ଶକ୍ତି ଏକ ହେବା ଆବଶ୍ୟକ ବୋଲି ସେ କହିଛନ୍ତି ।

Ashwini Kumar Choubey

ଅନ୍ୟପକ୍ଷରେ କ୍ଷୁଧା ସୂଚକାଙ୍କ ରେ ଭାରତ 111 ତମ ସ୍ଥାନରେ ରହିଥିବା ପ୍ରଶ୍ନରେ ସେ କହିଛନ୍ତି ଯେ, ପୂର୍ବରୁ ସ୍ଥିତି ଆହୁରି ଖରାପ ଥିଲା । ପୁରା ବିଶ୍ୱ ଏବେ ଭାରତ ଉପରେ ଦୃଷ୍ଟି ରଖିଛି । କେବେ ଦୁନିଆକୁ ଆମେ ଦେଖୁଥିଲେ କିନ୍ତୁ ବର୍ତ୍ତମାନ ପୁରା ଦୁନିଆ ଆମ ଉପରେ ନଜର ରଖିଥିବା ସେ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+