ରାଜ୍ୟରେ ନିଅଣ୍ଟିଆ ମୌସୁମୀ ବର୍ଷା, ଲିଫ୍ଟ ଇରିଗେସନ୍ ପଏଣ୍ଟରେ ହେବ ପାଣି ପଞ୍ଚାୟତ ଆକ୍ସନ୍ ପ୍ଲାନ୍

ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଉଠା ଜଳସେଚନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ ।

ଭୁବନେଶ୍ୱର : ଚଳିତ ବର୍ଷ ରାଜ୍ୟରେ ମୌସୁମୀ ସମୟରେ ହୋଇଛି ନିଅଣ୍ଟିଆ ବର୍ଷା ହୋଇଛି । 15 ଜିଲ୍ଲାର 30 ବ୍ଲକରେ ସ୍ୱାଭାବିକଠାରୁ କମ୍ ବର୍ଷା ରେକର୍ଡ ହୋଇଛି । ଏହାକୁ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଆକ୍ସନ ପ୍ଲାନ ପ୍ରସ୍ତୁତ କରାଯାଇଛି ।

chief secretary of Odisha

ନିଅଣ୍ଟିଆ ବର୍ଷା ଓ ସମ୍ଭାବ୍ୟ ମରୁଡ଼ି ସ୍ଥିତି ନେଇ ଆଜି ମୁଖ୍ୟ ସଚିବ ସୁରେଶ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ବସିଥିବା ଉଚ୍ଚସ୍ତରୀୟ ବୈଠକ ପରେ ଏହି ସୂଚନା ଦେଇଛନ୍ତି କୃଷି ସଚିବ ସୁରେଶ ବଶିଷ୍ଟ ।

କୃଷି ସଚିବ କହିଛନ୍ତି, ଯେଉଁଠି ଜଳସେଚନର ସୁବିଧା ଅଛି ସେଠାରୁ ଉଠା ଜଳସେଚନ ଜରିଆରେ ଅନ୍ୟ ବିଲକୁ ପାଣି ଯୋଗାଇ ଦିଆଯିବ । କୃଷି ଶ୍ରମିକଙ୍କୁ ମନରେଗା ଓ ଅନ୍ୟାନ୍ୟ କୃଷି ଯୋଜନାରେ କାମ ଦିଆଯିବ । ସେହିପରି ଯେଉଁଠି ଲିଫ୍ଟ ଇରିଗେସନ ପଏଣ୍ଟ ଅଛି, ସେଠାରେ ପ୍ରତି ପାଣି ପଞ୍ଚାୟତରେ ଆକ୍ସନ ପ୍ଲାନ କରାଯିବ ।

ଏହାସହ ଅନ୍ୟ ଜଳସେଚନ ସୁବିଧାକୁ ବ୍ୟବସ୍ଥିତ କରାଯିବ ବୋଲି ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟ ଶାସନ ସଚିବ । ରାଜ୍ୟରେ ଜୁନରୁ ବର୍ତ୍ତମାନ ସୁଦ୍ଧା 31 ପ୍ରତିଶତ ନିଅଣ୍ଟିଆ ବର୍ଷା ହୋଇଛି । ଆଜିର ବୈଠକର ସ୍ୱତନ୍ତ୍ର ରିଲିଫ କମିଶନର, କୃଷି ସଚିବ, ଅର୍ଥ ସଚିବଙ୍କ ସମେତ ବିଭିନ୍ନ ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+