Get Updates
Get notified of breaking news, exclusive insights, and must-see stories!

ବୁର୍ଲା ଭିସୁଟରେ 25 ଛାତ୍ର କରୋନା ଆକ୍ରାନ୍ତ

ସମ୍ବଲପୁର ଜିଲ୍ଲା ବୁର୍ଲାର ବୀର ସୁ‌ରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ର 25 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ୱର : ଦିନକୁ ଦିନ ବଢିବାରେ ଲାଗିଛି କରୋନା ସଂକ୍ରମିକଙ୍କ ସଂଖ୍ୟା । ସମ୍ବଲପୁର ଜିଲ୍ଲା ବୁର୍ଲାର ବୀର ସୁ‌ରେନ୍ଦ୍ର ସାଏ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଭିସୁଟ)ର 25 ଜଣ ଛାତ୍ର କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।

corona-virus

ସୂଚନା ଅନୁଯାୟୀ, ଦୁଇ ଦିନ ମଧ୍ୟରେ ଏହାର 3ଟି ହଷ୍ଟେଲର 25 ଜଣ ଛାତ୍ର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗତକାଲି 24 ଜଣ ଚିହ୍ନଟ ହୋଇଥିବା ବେଳେ ଆଜି ଆଉ ଜଣେ କରୋନା ଆକ୍ରନ୍ତ ଚିହ୍ନଟ ହୋଇଛନ୍ତି । କରୋନା ଆକ୍ରନ୍ତ ଚିହ୍ନଟ ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସଂକ୍ରମିତ ଛାତ୍ରମାନଙ୍କୁ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଛି ।

ଏନେଇ ଉପଜିଲ୍ଲାପାଳ ହଷ୍ଟେଲରେ ସ୍ଥିତି ସମୀକ୍ଷା କରିଛନ୍ତି । ଏହା ପରେ ହଷ୍ଟେଲରୁ ବାହାରକୁ ନଯିବା ପାଇଁ କୁହାଯିବା ସହ ହଷ୍ଟେଲରେ ଛାତ୍ରମାନଙ୍କୁ ସବୁ ସୁବିଧା ଯୋଗାଇ ଦେବାକୁ ଭିସୁଟ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ପରୀକ୍ଷା ଚାଲିଥିବା ଛାତ୍ରଛାତ୍ରୀଙ୍କ ଭିତରେ କେହି କରୋନା ଆକ୍ରାନ୍ତ ନାହାନ୍ତି । ତେଣୁ ଅବାଧରେ ପରୀକ୍ଷା ଚାଲିପାରିବ ବୋଲି ଭାରପ୍ରାପ୍ତ କୁଳପତି ବିଭୂତିଭୂଷଣ ପତି ସୂଚନା ଦେଇଛନ୍ତି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+