ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯିବାବେଳେ ଦୁର୍ଘଟଣା, 20 ଶ୍ରଦ୍ଧାଳୁ ଆହତ
ଖୋର୍ଦ୍ଧା: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବୁଲି ମହାପ୍ରଭୁଙ୍କ ଦର୍ଶନ କରିବାକୁ ଆସିଥିଲେ । ହେଲେ ଅଧା ବାଟରେ ଘଟିଲା ଦୁର୍ଘଟଣା । ଖୋର୍ଦ୍ଧା ନିକଟରେ ଜାତୀୟ ରାଜପଥରେ ବସ୍କୁ ଧକ୍କା ଦେଇଛି ଟ୍ରକ୍ । ଫଳରେ 20 ଜଣ ଯାତ୍ରୀ ଆହତ ହୋଇଛନ୍ତି ।

16 ନଂ ଜାତୀୟ ରାଜପଥ ଗଡ଼ଖୋର୍ଦ୍ଧା ଛକରେ ଏହି ଦୁର୍ଘଟଣା ଘଟିଛି । ବସ୍ ପଛପଟୁ ଏକ ଟ୍ରକ୍ ଧକ୍କା ଦେଇଥିଲା । ଏଥିରେ ଆହତ 20 ଆହତ ଯାତ୍ରୀଙ୍କୁ ଉଦ୍ଧାର କରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।
ସୂଚନା ଅନୁସାରେ, ଦୁର୍ଘଟଣାରେ ଆହତ ହୋଇଥିବା ଯାତ୍ରୀମାନେ ପୁରୀ ପରିକ୍ରମା ପ୍ରକଳ୍ପ ବୁଲିବାକୁ ଯାଉଥିଲେ । ବସ୍ଟି ରାୟଗଡ଼ା ଜିଲ୍ଲାରୁ ଯାତ୍ରୀଙ୍କୁ ଧରି ପୁରୀ ଅଭିମୁଖେ ଯାଉଥିଲା । ବସଟି ରାୟଗଡ଼ା ଜିଲ୍ଲା ଗୁଡାରି ଏନଏସିରୁ 42 ଜଣ ଯାତ୍ରୀଙ୍କୁ ନେଇ ପୁରୀ ଯାଉଥିଲା । ଗାଡ଼ିଟି ରାସ୍ତା କଡ଼ରେ ଠିଆ ହୋଇଥିବା ବେଳେ ଟ୍ରକ୍ ଟି ପଛପଟୁ ଧକ୍କା ଦେଇଥିଲା । ମେଡିକାଲରେ ନୂତନ ଜିଲ୍ଲାପାଳ ଚଞ୍ଚଳ ରାଣା ପହଞ୍ଚି ଆହତଙ୍କ ସ୍ବାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ।












Click it and Unblock the Notifications