ରାଜ୍ୟ ମାଗିଥିଲା 25 ଲକ୍ଷ ଟୀକା ; ଆସିଲା ଅଢେଇ ଲକ୍ଷ

ଭୁବନେଶ୍ୱରରେ ପହଞ୍ଚିଲା 2ଲକ୍ଷ 50 ହଜାର କୋଭିସିଲ୍‌ଡ ଟିକା । ଏବେ ରାଜ୍ୟରେ 1 ଲକ୍ଷ 26 ହଜାର ଲକ୍ଷ ଟିକା ଉପଲବ୍ଧ ଅଛି । ଏଥରର ଟିକାକୁ ମିଶାଇ ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ ।

ଭୁବନେଶ୍ୱର : ଭୁବନେଶ୍ୱରରେ ପହଞ୍ଚିଲା 2ଲକ୍ଷ 50 ହଜାର କୋଭିସିଲ୍‌ଡ ଟିକା । ଏବେ ରାଜ୍ୟରେ 1 ଲକ୍ଷ 26 ହଜାର ଲକ୍ଷ ଟିକା ଉପଲବ୍ଧ ଅଛି । ଏଥରର ଟିକାକୁ ମିଶାଇ ସବୁ ଜିଲ୍ଲାକୁ ଟିକା ବଣ୍ଟନ କରାଯିବ । ଗତକାଲି କେନ୍ଦ୍ରକୁ 25 ଲକ୍ଷ ଟିକା ମାଗିଥିଲା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ।

corona-virus

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ନିର୍ଦ୍ଦେଶକ ଡାକ୍ତର ବିଜୟ କୁମାର ପାଣିଗ୍ରାହୀ କହିଛନ୍ତି, "ଆମ ପାଖରେ ବର୍ତ୍ତମାନ 1ଲକ୍ଷ 26ହଜାର ଡୋଜ କୋଭିସିଲଡ଼ ଟିକା ଅଛି । ଆଜି ଅଢେଇ ଲକ୍ଷ ଟିକା ଆସି ପହଞ୍ଚିଛି । ଟିକା ଆସିବା ପରେ ତୁରନ୍ତ ବିଭିନ୍ନ ଜିଲ୍ଲାକୁ ପଠାଇବା ବ୍ୟବସ୍ଥା କରାଯିବ । ରଜ୍ୟରେ ଦିନକୁ ଅଢେଇ ଲକ୍ଷ ଟିକାର ଆବଶ୍ୟକତା ରହିଛି । ଆମେ 10ଦିନକୁ ଟାର୍ଗେଟ କରି 25ଲକ୍ଷ ଟୀକା ପାଇଁ କେନ୍ଦ୍ରକୁ ଲେଖିଥିଲୁ ।" ସେ ଆହୁରି ମଧ୍ୟ କହିଛନ୍ତି, ପର୍ଯ୍ୟାୟ କ୍ରମେ ଟୀକା ପହଞ୍ଚି ଟିକାର ଅଭାବ ଦୂର ହେବ ବୋଲି ଆଶା କରାଯାଉଛି । ରାଜ୍ୟରେ ମୋଟ 1476 ଟିକା କେନ୍ଦ୍ରରେ ଟୀକାକରଣ ହେଉଥିଲା । ଟିକାର ଅଭାବ ଯୋଗୁଁ ପ୍ରାୟ 7ଶହ ବନ୍ଦ ରହିଥିଲା । ଗତକାଲି ପୁଣି 11ଶହ କାର୍ଯ୍ୟକ୍ଷମ ହୋଇଛି । ଆସନ୍ତା କାଲି ଠାରୁ ଟୀକାକରଣ ଆରମ୍ଭ ହେବ । ବୋଲି ଶ୍ରୀ ପାଣିଗ୍ରାହୀ ସୂଚନା ଦେଇଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+