Get Updates
Get notified of breaking news, exclusive insights, and must-see stories!

ଅର୍ଥ ସାଜିବନି ବାଧକ, ଆରିକାଙ୍କ ଚିକିତ୍ସା କରିବ BSKY

ଭୁବନେଶ୍ୱର : କୁନି ଝିଅ ଆରିକାଙ୍କ ଚିକିତ୍ସାରେ ବାଧକ ହେବନି ଅର୍ଥ । ଅର୍ଥାଭାବରୁ ଆଉ ସେ ଯନ୍ତ୍ରଣା ପାଇବେନି । ତାଙ୍କୁ BSKY କାର୍ଡରେ ତାଲିକାଭୁକ୍ତ କରାଯାଇଛି । ବର୍ତ୍ତମାନ ଆରିକା BSKY ତାଲିକା ଅନ୍ତର୍ଭୁକ୍ତ ଯେ କୌଣସି ଘରୋଇ ହସ୍ପିଟାଲ୍ ରେ ମାଗଣା ଚିକିତ୍ସା ପାଇ ପାରିବେ ।

BSKY

ବାସ୍ତବରେ ସୁନ୍ଦରଗଡ଼ ସହର ରଙ୍ଗାପାଢ଼ି ଅଞ୍ଚଳର 10 ବର୍ଷୀୟ କୁନି ଝିଅ ଆରିକା ଫତିମାଙ୍କ ଦୁଇଟିଯାକ କିଡନୀ ଅଚଳ ହୋଇଯାଇଛି । ଏହାର ଚିକିତ୍ସା ଏବଂ କିଡନୀ ପ୍ରତିରୋପଣ ପାଇଁ ଅର୍ଥ ନଥିବାରୁ ଅସହାୟ ହୋଇପଡ଼ିଥିଲେ ପରିବାର ଲୋକ । ଏ ନେଇ ଗଣମାଧ୍ୟମରେ ଖବର ପ୍ରସାରିତ ପରେ BSKY ଟିମ୍ ତରଫରୁ ମିଶନ ମୋଡ ରେ କାର୍ଯ୍ୟ ଆରମ୍ଭ କରାଯାଇ ଥିଲା ।

ମାତ୍ର କିଛି ଘଣ୍ଟାରେ ଫାତିମାଙ୍କୁ ମିଳିଛି ରାସନ କାର୍ଡ । ଏହା ସହ BSKY ରେ ତାଲିକାଭୁକ୍ତ କରାଯାଇଛି । ଏହା ପରେ ନିୟମ ଅନୁସାରେ ଫାତିମା 10 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁବିଧା ପାଇପାରିବେ । ଆଜି ଠାରୁ ଚିକିତ୍ସା ନିମନ୍ତେ ସେ ଏହି ଯୋଜନରୁ ସହାୟତା ପାଇବେ ।

ଗରିବ ବାଳିକାଟିର ଚିକିତ୍ସା ନିମନ୍ତେ ସରକାରଙ୍କ ଏତାଦୃଶ ତୁରନ୍ତ ପଦକ୍ଷେପ ପାଇଁ ସ୍ଥାନୀୟ ବାସିନ୍ଦା ସନ୍ତୋଷ ପ୍ରକାଶ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+