ସରିଗଲା 10 ବର୍ଷର ସମ୍ପର୍କ, ଅନୁଭବ-ବର୍ଷା ବିବାହରେ ପୂର୍ଣ୍ଣଛେଦ !
କଟକ: ତୁଟିଲା 10 ବର୍ଷର ସମ୍ପର୍କ । ଅନୁଭବ-ବର୍ଷା ବିବାହରେ ପଡ଼ିଲା ପୂର୍ଣ୍ଣଛେଦ । ଆଇନଗତ ଲଢେଇ ପରେ ବର୍ତ୍ତମାନ ଛାଡ଼ପତ୍ର ହୋଇଛି ବୋଲି କହିଛନ୍ତି ଅନୁଭବ । ଏ ନେଇ ସେ ନିଜ ଟ୍ୱିଟର ହ୍ୟାଣ୍ଡେଲରେ ସୂଚନା ଦେଇଛନ୍ତି ।

ଏହା ସହ ବିବାହର 10 ବର୍ଷ ପୂର୍ତ୍ତିର ଗୋଟିଏ ଦିନ ଆଗରୁ ଏହି ବିବାହ ବିଚ୍ଛେଦ ହୋଇଥିବା ଅନୁଭବ ଲେଖିଛନ୍ତି । ଏହି ଲଢେଇରେ ଯେଉଁମାନେ ତାଙ୍କ ସହ ଏବଂ ତାଙ୍କ ପରିବାର ସହ ଥିଲେ ସେମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ଅନୁଭବ । ମିଛ ବିବାହର ଯନ୍ତ୍ରଣାରୁ ତାଙ୍କୁ ମୁକ୍ତି ମିଳିଛି । ତେବେ ଏହାକୁ 10 ବର୍ଷର ଯନ୍ତ୍ରଣାଦାୟକ, ହୃଦୟହୀନ, ଅର୍ଥହୀନ ଏବଂ ମିଥ୍ୟା ବିବାହ ସମ୍ପର୍କ ବୋଲି ଅନୁଭବ ଉଲ୍ଲେଖ କରିଛନ୍ତି । ତଥାପି ବର୍ଷାଙ୍କ ଖୁସି ପାଇଁ ସେ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛନ୍ତି । 10 ବର୍ଷ ବିବାହ ବାର୍ଷିକୀ ପୂର୍ବରୁ କୋର୍ଟଙ୍କ ଏଭଳି ନିଷ୍ପତ୍ତି ଆସିଥିବାରୁ ସେ ସୋସିଆଲ ମିଡିଆରେ ସନ୍ତୋଷ ବ୍ୟକ୍ତ କରିଛନ୍ତି ।
Thanks all who prayed for me & my family’s peace🙏🏻
— Anubhav Mohanty (@AnubhavMohanty_) February 7, 2024
Got my decree of divorce today, which is just a day before the completion of 10 worthless/meaningless/heartless/painful & above all, false marital years of my false marriage! I pray for her happiness.
No Offence.#HappyRoseDay pic.twitter.com/EAEH5IY8qm
ଅନୁଭବ ନିଜେ ଲେଖିଛନ୍ତି, ତାଙ୍କ ବିବାହର ଦଶ ବର୍ଷ ପୂର୍ତ୍ତି ପୂର୍ବରୁ ତାଙ୍କ ଛାଡ଼ପତ୍ର ହୋଇଛି । ଏନେଇ ଏକ କୋର୍ଟ ନିର୍ଦ୍ଦେଶର ଫଟୋ କପିକୁ ବି ଯୋଡ଼ିଛନ୍ତି ।












Click it and Unblock the Notifications