Get Updates
Get notified of breaking news, exclusive insights, and must-see stories!

ବର୍ଷା I Love You.... ପୁଣି ଏକାଠି ହୋଇଯିବେ କି ଷ୍ଟାର୍ ଦମ୍ପତି !

ବର୍ଷା I love you । ଛାଡ଼ପତ୍ର ମଧ୍ୟରେ ଏପରି ଏକ ଟ୍ୱିଟ୍ କରିଛନ୍ତି ଅନୁଭବ ମହାନ୍ତି । ଏପରି ଲେଖା କୁ ନେଇ ଏବେ ସୋସିଆଲ ମିଡିଆରେ ଜୋର୍ ଧରିଛି ଚର୍ଚ୍ଚା । ଷ୍ଟାର୍ ଦମ୍ପତି କଳିର ଅବସନା ଘଟିଲା ଏବଂ ପୁଣି ଏକାଠି ହୋଇଯିବେ ବୋଲି ଲୋକଙ୍କ ମନରେ ପ୍ରଶ୍ନ ।

anubhav-varsha

କିନ୍ତୁ, ବାସ୍ତବରେ ଅନୁଭବ ମହାନ୍ତି ସୋସିଆଲ ମିଡ଼ିଆରେ ଏକ ଭାବପ୍ରବଣ ପୋଷ୍ଟ କରିଛନ୍ତି । 'ମୁଁ ତୁମକୁ ହୃଦୟର ଗଭୀରତାରୁ ଭଲ ପାଏ । ତେବେ କୌଣସି କାରଣରୁ ଆମ ବିବାହ ବିଫଳ ହୋଇଛି । ବିବାହ ବିଚ୍ଛେଦ ପରେ କ'ଣ ଆମେ ଭଲ ବନ୍ଧୁ ହୋଇ ରହିପାରିବା ନାହିଁ ? ଆମେ ଦୁଇ ଜଣ ଅଲଗା ହେବା ପ୍ରକ୍ରିୟା ଅସୁନ୍ଦର ହେବା ମୁଁ ଚାହେଁନି । କିନ୍ତୁ ଯେହେତୁ ବିଚ୍ଛେଦ ସୁନିଶ୍ଚିତ ତେଣୁ ଏହା ସମ୍ମାନଜନକ ହେଉ । ସୋସିଆଲ ମିଡିଆରେ ଲେଖିବା ସହ ବର୍ଷା ପ୍ରିୟଦର୍ଶିନୀଙ୍କୁ ଟ୍ୟାଗ୍ କରିଛନ୍ତି । ଏପରିକି ତୁରନ୍ତ ଉତ୍ତର ଦେବାକୁ ମଧ୍ୟ ଲେଖିଛନ୍ତି ।

ବିବାହ ପରେ ବିଦାୟ ବେଳର ଫଟୋକୁ ପୋଷ୍ଟ କରି ଏପରି ଲେଖିଛନ୍ତି ଅନୁଭବ ।

କିଛି ଦିନ ତଳେ ଅନୁଭବ ଓ ବର୍ଷାଙ୍କ ବିବାହ ବିଚ୍ଛେଦ ମାମଲାକୁ ଅଗ୍ରାହ୍ୟ କରି ଦେଇଥିଲେ ପରିବାର ଅଦାଲତ । 2020 ରେ ଦିଲ୍ଲୀ ପଟିଆଲା କୋର୍ଟରେ ଛାଡ଼ପତ୍ର ନେଇ ଆବେଦନ କରିଥିଲେ ଅନୁଭବ । ମାମଲା କଟକ ସ୍ଥାନାନ୍ତର କରିବା ପାଇଁ ସୁପ୍ରିମକୋର୍ଟରେ ବର୍ଷା ଆବେଦନ କରିବା ପରେ ହାଇକୋର୍ଟରେ ବିଚାର ଆରମ୍ଭ ହୋଇଥିଲା । ପରେ କଟକ ଫ୍ୟାମିଲି କୋର୍ଟକୁ ମାମଲା ହସ୍ତାନ୍ତର କରଥିଲେ ପଟିଆଲା କୋର୍ଟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+