ଛଟ୍ ପୂଜା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା, ଓଡ଼ିଶା-ବିହାର ମଧ୍ୟରେ ଚାଲିବ ଆଉ ଏକ ସ୍ପେଶାଲ ଟ୍ରେନ୍

ଭୁବନେଶ୍ୱର: ବିହାରର ଲୋକପ୍ରିୟ ପର୍ବ ଛଟ୍ ପୂଜା ନେଇ ଯାତ୍ରୀଙ୍କ ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା । ଲୋକଙ୍କୁ ଏହି ଲୋକପର୍ବରେ ସାମିଲ ହେବା ପାଇଁ ନିଜ ଘରକୁ ଯିବା ପାଇଁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିବନି । ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଛଟ ପୂଜା ପାଇଁ ଓଡିଶା ଓ ବିହାର ମଧ୍ୟରେ ଆଉ ଏକ ସ୍ୱତନ୍ତ୍ର ଟ୍ରେନ ଚଳାଚଳ କରାଯିବ ।

train

ଏହି ଟ୍ରେନ ପୁରୀ ଏବଂ ଜୟନଗର ମଧ୍ୟରେ ଚଳାଚଳ କରିବ । ପୁରୀରୁ ଏହି ସ୍ୱତନ୍ତ୍ର ଟ୍ରେନ୍ 08419 ପୁରୀ-ଜୟନଗର ସ୍ପେଶାଲ୍ ଟ୍ରେନ୍ ଭାବରେ ଚଳାଚଳ କରିବ । ଗୁରୁବାର (16 ନଭେମ୍ବର 2023) ଦିନ ପୁରୀ ରୁ ରାତି 11.30 ମିନିଟରେ ଛାଡି ଜୟନଗର ଯାତ୍ରା କରିବ ।

ଫେରିବା ମାର୍ଗରେ ଏହି ଟ୍ରେନ ଜୟନଗର ଠାରୁ 08420 ଜୟନଗର-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ଜୟନଗରଠାରୁ ଶୁକ୍ରବାର (17 ନଭେମ୍ବର 2023) ରାତି 11.30 ମିନିଟରେ ଛାଡି ପୁରୀ ଯାତ୍ରା କରିବ । ଏହି ଟ୍ରେନ ଉଭୟ ପାର୍ଶ୍ୱରୁ ପୁରୀ ଓ ଜୟନଗର ମଧ୍ୟରେ ଖୋର୍ଦ୍ଧା ରୋଡ଼, ଭୁବନେଶ୍ୱର, ଯାଜପୁର କେନ୍ଦୁଝର ରୋଡ଼, ଭଦ୍ରକ, ବାଲେଶ୍ୱର, ହିଜଲୀ, ମେଦିନପୁର, ବିଷ୍ଣୁପୁର, ବାଙ୍କୁରା, ଆଦ୍ରl, ଆସାନସୋଲ, ମଧୁପୁର, ଜଶିଡ଼ିହ, ଝାଝା, କିଉଲ, ବରାଉନି, ସମସ୍ତିପୂର, ଲେହେରିଆ ସରାଇ, ଦରଭଙ୍ଗା, ସକରି ଏବଂ ମଧୁବାଣି ଷ୍ଟେସନମାନଙ୍କରେ ରହଣି କରିବ ।

ଏହା ପୂର୍ବରୁ ଓଡ଼ିଶା-ବିହାର ମଧ୍ୟରେ ଛଟ୍ ପୂଜା ଲାଗି ଏକ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ ନେଇ ରେଳବାଇ ପକ୍ଷରୁ ସୂଚନା ଦିଆଯାଇଥିଲା । ଏହି ଟ୍ରେନ୍ ଟ୍ରେନ୍ ପୁରୀରୁ ପାଟନା ମଧ୍ୟରେ ଚଳାଚଳ କରିବ । ଟ୍ରେନ୍ ନମ୍ବର 08449 ପୁରୀ-ପାଟନା ସ୍ପେଶାଲ୍ ଟ୍ରେନ୍ ଭାବେ କରିବ ଚଳାଚଳ । ସୋମବାର ଏବଂ ବୁଧବାର (13 ଏବଂ 15 ନଭେମ୍ବର 2023 ) ଦିନ ପୁରୀ ରୁ ରାତି 11.30 ମିନିଟ ରେ ଛାଡି ପାଟନା ଅଭିମୁଖେ ଯାତ୍ରା କରିବ ।

ଫେରିବା ମାର୍ଗରେ ଏହି ଟ୍ରେନ ପାଟନା ଠାରୁ 08450 ପାଟନା-ପୁରୀ ସ୍ପେଶାଲ୍ ଭାବରେ ଚଳାଚଳ କରିବ । ଏହା ମଙ୍ଗଳବାର ଏବଂ ଗୁରୁବାର(14 ଏବଂ 16 ନଭେମ୍ବର 2023) ସନ୍ଧ୍ୟା 6 ଟାରେ ପାଟନା ଠାରୁ ପୁରୀ ଅଭିମୁଖେ ଯାତ୍ରା କରିବ । ନିୟମିତ ଟ୍ରେନରେ ଯାତ୍ରୀମାନଙ୍କର ଅତିରିକ୍ତ ଭିଡ଼କୁ ଦୃଷ୍ଟିରେ ରଖି ଯାତ୍ରୀମାନଙ୍କ ସୁବିଧା ପାଇଁ ପୂର୍ବତଟ ରେଳପଥ ପକ୍ଷରୁ ଛଟ୍ ପୂଜା ପାଇଁ ପୁରୀ ଏବଂ ପାଟନା ମଧ୍ୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରାଇବାକୁ ନିଷ୍ପତ୍ତି ନିଆଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+