କରୋନାରେ ଆଉ ଜଣେ ବରିଷ୍ଠ ସାମ୍ବାଦିକଙ୍କ ପରଲୋକ

କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହୋଇଛି । ବରିଷ୍ଠ ସାମ୍ବାଦିକ ଡି ଶଙ୍କର ରାଓଙ୍କର ଗତକାଲି ବିଳମ୍ବିତ ରାତିରେ 77 ବର୍ଷ ବୟସରେ ଦେହାନ୍ତ ହୋଇଛି ।

ଭୁବନେଶ୍ୱର : କରୋନାରେ ଆଉ ଜଣେ ସାମ୍ବାଦିକଙ୍କ ଦେହାନ୍ତ ହୋଇଛି । ବରିଷ୍ଠ ସାମ୍ବାଦିକ ଡି ଶଙ୍କର ରାଓଙ୍କର ଗତକାଲି ବିଳମ୍ବିତ ରାତିରେ 77 ବର୍ଷ ବୟସରେ ଦେହାନ୍ତ ହୋଇଛି । କିଛି ଦିନ ପୂର୍ବରୁ ସେ କରୋନା ଆକ୍ରାନ୍ତ ହୋଇ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଭର୍ତ୍ତି ହୋଇଥିଲ । ଗତକାଲି ରାତି 11.45 ମିନିଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି ।

D Sankar Rao

ଶ୍ରୀ ରାଓ ଜିଲ୍ଲା ରାଜସ୍ୱ କାର୍ଯ୍ୟାଳୟରେ ଜଣେ ବରିଷ୍ଠ କିରାଣୀ ଭାବରେ କାର୍ଯ୍ୟ କରିଥିଲେ । ଅବସର ପରେ ସେ ତେଲୁଗୁ ପତ୍ରିକା 'ସାକ୍ସି' ପାଇଁ 20 ବର୍ଷ ସାମ୍ବାଦିକ ଭାବରେ କାର୍ଯ୍ୟ କରିଥିଲେ । ରାଓଙ୍କ ଦେହାନ୍ତରେ ଅନେକ ସଂଗଠନ ଏବଂ ସାମ୍ବାଦିକ ଦୁଃଖ ପ୍ରକାଶ କରିଛନ୍ତି ।

ନିକଟରେ କୋରାପୁଟର ଜୟପୁର ବାସିନ୍ଦା ଯୁବ ସାମ୍ବାଦିକ ସୁମିତ ଓଙ୍କା ମଧ୍ୟ କରୋନା ସଂକ୍ରମିତ ହୋଇ ପ୍ରାଣ ହରାଇଥିଲେ । ବିଶାଖାପାଟନମର ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ବେଳେ ତାଙ୍କର ଦେହାନ୍ତ ହୋଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+