ବଢୁଛି ଡେଙ୍ଗୁ ଆତଙ୍କ, ଆଉ ଜଣେ ଡେଙ୍ଗୁ ସନ୍ଦିଗ୍ଧଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜଧାନୀରେ ଆତଙ୍କ ରଚିଛି ଡେଙ୍ଗୁ । ଭୟଭୀତ ହେଲେଣି ରାଜଧାନୀବାସୀ । ଏହି ସମୟରେ ଆଉ ଜଣେ ଡେଙ୍ଗୁ ସନ୍ଦିଗ୍ଧଙ୍କ ମୃତ୍ୟୁ ହୋଇଛି । ଏହା ପୂର୍ବରୁ ଗତକାଲି ଡେଙ୍ଗୁରେ ଜଣେ 7 ବର୍ଷୀୟ ନାବାଳିକାଙ୍କ ମୃତ୍ୟୁ ହୋଇଥିଲା । ଆଜି ପୁଣି ଜଣଙ୍କର ମୃତ୍ୟୁ ହୋଇଛି ।

dengue

ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଜଣେ 62 ବର୍ଷ ବୟସ୍କା ମହିଳାଙ୍କର ଡେଙ୍ଗୁରେ ମୃତ୍ୟୁ ହୋଇଥିବା ନେଇ ସୂଚନା ମିଳିଛି । ତେବେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏହା ଡେଙ୍ଗୁ ଜନିତ ମୃତ୍ୟୁ ନା ନୁହେଁ ସେ ନେଇ ସ୍ପଷ୍ଟ କରାଯାଇ ନାହିଁ । ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡା. ନିରଞ୍ଜନ ମିଶ୍ର ଗଣମାଧ୍ୟମକୁ କହିଛନ୍ତି, 'ଆମେ ଏ ନେଇ କ୍ୟାପିଟାଲ ହସ୍ପିଟାଲ ପକ୍ଷରୁ କୌଣସି ସୂଚନା ପାଇନାହୁଁ । ଯାଞ୍ଚ ପାଇଁ ଟିମ ଯାଇଛନ୍ତି । ଯାଞ୍ଚ ପରେ ଏ ନେଇ ସ୍ପଷ୍ଟ କରିବୁ ।'

ଡାକ୍ତର ମିଶ୍ର ଅଧିକ ସୂଚନା ଦେଇ କହିଛନ୍ତି, 20 ଜିଲ୍ଲାରୁ 18 ହଜାର 124 ନମୂନା ପରୀକ୍ଷା କରାଯାଇଥିଲା । ସେଥିରୁ 553 ପଜିଟିଭ ଆସିଛି । ବିଏମସି ଏବଂ ସିଏମସି ସହ ସହଯୋଗ ରଖି ଟିମ୍ କାମ କରୁଛନ୍ତି । ପରିସ୍ଥିତି ଉପରେ ନଜର ରଖି ପ୍ରତିକାର ପାଇଁ କାମ କରାଯାଉଛି । ଗତ 24 ଘଣ୍ଟା ମଧ୍ୟରେ ଖୋର୍ଦ୍ଧା ଅଞ୍ଚଳରେ ଅତି କମରେ 17 ଜଣ ଡେଙ୍ଗୁ ଆକ୍ରାନ୍ତଙ୍କ ଚିହ୍ନଟ କରାଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+