ଗତ 24 ଘଣ୍ଟାରେ ରାଜ୍ୟରେ 518 କରୋନା ଆକ୍ରାନ୍ତ, 4କୁ ଖସିଲା ମୃତ୍ୟୁ ସଂଖ୍ୟା

ଗତ 24 ଘଣ୍ଟାରେ ରାଜ୍ୟରେ 518ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ 297 ଏବଂ 221 ସ୍ଥାନୀୟ ସଂକ୍ରମିତ ରହିଛନ୍ତି |

ଭୁବନେଶ୍ୱର : ଲଗାତାର ଭାବରେ ରାଜ୍ୟରେ ହ୍ରାସ ପାଇବାରେ ଲାଗିଛି କରୋନା ସଂକ୍ରମିତଙ୍କ ସଂଖ୍ୟା | ଗତ 24 ଘଣ୍ଟାରେ ରାଜ୍ୟରେ 518ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହିମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍ ସେଣ୍ଟରରୁ 297 ଏବଂ 221 ସ୍ଥାନୀୟ ସଂକ୍ରମିତ ରହିଛନ୍ତି | ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା 3 ଲକ୍ଷ 18 ହଜାର 307ରେ ପହଞ୍ଚିଛି ବୋଲି ସୂଚନା ଓ ଲୋକ ସମ୍ପର୍କ ବିଭାଗ ଟ୍ୱିଟି କରି ସୂଚନା ଦେଇଛି |

ଏହି ଟ୍ୱିଟର ସୂଚନା ଅନୁସାରେ ସୁନ୍ଦରଗଡ଼ରୁ ସର୍ବାଧିକ 52 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି | ସେହିପରି କଟକରୁ 45, ନୂଆପଡ଼ାରୁ 23, ଖୋର୍ଦ୍ଧା ଜିଲ୍ଲାରେ 40, କେନ୍ଦୁଝରରୁ 25, ଅନୁଗୁଳରୁ 36, ବଲାଙ୍ଗୀରରୁ 37, , ମୟୁରଭଞ୍ଜରୁ 49, କଳାହାଣ୍ଡିରୁ 6, ପୁରୀରୁ 29, ଯାଜପୁରରୁ 18, ଝାରସୁଗୁଡାରୁ 16, ସମ୍ବଲପୁରରୁ 17, ପୁରୀରୁ 15, କେନ୍ଦ୍ରାପଡ଼ାରୁ 17 ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି |

corona-virus
କନ୍ଧମାଳରୁ 4, ଢେଙ୍କାନାଳରୁ 8, ଗଞ୍ଜାମରୁ 10, କୋରାପୁଟରୁ 9, ମାଲକାନାଗିରିରୁ 4, ଦେବଗଡରୁ 1, ନବରଙ୍ଗପୁରରୁ 1, ନୟାଗଡ଼ରୁ 4, ରାୟଗଡାରୁ 1, ଗଜପତିିରୁ 2, ସୋନପୁରରୁ 4, ବୌଦ୍ଧରୁ 2 ଏବଂ ରାଜ୍ୟ ପୁଲରୁ 8 ଜଣ କରୋନା ଆକ୍ରାନ୍ତ ଟିହ୍ନଟ ହୋଇଛନ୍ତି |

ଅପରପକ୍ଷରେ ଗତ 24 ଘଣ୍ଟାରେ ରାଜ୍ୟରେ ଚାରିଜଣଙ୍କର କରୋନା ଜନିତ ମୃତ୍ୟୁ ହୋଇଛି | ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁସାରେ ବାଲେଶ୍ୱର, ଖୋର୍ଦ୍ଧା, ଢେଙ୍କାନାଳ ଜିଲ୍ଲା ଏବଂ ଭୁବନେଶ୍ୱରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଛି | ରାଜ୍ୟର 3ଲକ୍ଷ 10ହଜାର 549 ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି | ବର୍ତ୍ତମାନ ଓଡ଼ିଶାରେ 5ହଜାର 971 ଜଣ କରୋନା ରୋଗୀ ସକ୍ରିୟ ଅଛନ୍ତି |

New recoveries: 802
Cumulative tested: 5863199

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+