ଦିନକ ପରେ ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ, ନବୀନ ପଟ୍ଟନାୟକଙ୍କ ସହ ବିଭିନ୍ନ ପ୍ରସଙ୍ଗରେ ହେବ ଆଲୋଚନା
ଦିନକ ପରେ ଅର୍ଥାତ୍ 9 ତାରିଖରେ ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ତାଙ୍କର ଏହି ଓଡ଼ିଶା ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଂଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି ।
ଭୁବନେଶ୍ୱର : ଦିନକ ପରେ ଅର୍ଥାତ୍ 9 ତାରିଖରେ ଓଡ଼ିଶା ଆସିବେ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ । ତାଙ୍କର ଏହି ଓଡ଼ିଶା ଗସ୍ତ ସମୟରେ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରି ବିଭିନ୍ନ ପ୍ରସଂଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଦୀର୍ଘଦିନ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଲାଗି ରହିଥିବା କୋଟିଆ, ପୋଲାଭରମ ପରି ବିବାଦ ଉପରେ ଦୁଇ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ଚର୍ଚ୍ଚା ହେଉଛି ।

ସୁପ୍ରିମ୍କୋର୍ଟରେ ପୋଲାଭରମ ମାମଲା । କୋଟିଆରେ ସୀମା ବିବାଦ । ବର୍ଷ ବର୍ଷ ଧରି ଆନ୍ଧ୍ର ଏବଂ ଓଡ଼ିଶା ମଧ୍ୟରେ ଏପରି ବିବାଦ ଲାଗି ରହିଛି । ଏହା ଭିତରେ ଆସନ୍ତା 9 ତାରିଖରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଓଡ଼ିଶା ଆସି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟିବେ । ଉଭୟଙ୍କ ମଧ୍ୟରେ କି ଆଲୋଚନା ହେବ, ତାହା ଏଯାଏ ସ୍ପଷ୍ଟ ହୋଇ ନଥିଲେ ମଧ୍ୟ କୋଟିଆ ଓ ପୋଲାଭରମ ପ୍ରସଙ୍ଗରେ ଆଲୋଚନା ହୋଇ ସମାଧାନର ବାଟ ବାହାରିବ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି ।
ସେପଟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ଜଗନମୋହନ ରେଡ୍ଡୀ ଦୁଇ ରାଜ୍ୟ ମଧ୍ୟରେ ବିବାଦର ଦୂର କରିବା ଉପରେ ଗୁରୁତ୍ବ ଦେବାକୁ କଂଗ୍ରେସ ଦାବି କରିଛି । ବିଜେପି କହିଛି, ଆନ୍ଧ୍ର ସହିତ ବିବାଦର ସମାଧାନ ପାଇଁ ଜଗନମୋହନଙ୍କୁ ଦାବିପତ୍ର ଦେବ । କୋରାପୁଟରୁ ଗଜପତି ଯାଏ ଆନ୍ଧ୍ର ସହିତ ଓଡ଼ିଶାର ସୀମା ବିବାଦ ଲାଗି ରହିଛି । ପୋଲାଭରମ ଲଢ଼େଇ ବି ଚାଲିଛି । ଏହା ଭିତରେ ଜଗନମୋହନ ରେଡ୍ଡୀଙ୍କ ଓଡ଼ିଶା ଗସ୍ତ ନେଇ ଆରମ୍ଭ ହୋଇଛି ନାନା ଚର୍ଚ୍ଚା ।












Click it and Unblock the Notifications