କୋଟିଆରେ ପୋଲିଓ ଟିକା ଦେଲା ଆନ୍ଧ୍ର, ନିରାଶ ହୋଇ ଫେରିଲା ଓଡ଼ିଶା ଟିମ୍
କୋଟିଆ: ପୁଣି ଆନ୍ଧ୍ରର ଦାଦଗିରି । କୋଟିଆରେ ଅନୁପ୍ରବେଶ କରି ପୋଲିଓ ଟୀକା ଦେଲା ଆନ୍ଧ୍ର । ପୂର୍ବରୁ ପ୍ରଶାସନ ଅନୁପ୍ରବେଶ ପରେ ବର୍ତ୍ତମାନ ସ୍ୱାସ୍ଥ୍ୟ ବିଭାଗ ପଶିଛି । ସ୍ଵାସ୍ଥ୍ୟ ବିଭାଗ ଅଧିକାରୀ ଅନୁପ୍ରବେଶ କରି ଛୋଟ ଛୁଆଙ୍କୁ ପୋଲିଓ ବୁନ୍ଦା ଖୁଆଇଛି ।

ସୂଚନାଥାଉକି, କୋଟିଆ ପଞ୍ଚାୟତ ଅନ୍ତର୍ଗତ ତଥା ଆନ୍ଧ୍ରର ଗଞ୍ଜେଇପଦର୍ ସଚିବାଳୟ ଅନ୍ତର୍ଗତ ବିଭିନ୍ନ ଗ୍ରାମର ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇଛି । ଆନ୍ଧ୍ର ଉପର ଶେମ୍ବୀ ଗ୍ରାମର ଆନ୍ଧ୍ର ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟକ୍ରମର ଆୟୋଜନ କରିଥିଲା । ସେଠାରେ ତୋନମ୍ ସି ଏଚ ସି ଅନ୍ତର୍ଗତ ଡି ଏମ୍ ଏଚ ଓ ଅଧିକାରୀ ସିବାକୁମାର ଓ କର୍ମଚାରୀ ଶିଶୁଙ୍କୁ ପୋଲିଓ ବୁନ୍ଦା ଖୁଆ ଯାଇଥିବା ନେଇ ଜଣାପଡ଼ିଛି ।
କୋଟିଆ ସମେତ ବାଙ୍ଗାରୁଗୁଡ଼ିରେ ଆନ୍ଧ୍ର ପୋଲିଓ ଟିକା ବଣ୍ଟନ କରିଛି ଆନ୍ଧ୍ର । ଓଡ଼ିଶା ସ୍ୱାସ୍ଥ୍ୟ ଟିମ୍ ପହଞ୍ଚିବା ପୂର୍ବରୁ ଆନ୍ଧ୍ର ଟିକା ଦେଇ ସାରିଥିବାରୁ ଓଡ଼ିଶା ଟିମ୍ ନିରାଶ ହୋଇ ଫେରିଛନ୍ତି । ସପ୍ତାହକ ମଧ୍ୟରେ କୋଟିଆରେ ଆନ୍ଧ୍ର ତିନି ଥର ଅନୁପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରିଛି । ପୂର୍ବରୁ ନାରେଡିବାଲସାରେ ଡେପୁଟି ଏସପିଙ୍କ ଉପସ୍ଥିତିରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ କରିଥିଲା ଆନ୍ଧ୍ର । ଏବେ ପୋଲିଓ ଟିକା ବଣ୍ଟନ କରିବା ସହ ପାର୍ବତୀପୁରମ୍ ଏସପି ବିକ୍ରାନ୍ତ ପାଟିଲ ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଛନ୍ତି ।












Click it and Unblock the Notifications