ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା: ଦଳ ଛାଡିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ

Odisha Politics News: ନିର୍ବାଚନ ପୂର୍ବରୁ ବିଜେଡିକୁ ଝଟକା । ଦଳ ଛାଡିଲେ ଆନନ୍ଦପୁର ବିଧାୟକ ଭାଗିରଥୀ ସେଠୀ । ଆଜି ସେ ବିଜେଡି ପ୍ରାଥମିକ ସହସ୍ୟ ପଦରୁ ଇସ୍ତା ଦେଇଥିବା ନେଇ ସୂଚନା ରହିଛି । ସେ ନିଜ ଇସ୍ତଫା ପତ୍ର ବଜେଡିର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପାଖକୁ ପଠାଇଛନ୍ତି । ହେଲେ ସେ କେଉଁ କାରଣରୁ ଦଳ ଛାଡିଲେ ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।

Anandpur MLA Bhagirathi Sethy

ସୂଚନାଥାଉ ଯେ, ୨୦୦୯ ଲୋକସଭା ନିର୍ବାଚନରେ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିର୍ବାଚନମଣ୍ତଳୀରୁ ଭାଗିରଥୀ ସେଠୀଙ୍କୁ ବିଜେଡି ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଉକ୍ତ ବର୍ଷ ସେ ସେହି ଆସନରୁ ବିଜୟ ଲାଭ କରିଥିଲେ ଏବଂ ଓଡ଼ିଶା ବିଧାନସଭାକୁ ଯାଇଥିଲେ । ହେଲେ ୧୦୧୪ରେ ଦଳ ତାଙ୍କୁ ଟିକେଟ୍ ନ ଦେଇ ମାୟାଧର ଜେନାଙ୍କୁ ପ୍ରାର୍ଥୀ ଭାବେ ଘୋଷଣା କରିଥିଲା । ଯାହାପରେ ସେ ବିଜେଡି ଛାଡିବାର ନିଷ୍ପତ୍ତି ନେଇଥିଲେ ଏବଂ ବିଜେପିରେ ଯୋଗ ଦେଇଥିଲେ ।

ଏହାପରେ ୨୦୧୯ରେ ସେ ପୁଣି ବିଜେପି ଛାଡି ବିଜେଡିକୁ ଫେରି ଆସିଥିଲେ ଏବଂ ସେ ପୁଣି ସମାନ ଆସନରୁ ବିଜୟୀ ହୋଇଥିଲେ । ହେଲେ ଏଥର ବିଜେଡି ପକ୍ଷରୁ ତାଙ୍କୁ ଟିକେଟ୍ ମିଳି ନଥିଲା । ତାଙ୍କ ସ୍ଥାନରେ ଅଭିମନ୍ୟୁ ସେଠୀଙ୍କୁ ଦଳ ଟିକେଟ୍ ଦେଇଛି । ଯେଉଁଥିପାଇଁ ସେ ଦଳ ଛାଡିବାର ନିଷ୍ପତ୍ତି ନେଇଥିବା ନେଇ ଚର୍ଚ୍ଚା ହେଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+