ନନ୍ଦନକାନନରେ ଆନାକୋଣ୍ଡାର ମୃତ୍ୟୁ

ଭୁବନେଶ୍ୱର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଛି । 14 ମାସର ଅନାକୋଣ୍ଡା ସାପର ମୃତ୍ୟୁ ହୋଇଥିବା ସୂଚନା ମିଳିଛି । 46 ନମ୍ବର ଖୁଆଡ଼ରେ ଥିବା 10 ଟି ଆନାକୋଣ୍ଡା ମଧ୍ୟରୁ ଗୋଟିଏ ଆନାକୋଣ୍ଡାର ମୃତ୍ୟୁ ହୋଇଛି । ଏହାପରେ ବର୍ତ୍ତମାନ ଆନାକୋଣ୍ଡାଙ୍କ ସଂଖ୍ୟା 9କୁ ହ୍ରାସ ପାଇଥିବା ନେଇ ନନ୍ଦକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି ।

Bhubaneswar

କିଛି ଦିନ ହେବ ଆନାକୋଣ୍ଡାଟି ଅସୁସ୍ଥ ହୋଇ ପଡ଼ିଥିଲା । ପ୍ରାଣୀ ଚିକିତ୍ସକମାନେ ତାର ଚିକିତ୍ସା କରୁଥିଲେ । ଗତକାଲିଠୁ ଆନାକୋଣ୍ଡାଟି ଖାଦ୍ୟ ଖାଉନଥିଲା । ଏହାସହ ବୁଲାବୁଲି କରି ନପାରି ଗୋଟିଏ ସ୍ଥାନରେ ପଡି ରହିଥିଲା । ଆଜି ସକାଳେ ଆନାକୋଣ୍ଡାଟିର ମୃତ୍ୟୁ ହୋଇଚି ।
2019 ମସିହା ଅକ୍ଟୋବର 19 ତାରିଖରେ ଚେନ୍ନାଇର ମାଡ୍ରାସର କୋକୋଡାଇଲ ବ୍ୟାଙ୍କ ଟ୍ରଷ୍ଟ ପକ୍ଷରୁ ଉପହାରରେ 8ଟି ହଳଦିଆ ରଙ୍ଗର ଆନାକୋଣ୍ଡା ନନ୍ଦନକାନନକୁ ଆସିଥିଲା । ଏହା ପୂର୍ବରୁ ଗତ କିଛିଦିନ ହେବ ନନ୍ଦନ କାନନ ପ୍ରାଣୀ ଉଦ୍ୟାନରେ ଜଳହସ୍ତୀ, ସିଂହୀ ବିନି ଓ ହରିଣର ମୃତ୍ୟୁ ହୋଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+