ରାମଲାଲା ପ୍ରାଣ ପ୍ରତିଷ୍ଠା: ଶ୍ରୀମନ୍ଦିରକୁ ଆଯୋଧ୍ୟାରୁ ଆସିଲା ନିମନ୍ତ୍ରଣ, କାର୍ଯ୍ୟକ୍ରମ ସଫଳ ପାଇଁ କରାଗଲା ପ୍ରାର୍ଥନା

ପୁରୀ: ଅଯୋଧ୍ୟାରେ ନିର୍ମାଣ ହେଉଥିବା ରାମଲାଲାଙ୍କ ମନ୍ଦିର ପ୍ରତିଷ୍ଠା ପାଇଁ ଶ୍ରୀମନ୍ଦିରକୁ ଆସିଲା ନିମନ୍ତ୍ରଣ ପତ୍ର । ଆସନ୍ତା 22 ତାରିଖରେ ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ପାଇଁ ଦିଆଯାଇଛି ନିମନ୍ତ୍ରଣ । ପ୍ରତ୍ୟେକ ଓଡ଼ିଆ ଓ ସନାତନ ବିଶ୍ୱାସୀଙ୍କ ଆସ୍ଥା ଓ ଇଷ୍ଟ ମହାପ୍ରଭୁଙ୍କୁ, ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ନିମନ୍ତ୍ରଣ ଦିଆଯାଇଛି ।

shree mandir- ram mandir

ଏହି ନିମନ୍ତ୍ରଣ ପତ୍ରରେ 22 ତାରିଖର କାର୍ଯ୍ୟକ୍ରମ ସମ୍ପର୍କରେ ସବିଶେଷ ତଥ୍ୟ ରଖାଯାଇଛି । ସେହିଦିନ ଘରେ ଘରେ ହନୁମାନ ଚାଳିସା ପାଠ କରିବା ସହ ଶ୍ରୀରାମଙ୍କ ନାମ ଜାପ କରିବାକୁ କୁହାଯାଇଛି । ଏବେ ଶ୍ରୀକ୍ଷେତ୍ରକୁ ନିମନ୍ତ୍ରଣ ଆସିବା ପରେ ଜଗନ୍ନାଥପ୍ରେମୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି ।
ପ୍ରଭୁଙ୍କ ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ନିମନ୍ତ୍ରଣ କରିଛି ଅଯୋଧ୍ୟା ଅଭ୍ୟର୍ଥନା କମିଟି ଓ ବିଶ୍ବ ହିନ୍ଦୁ ପରିଷଦ । ଆଜି ମହାପ୍ରଭୁଙ୍କ ନିମନ୍ତ୍ରଣ ନିମନ୍ତେ ଗୁଆ, ଅରୁଆ ଚାଉଳ, ଶ୍ରୀଫଳ, ପାନ, ଗାମୁଛା ଓ ନିମନ୍ତ୍ରଣ ପତ୍ର ନେଇ କମିଟି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ନିମନ୍ତ୍ରଣ କରିଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଯୋଗଦେବାର କାର୍ଯ୍ୟକ୍ରମ ରହିଛି ।

ଅନ୍ୟପଟେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପାଇଁ ସଜେଇ ହୋଇଛି ପୂରା ଅଯୋଧ୍ୟା । ମନ୍ଦିର ବିଷୟରେ କହିବାକୁ ଗଲେ, ସମଗ୍ର ମନ୍ଦିର ପରିସର 70 ଏକର ଜାଗା ରହିଛି । କେବଳ 30 ପ୍ରତିଶତ ଯାଗାରେ ମନ୍ଦିର ହୋଇଛି । 392 ସ୍ତମ୍ଭ, 44 ଫାଟକ ଏବଂ ନାଗର ଶୈଳୀରେ ତିଆରି ହୋଇଛି ମନ୍ଦିର । 32 ଟି ପାହାଚ ଦେଇ ଆପଣ ମନ୍ଦିରକୁ ପ୍ରବେଶ କରିବେ । ବାକି ସବୁଜ କ୍ଷେତ୍ର ପାଇଁ ଛଡାଯାଇଛି । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠାର ଶୁଭ ସମୟ ରହିଛି ରାତି 12.15 ।

କାର୍ଯ୍ୟକ୍ରମରେ ଉପସ୍ଥିତ ରହିବାକୁ ପାଖାପାଖି 7000 ଲୋକଙ୍କୁ ନିମନ୍ତ୍ରଣ ଦିଆ ଯାଇଛି । ସେମାନଙ୍କ ମଧ୍ୟରେ ଦେଶର ଅନେକ ବଡ଼ ବଡ଼ ଲୋକ ରହିଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭଗତଙ୍କ ସମେତ 3000 ଭିଭିଆଇପିଙ୍କୁ ନିମନ୍ତ୍ରଣ ମିଳିଛି । ଏହା ଛଡ଼ା ପୁରା ଦେଶରୁ 4000 ସାଧୁ ସନ୍ଥଙ୍କୁ ମଧ୍ୟ ଡକା ଯାଇଛି ।

ଶ୍ରୀରାମ ଜନ୍ମଭୂମି ଟ୍ରଷ୍ଟର ମହାସଚିବ ଚମ୍ପତ ରାୟ କହିଛନ୍ତି, ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ 50ଟି ଦେଶରୁ ଜଣେ ଜଣେ ପ୍ରତିନିଧିଙ୍କୁ ଡାକିବା ପାଇଁ ଉଦ୍ୟମ ହୋଇଛି । ସେହିପରି ଆନ୍ଦୋଳନ ସମୟରେ ପ୍ରାଣ ହରାଇଥିବା 50 ଜଣ ସେବକଙ୍କ ପରିବାର ଲୋକଙ୍କୁ ମଧ୍ୟ ନିମନ୍ତ୍ରଣ କରା ଯାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+