ଚଳ ଚଞ୍ଚଳ ରାଜ୍ୟ ରାଜନୀତି, ନବୀନ ଡାକିଲେ ବୈଠକ
ବାଜିଲା କି ନିର୍ବାଚନୀ ବିଗୁଲ୍ ! ଚଳ ଚଞ୍ଚଳ ହୋଇ ଉଠିଛି ରାଜ୍ୟ ରାଜନୀତି । ଏହି ସମୟରେ ଆଜି ସନ୍ଧ୍ୟାରେ ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜିଲ୍ଲା ପର୍ଯ୍ୟବେକ୍ଷକଙ୍କ ସମେତ ବରିଷ୍ଠ ନେତାଙ୍କୁ ବୈଠକକୁ ଡକାଯାଇଛି ।

ବିଶେଷ ସୂତ୍ରରୁ ଏହି ଖବର ମିଳିଛି । ଏହା ପରେ ରାଜ୍ୟ ରାଜନୀତି ଆହୁରି ସରଗରମ ହୋଇଉଠିଛି । ହଠାତ୍ ବିଜେଡ଼ି ସଭାପତି ନବାନ ପଟ୍ଟନାୟକ କାହିଁକି ବୈଠକ ଡାକିଛନ୍ତି ସେ ନେଇ ଚର୍ଚ୍ଚା ଜୋର୍ ଧରିଛି । ରାଜ୍ୟରେ ଆଗୁଆ ନିର୍ବାଚନକୁ ନେଇ ଆଲୋଚନା ହେଉଥିବା ବେଳେ ନବୀନ ପଟ୍ଟନାୟକ ବୈଠକ ଡାକିବା ଏହି ଆଲୋଚନାକୁ ଖୋରାକ୍ ଯୋଗାଇଛି ।
ବୈଠକରେ ଆଗୀମା ଆଗାମୀ ନିର୍ବାଚନ ନେଇ ପ୍ରସ୍ତୁତି, ଘରେ ଘରେ ଶଙ୍ଖ କାର୍ଯ୍ୟକ୍ରମ, ଗାନ୍ଧୀ ଜୟନ୍ତୀରୁ ପଦଯାତ୍ରା, ମୁଖ୍ୟମନ୍ତ୍ରୀଙ୍କର ବିଭିନ୍ନ ସଭା ନେଇ ବୈଠକରେ ଆଲୋଚନା ହୋଇପାରେ ବୋଲି ସୂଚନା ରହିଛି ।
ଗତ 6 ମାସ ଧରି ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶରେ 5 ଟି ସଚିବ ରାଜ୍ୟର ସମସ୍ତ ଜିଲ୍ଲା ଗସ୍ତ କରି ସମସ୍ୟା ଶୁଣିବା ସହ ଅଭିଯୋଗ ପତ୍ର ଗ୍ରହଣ କରିଥିଲେ । ଏହା ପରେ ସମସ୍ତ ଅଭିଯୋଗକୁ ତଦାରଖ କରି ଶୀଘ୍ର ସମାଧାନ କରିବାକୁ ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି ସରକାର ।












Click it and Unblock the Notifications