ଯୁକ୍ତ ଦୁଇ ମୂଲ୍ୟାୟନ ନେଇ ଗଠନ ହେବ ବିଶେଷଜ୍ଞ କମିଟି

ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ବର୍ତ୍ତମାନ ମୂଲ୍ୟାୟନ କିପରି ହେବ ସେନେଇ ସରକାର ତର୍ଜମା କରୁଛନ୍ତି । ଏନେଇ ଏକ 15 ଜଣିଆ ବିଶେଷଜ୍ଞ କମିଟି ଗଠନ ହେବ । କେଉଁ ଆଧାରରରେ ଓ କିପରି ମାର୍କ ଦିଆଯିବ ସେ ନେଇ କମିଟି ତର୍ଜମା କରିବ ।

ଭୁବନେଶ୍ବର : ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ବର୍ତ୍ତମାନ ମୂଲ୍ୟାୟନ କିପରି ହେବ ସେନେଇ ସରକାର ତର୍ଜମା କରୁଛନ୍ତି । ଏନେଇ ଏକ 15 ଜଣିଆ ବିଶେଷଜ୍ଞ କମିଟି ଗଠନ ହେବ । କେଉଁ ଆଧାରରରେ ଓ କିପରି ମାର୍କ ଦିଆଯିବ ସେ ନେଇ କମିଟି ତର୍ଜମା କରିବ । ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀରରଞ୍ଜନ ଦାଶ । ସେ କହିଛନ୍ତି, ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ 15 ଦିନ ଭିତରେ ଗଠନ ହେବ ବିଶେଷଜ୍ଞ କମିଟି । ସିବିଏସଇ ପଲିସିକୁ ଅନୁଧ୍ୟାନ କରି କମିଟି ସଦସ୍ୟମାନେ ତର୍ଜମା କରିବେ । ଏହା ପରେ ନିଷ୍ପତ୍ତି ହେବ କେଉଁ ଆଧାରରେ ମାର୍କ ଦିଆଯିବ ଓ ଫଳ ପ୍ରକାଶ କରାଯିବ ।

12th exam

ସିବିଏସଇ ଓ ଆଇସିଏସଇ ରେଜଲ୍ଟ ଯେଉଁ ସମୟରେ ବାହାରିବ, ସେହି ସମୟରେ ପ୍ରକାଶ ପାଇବ ଯୁକ୍ତ ଯୁକ୍ତ ପରୀକ୍ଷା ଫଳ । ରାଜ୍ୟର ଛାତ୍ରଛାତ୍ରୀ ଯେମିତି ଅସୁବିଧାର ସମ୍ମୁଖୀନ ନହୁଅନ୍ତି ସେନେଇ ଗୁରୁତ୍ୱ ଦିଆଯାଉଛି ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ କହିଛନ୍ତି ।

କରୋନାକୁ ଦୃଷ୍ଟିରେ ରଖି ଶୁକ୍ରବାର ରାଜ୍ୟ ସରକାର ଯୁକ୍ତ ଦୁଇ ପରୀକ୍ଷାକୁ ବାତିଲ ଘୋଷଣା କରିଥିଲେ । ଏହି ଘୋଷଣା କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲ ଯେ ପରୀକ୍ଷା ଅପେକ୍ଷା ପିଲାଙ୍କ ଜୀବନ ଗୁରୁତ୍ୱପୂର୍ଣ୍ଣ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+