ବାତ୍ୟା ପାଇଁ ଓଡ଼ିଶା ଗସ୍ତ ବାତିଲ କଲେ କେନ୍ଦ୍ର ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର : କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ଓଡ଼ିଶା ଗସ୍ତ ବାତିଲ କରିଛନ୍ତି । ବାତ୍ୟା ବିପର୍ଯ୍ୟୟ ପାଇଁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାତିଲ କରାଯାଇଛି । ଜୁନ୍ 17 ରେ ଓଡ଼ିଶା ଗସ୍ତରେ ଆସିଥାନ୍ତେ ଅମିତ ଶାହା ।

ଗୁଜୁରାଟ ଉପକୂଳରେ ବାତ୍ୟା ବିପର୍ଯ୍ୟୟ ଲ୍ୟାଣ୍ଡଫଳ କରିବା ନେଇ ସୂଚନା ମିଳିବା ପରେ ଏହାର ସମୀକ୍ଷା କରୁଛନ୍ତି ଅମିତ ଶାହା । ରାଜ୍ୟର ମନ୍ତ୍ରୀ ଏବଂ ଅନ୍ୟ ଅଧିକାରୀଙ୍କ ସହ ଉଚ୍ଚସ୍ତରୀୟ ବୈଠକ କରି ସମୀକ୍ଷା କରୁଛନ୍ତି କେନ୍ଦ୍ର ମନ୍ତ୍ରୀ । ତେଣୁ 17 ତାରିଖରେ ଓଡ଼ିଶା ଗସ୍ତ ସ୍ଥଗିତ ରଖାଯାଇଛି । ପରବର୍ତ୍ତୀ ସମୟରେ ଗସ୍ତା ନେଇ ସମୟ ଧାର୍ଯ୍ୟ କରାଯିବ ।












Click it and Unblock the Notifications