ଭୁବନେଶ୍ୱର ଦୁଇ ଆସନ ପାଇଁ ଟିକେଟ୍ ଦୌଡ଼ରେ ନୂଆ ମୁହଁ, ନବୀନ ନିବାସ ଯାଇ ଦେଲେ ବାୟୋଡାଟା

ଭୁବନେଶ୍ୱର: ନିର୍ବାଚନ ତାରିଖ ଘୋଷମା ହୋଇ ନଥିଲେ ମଧ୍ୟ ଆଉ ବେଶୀ ଦିନ ବାକି ନାହିଁ । ଏହା ପୂର୍ବରୁ ସଜବାଜ ହେଲେଣି ନେତା ଓ ଦଳ । ଏଥି ମଧ୍ୟରେ ଭୁବନେଶ୍ୱରରେ ବଢିଲାଣି ରାଜନୀତି ତାତି । ଟିକେଟ୍ ଆଶାୟୀ ନିଜ ନିଜ ସମର୍ଥକଙ୍କ ସହ ଟିକେଟ୍ ଦାବି କରିବାକୁ ନବୀନ ନିବାସରେ ଭିଡ଼ ଜମାଉଛନ୍ତି ।

BJD

ଏହି କ୍ରମରେ ଭୁବନେଶ୍ୱରର ଏକାମ୍ର ନିର୍ବାଚନ ମଣ୍ଡଳୀ ଓ ମଧ୍ୟ ଭୁବନେଶ୍ୱର ପାଇଁ ଟିକେଟ୍ ଆଶାୟୀ ଅଛନ୍ତି ଦୁଇ କର୍ପୋରେଟର । ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଛନ୍ତି ଭୁବନେଶ୍ୱର ମଧ୍ୟ ଅଞ୍ଚଳର କର୍ପୋରେଟର ଅମରେଶ ଜେନା (ବାଇଁଆ) ଏବଂ ଏକାମ୍ର ଅଞ୍ଚଳର କର୍ପୋରେଟର ବିରଞ୍ଚି ମହାସୂପକାର (ଲିଟୁ) ।

ନବୀନ ନିବାସରୁ ଫେରି ସୁଯୋଗ ମିଳିବା ଆଶା ବୋଲି କହିଛନ୍ତି ଉଭୟ ନେତା । ସଂଗଠନ କରିଛି, ନିର୍ବାଚନରେ ସୁଯୋଗ ମିଳିବ ବୋଲି ଆଶା ରଖିଛି ବୋଲି କହିଛନ୍ତି ଅମରେଶ । ସେହିପରି ଯୁବ ପ୍ରତିଭାଙ୍କୁ ସୁଯୋଗ ମିଳିବ ଆଶା ରହିଛି ବୋଲି କହିଛନ୍ତି ଲିଟୁ ।

ମଧ୍ୟ ଭୁବନେଶ୍ୱରରୁ କିଏ ଟିକେଟ୍ ପାଇବ ତାହାକୁ ନେଇ ବିବାଦ ଲାଗି ରହିଛି । ଅନନ୍ତ ଜେନା ଏବେ ବିଧାୟକ ଥିବାବେଳେ ଟିକେଟ୍ ଲବି କରୁଛନ୍ତି କର୍ପୋରେଟର ଅମରେଶ ଜେନା । ଦୁଇ ଦିନ ତଳେ ଉଭୟ ଅନନ୍ତ ଜେନା ଓ ଅମରେଶ ଜେନା ନବୀନ ନିବାସ ପହଞ୍ଚିଥିଲେ । ଏହାପରେ ବନ୍ଧୁମିଳନ କରି ଶକ୍ତି ପ୍ରଦର୍ଶନ କରିଥିଲେ ଅମରେଶ ଜେନା । ଆଜି ପୁଣିଥିରେ ଟିକେଟ୍ ଲବି ପାଇଁ ପହଞ୍ଚିଛନ୍ତି ନବୀନ ନିବାସ । ଆଜିର ଗସ୍ତ ପରେ ଭୁବନେଶ୍ୱର ବିଜେଡି ରାଜନୀତି ଆହୁରି ସରଗରମ ହୋଇ ଉଠିଛି ।

ସେହପରି ଭୁବନେଶ୍ୱର ସାଂସଦ ପ୍ରାର୍ଥୀ ନେଇ ବିଜେଡ଼ିର ହବଢିଛି ଅଡ଼ୁଆ । ସାସଂଦ ପ୍ରାର୍ଥୀ ଦୌଡ଼ରେ ଏଣ୍ଚ୍ରି କରିଛନ୍ତି ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି । ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଛନ୍ତି ମିହିର ।

ନବୀନ ନିବାସରୁ ବାହାରି ମିହିର ମହାନ୍ତି ପ୍ରତିକ୍ରିୟା ଦେଇ କହିଛନ୍ତି 'ଶ୍ରୀମୟୀ ବୁଲିବା ଦ୍ୱାରା କଣ ପ୍ରଭାବ ପଡୁଛି ସେ କଥା ମୁଁ କହିବିନି । କିନ୍ତୁ ଏତିକି କହିବି, ମୁଁ ଭଲ ଟକ୍କର ଦେଇପାରିବି ।'

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+