ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ, 7 ଦିନ ଭିତରେ ଦାବି ପୂରଣ ପାଇଁ ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର
ଭୁବନେଶ୍ୱର: ସ୍ଥଗିତ ହେଲା ଅମଲାଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ । ପ୍ରତିଶ୍ରୁତି ମିଳିବା ପରେ ଆନ୍ଦୋଳନ ପ୍ରତ୍ୟାହାର କରାଯାଇଛି । 5 -ଟି ଅଧ୍ୟକ୍ଷଙ୍କ ସହ ଆଲୋଚନା ପରେ ଆନ୍ଦୋଳନ ପ୍ରତ୍ୟାହାର ନିଷ୍ପତ୍ତି ନେଇଛନ୍ତି ସଂଘ । ଏନେଇ ମିଳିତ ଅମଲା ମଞ୍ଚର ଆବାହକ ଚିତ୍ତରଞ୍ଜନ ତରାସିଆ ସୂଚନା ଦେଇଛନ୍ତି ।

ଗ୍ରେଡ ପେ' ଓ ଦରମା ବୃଦ୍ଧି ଦାବିରେ ଆଜିଠୁ କାର୍ଯ୍ୟବନ୍ଦ ଆନ୍ଦୋଳନ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା । ଗ୍ରେଡ ପେ 4200 ଟଙ୍କା ଦରମା ପାଇଁ ଦାବି କରୁଛନ୍ତି ଅମଲା । ଏଥିପାଇଁ ପୂର୍ବରୁ ଜୁନ୍ ମାସରେ ମଧ୍ୟ ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ଅମଲାଙ୍କ ଦାବି ଶୀଘ୍ର ସରକାର ପୂରଣ କରିବେ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଥିଲା । କିନ୍ତୁ ସରକାରଙ୍କ ଅସ୍ପଷ୍ଟ ନୀତି ପାଇଁ ପୁଣିଥରେ କାର୍ଯ୍ୟବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ ଅମଲା ସଂଘ ।
ଆଜିଠୁ ସମୂହ ଛୁଟିରେ ଯିବାକୁ ନିଷ୍ପତ୍ତି ନେଇଥିଲେ 30 ହଜାର ଅମଲା । ଏହା ପୂର୍ବରୁ ଜୁନ ମାସରେ ମଧ୍ୟ 16 ଦିନ ଧରି ଆନ୍ଦୋଳନ କରିଥିଲେ ଅମଲା । ସେତେବେଳେ ରାଜ୍ୟ ସରକାରଙ୍କଠୁ ଦାବି ପୂରଣର ପ୍ରତିଶ୍ରୁତି ପାଇ ଓହରିଥିଲେ । ହେଲେ ଏହା ଭିତରେ 6 ମାସ ବିତିବାକୁ ଯାଉଥିଲେ ବି ସରକାର ପ୍ରତିଶ୍ରୁତି ପୂରଣ ହୋଇ ନଥିଲା । ଏଥିପାଇଁ ସମୂହ ଛୁଟିରେ ଯିବା ସହ ଆନ୍ଦୋଳନ କରିବେ ବୋଲି ମିଳିତ ଅମଲା ମଞ୍ଚ ।












Click it and Unblock the Notifications