Get Updates
Get notified of breaking news, exclusive insights, and must-see stories!

ଗ୍ରାମବିକାଶ କ୍ଷେତ୍ରରେ ଆମ ଓଡ଼ିଶା ନବୀନ ଓଡିଶା ହେବ ସାରା ଭାରତବର୍ଷ ପାଇଁ ପଥ ପ୍ରଦର୍ଶକ - ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମବିକାଶ କରି ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଛି ମହତ୍ୱାକାଂକ୍ଷୀ ଯୋଜନା 'ଆମ ଓଡିଶା ନବୀନ ଓଡିଶା' । ପ୍ରତି ପଞ୍ଚାୟତ, ପ୍ରତି ଗାଁର ବିକାଶ ଉପରେ ରହିଛି ଫୋକସ୍ । ଏହି ଯୋଜନାରେ ସାମିଲ ହୋଇଛି ଆଉ ତିନି ଜିଲ୍ଲା । କାର୍ଯ୍ୟକ୍ରମର ୧୦ମ ଦିନରେ ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରି ଜିଲ୍ଲାକୁ ସାମିଲ କରାଯାଇଛି ।

ama odisha nabin odisha

ଆଜି ଆଭାସି ମାଧ୍ୟମରେ ତିନି ଜିଲ୍ଲା ମୟୁରଭଞ୍ଜ, ସମ୍ବଲପୁର ଓ ମାଲକାନଗିରିରେ ଆମ ଓଡ଼ିଶା ନବୀନ ଓଡ଼ିଶାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ଅବସରରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସଂସ୍କୃତିର ପ୍ରସାର ଓ ଆଧୁନିକ ଭିତ୍ତିଭୂମିର ଉନ୍ନତି ଆମର ଗାଁଗୁଡିକୁ ବିକାଶର ଶିଖରରେ ପହଞ୍ଚାଇବ । 'ଆମ ଓଡିଶା ନବୀନ ଓଡିଶା' କାର୍ଯ୍ୟକ୍ରମ ଗ୍ରାମବିକାଶ କ୍ଷେତ୍ରରେ ସାରା ଭାରତବର୍ଷପାଇଁ ପଥ ପ୍ରଦର୍ଶକ ହେବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ସେ ପୁଣି କହିଲେ ଯେ ଆମର ସୁଦୃଢ ସାଂସ୍କୃତିକ ଭିତ୍ତିଭୂମିରୁ ଆଧୁନିକ ବୈଷୟିକ ଜ୍ଞାନର ବିସ୍ତୃତ ଦିଗ୍‌ବଳୟକୁ ଛୁଇଁବା ନିମନ୍ତେ ନୂଆ ଓଡିଶା ତା'ର ଡେଣାକୁ ଆହୁରି ପ୍ରସାରିତ କରି ନୂଆ ଶିଖରରେ ପହଞ୍ଚିବ ଏବଂ ଆମେ ଗଢିବା ନୂଆ ଓଡିଶା ନବୀନ ଓଡିଶା ।

ସବୁ ଗାଁର ବିକାଶ ଆମର ଲକ୍ଷ୍ୟ। ଗାଁରେ ସମସ୍ତଙ୍କୁ ମିଳିବ ବିକାଶର ଗ୍ୟାରେଣ୍ଟି । ଗାଁ ଲୋକ ସମସ୍ତେ ଶିକ୍ଷା ଓ ସ୍ବାସ୍ଥ୍ୟର ଗ୍ୟାରେଣ୍ଟି ପାଇବେ। ଗାଁ ଗାଁରେ ସଂସ୍କୃତିର ସୁରକ୍ଷା ହେବ ଓ ଆଧୁନିକତାର ବିକାଶ ହେବ। ବିକଶିତ ଗାଁ ହେବ ଆଧୁନିକ ଓଡିଶାର ପରିଚୟ। ଓଡିଶା ହେଉଛି ଜଗନ୍ନାଥଙ୍କ ଭୂମି । ବିଶ୍ବ ପ୍ରେମ, ଶାନ୍ତି, ସଦ୍‌ଭାବ, ସମାନତା ଓ ସେବା ହେଉଛି ଜଗନ୍ନାଥ ସଂସ୍କୃତିର ବାର୍ତ୍ତା । ଜାତି, ଧର୍ମ, ସଂପ୍ରଦାୟ ନିର୍ବିଶେଷରେ ଏହା ସମସ୍ତଙ୍କୁ ନିଜର କରିପାରିଛି । ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ ପ୍ରତି ଗାଁ ଗାଁରେ ଜଗନ୍ନାଥ ସଂସ୍କୃତିର ସଂରକ୍ଷଣ କରାଯିବ। ପ୍ରତି ପୂଜାସ୍ଥଳୀର ବିକାଶ କରାଯିବ। ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ କରାଯିବ। ଆମର ଭବିଷ୍ୟତ ବଂଶଧର ମାନଙ୍କ ନିମନ୍ତେ ଏସବୁ ସଂସ୍କୃତି ଓ ଐତିହ୍ୟ ସ୍ଥଳୀ ଗୁଡିକର ସଂରକ୍ଷଣ ଓ ସୁରକ୍ଷା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଗାଁରେ ଡିଜିଟାଲ ଭିତ୍ତିଭୂମିର ବିକାଶ ଏହି ଯୋଜନାର ଅନ୍ୟତମ ଲକ୍ଷ୍ୟ । ଗାଁରେ ଇଣ୍ଟରନେଟ୍‌ ସଂଯୋଗ ମିଳିବ । ବିଜ୍ଞାନ ପାର୍କ ହେବ । ଦକ୍ଷତା ବିକାଶ କେନ୍ଦ୍ର ହେବ । Works hub ହେବ । Banking ସୁବିଧା ମିଳିବ। ଏହି କାର୍ଯ୍ୟକ୍ରମରେ ଗାଁର primary school ଗୁଡିକ ମଧ୍ୟ ସାମିଲ ହେବ। ଏହା ଆମର ଯୁବ ସମାଜ ପାଇଁ, ମା'ମାନଙ୍କ ପାଇଁ, ଚାଷୀ ଭାଇ ଭଉଣୀ ମାନଙ୍କ ପାଇଁ ଓ ଛାତ୍ରଛାତ୍ରୀ ମାନଙ୍କ ପାଇଁ ଅମାପ ସୁଯୋଗ ଆଣିବ ଏବଂ ଏକ ଆଧୁନିକ, ସଶକ୍ତ, ପ୍ରଗତିଶୀଳ ତଥା ସଂସ୍କୃତି ସଚେତନ ରାଜ୍ୟ ଭାବେ ଓଡିଶାର ପରିଚୟକୁ ଆହୁରି ଉଜ୍ଜଳ କରିବ।

ଏହି ନୂଆ ଓଡିଶାରେ ଆମର ଭିତ୍ତିଭୂମି ହେବ ସୁଦୃଢ ଓ ଡେଣା ହେବ ଶକ୍ତ ଏବଂ ଆକାଂକ୍ଷୀ ଓଡିଶା ପରିକଳ୍ପନା ପାଇବ ସାକାର ରୂପ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିବା ସହ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମର ସଫଳ ରୂପାୟନରେ ସମସ୍ତଙ୍କର ସହଯୋଗ କାମନା କରିଥିଲେ।

ଏଥିପାଇଁ ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନମଣ୍ଡଳୀକୁ ମିଳିଛି ୯୦.୫୦ କୋଟି ଟଙ୍କା । ଯଶିପୁର, କରଞ୍ଜିଆ, ସାରସକଣା ଓ ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀର ୧୩ଟି ବ୍ଲକ୍‌‌ର ୧୮୧ଟି ଗ୍ରାମ ପଞ୍ଚାୟତରେ ୨୪୨୭ଟି ପ୍ରକଳ୍ପ ହେବ। ସେହିପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନମଣ୍ଡଳୀ ପାଇଁ ୬୯ କୋଟି ଟଙ୍କା ମଂଜୁର ହୋଇଛି । ରେଢାଖୋଲ, ରେଙ୍ଗାଲି ଓ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ୯ଟି ବ୍ଲକ୍‌ର ୧୩୮ଟି ଗ୍ରାମପଞ୍ଚାୟତରେ ୧୮୦୧ଟି ପ୍ରକଳ୍ପ କରାଯିବ । ସେହିପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀ ଚିତ୍ରକୋଣ୍ଡା ଓ ମାଲକାନଗିରି ର ୭ଟି ବ୍ଲକ୍‌‌ର ୧୧୧ଟି ଗ୍ରାମ ପଞ୍ଚାୟତରେ ୧୪୩୦ଟି ପ୍ରକଳ୍ପ ପାଇଁ କୁ ମିଳିଛି ୫୫.୫୦ କୋଟି ଟଙ୍କା ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରି ରୂପାନ୍ତର କାର୍ଯ୍ୟକ୍ରମ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି କରିଛି ବୋଲି କହିଥିଲେ।

5T ତଥା ନବୀନ ଓଡିଶା ଅଧ୍ୟକ୍ଷ ଶ୍ରୀ ଭି.କେ. ପାଣ୍ଡିଆନ୍ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି କହିଲେ ଯେ ସମସ୍ତଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଆଗକୁ ବଢିବାର ବାଟ ଖୋଲିଛନ୍ତି। ସମସ୍ତଙ୍କ ମନରେ ଆତ୍ମବିଶ୍ୱାସ ସୃଷ୍ଟି ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ଏହା ହେଉଛି ୫ମ ପାଳି। ଏଥିରେ ସେ ମା'ମାନଙ୍କ ପାଇଁ ୫ଟି ଉପହାର ଦେଇଛନ୍ତି। ୫ ଟଙ୍କାରେ ଆହାର, ୫ ଟଙ୍କାରେ ଲକ୍ଷ୍ମୀ ବସ, ମମତାରେ ୫ ହଜାର ଟଙ୍କା, ମିଶନ ଶକ୍ତିରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବିନା ସୁଧରେ ଋଣ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସମସ୍ତଙ୍କ ପାଇଁ ୫ ଲକ୍ଷ, ମା' ମାନଙ୍କ ପାଇଁ ଆଉ ୫ ଲକ୍ଷ ଟଙ୍କା ଦିଆଯାଉଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ କହିଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ମୟୁରଭଞ୍ଜ ଜିଲ୍ଲାର ଯଶିପୁର ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୦.୧୫ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଖିଚିଙ୍ଗର ପ୍ରସିଦ୍ଧ ମା' କିଚକେଶ୍ୱରୀ ମନ୍ଦିରର ସୌନ୍ଦର୍ଯ୍ୟକରଣ, ଏହାର ମ୍ୟୁଜିୟମର ପୁନଃରୁଦ୍ଧାର ପାଇଁ ୯.୫୦ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଶିମିଳିପାଳ Tiger Reserveରେ ବନ୍ଧନ ନଦୀ ଉପରେ ଏକ ବୃହତ ସେତୁ ନିର୍ମାଣ ପାଇଁ ୬.୭୮ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ଦ୍ୱାରା Reserve Forest ଭିତରେ ରହୁଥିବା ୧୭୦୦ ଲୋକ ଉପକରା ପାଇବେ।

ସାରସକଣା ନିର୍ବାଚନ ମଣ୍ଡଳୀରେ ୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୪୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ଚନ୍ଦନପୁରରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୮.୬୬ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୪୬.୬୫ କୋଟି ଟଙ୍କା । ଏହା ସହିତ ବିଶୋଇରୁ ଶଙ୍ଖଭାଙ୍ଗ ପର୍ଯ୍ୟନ୍ତ ୧୩ କି.ମି. ଦୀର୍ଘ ବିକଳ୍ପ ଘାଟୀ ରାସ୍ତା ପାଇଁ ୨୬କୋଟି ଟଙ୍କା । ଏହି ୨ଟି ଗୁରୁତ୍ୱପୂର୍ଣ୍ଣ ଘାଟୀ ରାସ୍ତା ଯୋଗୁ ୨ ଲକ୍ଷ ଲୋକ ଉପକୃତ ହେବେ। ଏହା ଛଡା ୨ଟି କଲେଜ, ବାଙ୍କବାଳ ବନ୍ଧ ଓ ବିଞ୍ଜଧାର ଜଳପ୍ରପାତ ପାଇଁ ୨ଟି ପର୍ଯ୍ୟଟନ ପ୍ରକଳ୍ପ ମଧ୍ୟ ରହିଛି। ରାଇରଙ୍ଗପୁର ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୩.୨୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରାଇରଙ୍ଗପୁର ଗୋଶାଳା ପାଇଁ ୫ ଏକର ଜମି ଦିଆଯାଇଛି ଏବଂ ଏଥିପାଇଁ ୧୩.୩୪ କୋଟି ଟଙ୍କାର କର ଛାଡ କରାଯାଇଛି। ଏଥିରେ ୩୫୮ଟି ଗାଈଗୋରୁଙ୍କ ଯତ୍ନ ନିଆଯାଉଛି। ଗୁରୁ ଗମକେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ସମାଧି ସ୍ଥଳର ସୌନ୍ଦର୍ଯ୍ୟକରଣ ପାଇଁ ୧୦.୬୦ କୋଟି ଟଙ୍କା ମଞ୍ଜୁର କରାଯାଇଛି।

ଏହା ସହିତ ଝରଡିହିରୁ ଲେଲାମ ଘାଟୀ ପର୍ଯ୍ୟନ୍ତ ୫ କି.ମି. ରାସ୍ତା, ରାଇରଙ୍ଗପୁର କଲେଜ, ନେସା ବନ୍ଧର ସୌନ୍ଦର୍ଯ୍ୟକରଣ ଆଦି ଅନେକ ପ୍ରକଳ୍ପ ରହିଛି। କରଞ୍ଜିଆ ନିର୍ବାଚନ ମଣ୍ଡଳୀରେ ୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୦.୪୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ଠାକୁରମୁଣ୍ଡାରୁ ଉଦଳା ଦେଇ ରୂପ୍‌ସା ପର୍ଯ୍ୟନ୍ତ ସଡକ ପାଇଁ ୩୦.୯୦ କୋଟି ଟଙ୍କା, ଭୀମକୁଣ୍ଡ ପର୍ଯ୍ୟଟନ କ୍ଷେତ୍ରର ଉନ୍ନତିକରଣ ପାଇଁ ୭.୩୧ କୋଟି ଟଙ୍କା ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ଏହି ପରି ମୟୁରଭଞ୍ଜ ଜିଲ୍ଲାର ୪ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୫ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୦.୨୯ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ସମ୍ବଲପୁର ଜିଲ୍ଲାର ରେଢାଖୋଲ ନିର୍ବାଚନ ମଣ୍ଡଳୀରେ ୮ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୨୫.୫୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ସନ୍ଥ ଭୀମଭୋଇଙ୍କ ସ୍ମୃତି ପୀଠ ଓ ପ୍ରାପ୍ତି ପୀଠର ବିକାଶ ଓ ସୌନ୍ଦର୍ଯ୍ୟକରଣ ପାଇଁ ୮.୬୯ କୋଟି ଟଙ୍କା, ହୁମା ବକ୍ର ମନ୍ଦିର ଉନ୍ନତି ପାଇଁ ୮ କୋଟି, ରେଢାଖୋଲ ଜଗନ୍ନାଥ ମନ୍ଦିର ପାଇଁ ୨.୮୩ କୋଟି, ରେଢାଖୋଲ ପଞ୍ଚଖଣ୍ଡା ମନ୍ଦିର ପାଇଁ ୨ କୋଟି ଟଙ୍କା ମଞ୍ଜୁର ହୋଇଛି। ଏହା ସହିତ ଜୁଜୁମରାରେ ୨ଟି MIP ଓ ୨ଟି କଲେଜର ଉନ୍ନତିକରଣ ରହିଛି। ରେଙ୍ଗାଲି ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୫୮ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ କୁର୍ଲା ଥୁଣ୍ଟିକଟରବଗ, ଯୋଗୀ ପାଲି, ସପନେ ଆଦି ଅଞ୍ଚଳର ହୀରକୁଦ ବିସ୍ଥାପିତମାନଙ୍କ ଜମି ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯାଇଛି। ଏଥିପାଇଁ ହାଇଟେକ ସର୍ଭେ କରାଯାଇ ସମସ୍ତଙ୍କୁ ପଟ୍ଟା ଦିଆଯିବ।

ଚିପିଲିମାସ୍ଥିତ ପ୍ରସିଦ୍ଧ ମା' ଘଣ୍ଟେଶ୍ୱରୀ ମନ୍ଦିର ପାଇଁ ୧୦.୯୦ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଖୀଣ୍ଡାରେ ବୀର ସୁରେନ୍ଦ୍ର ସାଏଙ୍କ ସ୍ମୃତି ପୀଠକୁ ପର୍ଯ୍ୟଟନ କ୍ଷେତ୍ର ଭାବରେ ବିକଶିତ କରିବା ପାଇଁ ୬.୪୦ କୋଟି ଟଙ୍କା ଓ ଅନେକ ସଡକ ପ୍ରକଳ୍ପ ରହିଛି। କୁଚିଣ୍ଡା ନିର୍ବାଚନ ମଣ୍ଡଳୀରେ ୯ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୮.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ବାମ୍ରା ତହସିଲରେ ବିସ୍ଥାପିତମାନଙ୍କୁ ପଟ୍ଟା ଦେବା ପାଇଁ ହାଇଟେକ ସର୍ଭେ କରାଯାଉଛି। କେତୋଟି ଗୁରୁତ୍ୱପୂର୍ଣ୍ଣ ସଡକ ମଧ୍ୟ ରହିଛି। ଏଥିରେ କେସିବାହାଲରୁ ସରଗିଡିହି ପର୍ଯ୍ୟନ୍ତ ରାସ୍ତା ପାଇଁ ୧୬.୩୦ କୋଟି, ରାଜ୍ୟ ରାଜପଥ ୨୪ରୁ ଲରିଆପାଲି ରାସ୍ତା ପାଇଁ ୧୨ କୋଟି, ଫାସିମାଲରୁ ଷଣ୍ଢପଥର ସଡକ ପାଇଁ ୬ କୋଟି ଟଙ୍କା ସାମିଲ। ଏହି ପରି ସମ୍ବଲପୁର ଜିଲ୍ଲାର ୩ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୨୬ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୩୧.୮୪ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଶ୍ରୀ ପାଣ୍ଡିଆନ କହିଥିଲେ ଯେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟର ଜିଲ୍ଲାଗସ୍ତ ପରେ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ନିର୍ବାଚନ ମଣ୍ଡଳୀରେ ୨୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୮୮.୩୬ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଚିତ୍ରକୋଣ୍ଡାରେ ନୂଆ ସରକାରୀ ଡିଗ୍ରୀ କଲେଜ ପାଇଁ ମଧ୍ୟ ଅନୁମୋଦନ ଦିଆଯାଇଛି। ମାଥିଲି MIP ପାଇଁ ୫.୪୭ କୋଟି, ମାଛକୁଣ୍ଡ ଉପରେ ସେତୁ ପାଇଁ ୩୫ କୋଟି, କୁମଡାଗୁଡା ନଦୀ ଉପରେ ସେତୁ ପାଇଁ ୨୨ କୋଟି ଏବଂ ବିଭିନ୍ନ ପର୍ଯ୍ୟଟନ ପ୍ରକଳ୍ପ, ସ୍କୁଲ ଓ କଲେଜ ରହିଛି। ସେତୁ ଯୋଜନାରେ ୧୦ଟି ନୂଆ ପଞ୍ଚାୟତକୁ ସାମିଲ କରାଯାଇଛି। ମାଲକାନଗିରି ନିର୍ବାଚନ ମଣ୍ଡଳୀରେ ୨୦ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୭୬.୩୨ କୋଟି ଟଙ୍କା ମଞ୍ଜୁର କରାଯାଇଛି। ଏଥିରେ ରହିଛି ମଲିକେଶ୍ୱର ମନ୍ଦିର, ହରିଚାନ୍ଦ ଆଶ୍ରମ, ନରନାରାୟଣ ଆଶ୍ରମ, ମାନ୍ୟମକୋଣ୍ଡା ଗୁମ୍ଫାରେ ପର୍ଯ୍ୟଟନର ବିକାଶ, ବାଲିସାଗର ପୁଷ୍କରଣୀ, ସତୀଗୁଡା ଇକୋ ପାର୍କ ଓ ଅନେକ ସଡକ ପ୍ରକଳ୍ପ। ଏହି ପରି ମାଲକାନଗିରି ଜିଲ୍ଲାର ୨ଟି ନିର୍ବାଚନ ମଣ୍ଡଳୀରେ ସମୁଦାୟ ୪୧ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୧୬୪.୬୮ କୋଟି ଟଙ୍କା ମଞ୍ଜୁର କରାଯାଇଛି ବୋଲି ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ। ମାଲକାନଗିରି ପାଇଁ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ଧ୍ୟାନ ବିଷୟରେ ଆଲୋକପାତ କରି ସେ କହିଲେ ଯେ ମାଲକାନଗିରି ମୁଖ୍ୟମନ୍ତ୍ରୀ ସବୁଠାରୁ ପ୍ରିୟ। ଅନେକ ଜନକଲ୍ୟାଣକାରୀ ଯୋଜନା- ଲକ୍ଷ୍ମୀ, ଟଙ୍କିକିଆ ଚାଉଳ, ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ପ୍ରଭୃତି ଯୋଜନା ମାଲକାନଗିରିରୁ ହିଁ ଆରମ୍ଭ ହୋଇଛି। ମା' ମାନଙ୍କ ପାଇଁ ଅଧିକ ୫ ଲକ୍ଷ ମାଲକାନଗିରିରୁ ହିଁ ଆରମ୍ଭ ହୋଇଥିଲା।

ଏହିପରି ୩ଟି ଜିଲ୍ଲାରେ ସମୁଦାୟ ୯୨ଟି ଗୁରୁତ୍ୱପୂର୍ଣ୍ଣ ପ୍ରକଳ୍ପ ପାଇଁ ୪୫୬.୮୧ କୋଟି ଟଙ୍କା ମଞ୍ଜୁର ହୋଇଛି ବୋଲି 5T ଅଧ୍ୟକ୍ଷ ଶ୍ରୀ ପାଣ୍ଡିଆନ ସୂଚନା ଦେଇଥିଲେ।

ଏହି କାର୍ଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ, ବିଧାୟକ ଶ୍ରୀ ରୋହିତ ପୂଜାରୀ, ବିଧାୟକ ଶ୍ରୀ ପୂର୍ଣ୍ଣଚନ୍ଦ୍ର ବକ, ସମେତ ଜିଲ୍ଲାପରିଷଦ ସଭାପତି, ସଦସ୍ୟଗଣ, ବ୍ଲକ ଚେୟାରମ୍ୟାନ, ସ୍ଥାନୀୟ ସରପଞ୍ଚ ପ୍ରମୁଖ ଆଭାସୀ ମାଧ୍ୟମରେ ଆଲୋଚନାରେ ଭାଗ ନେଇଥିଲେ।
ସାରସକଣାରେ ଉପସ୍ଥିତ ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି କହିଲେ ଯେ ସାରା ଭାରତ ବର୍ଷରେ ମା' ମାନଙ୍କ ପାଇଁ, ଝିଅ ମାନଙ୍କ ପାଇଁ ଆଗକୁ ବଢିବାର ଯଦି ଅଧିକ ସୁଯୋଗ କୋଉଠି ଥାଏ, ତାହା ହେଉଛି ଓଡିଶା । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶାରେ ମହିଳାମାନେ ସଶକ୍ତ ହୋଇ ବିକାଶ ପଥରେ ଅଗ୍ରସର ହେଉଛନ୍ତି। କରଞ୍ଜିଆରେ ଉପସ୍ଥିତ ମନ୍ତ୍ରୀ ଶ୍ରୀମତୀ ବାସନ୍ତି ହେମ୍ବ୍ରମ କହିଲେ ଯେ ଏହି କାର୍ଯ୍ୟକ୍ରମ ଶ୍ରେଷ୍ଠ ଓଡିଶା ଗଠନର ଭିତ୍ତିଭୂମି ସୃଷ୍ଟି କରିଛି। ସମସ୍ତ ସ୍ଥାନୀୟ ନେତୃବୃନ୍ଦ କହିଥିଲେ ଯେ 5T ଅଧ୍ୟକ୍ଷ ଜିଲ୍ଲାଗସ୍ତ ସମୟରେ ଆମର ଯେଉଁ ସବୁ ପ୍ରସ୍ତାବ ନେଇଥିଲେ ସେସବୁ ମାତ୍ର ୭ଦିନ ଭିତରେ ସମାଧାନ ହୋଇଗଲା । ଏଭଳି ଅନୁଭବ ଆମ ପାଇଁ ସମ୍ପୂର୍ଣ୍ଣ ଭାବେ ନୂଆ ଓ ବିରଳ। ସେଥିପାଇଁ ମୁଖ୍ୟମନ୍ତ୍ରୀ ସାଢେ ୪ କୋଟି ଓଡିଆଙ୍କ ସବୁଠାରୁ ପ୍ରିୟ ମଣିଷ ବୋଲି ସେମାନେ କହିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+