ବିଧାନସଭା ଅଧିବେଶନ, 4 ରେ ବସିବ ସର୍ବଦଳୀୟ ବୈଠକ
ବିଧାନସଭା ଅଧିବେଶନ: ଆସନ୍ତା 5 ତାରିଖରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ । ଏହା ହେବ ଷୋଡଶ ବିଧାନସଭାର 15 ତମ ଅଧିବେଶନ । ଫେବୃଆରୀ 5 ରୁ 13 ତାରିଖ ପର୍ଯ୍ୟନ୍ତ ଚାଲିବ ଅଧିବେଶନ । ଅଧିବେଶନରେ ରହିଛି ମୋଟ 7ଟି କାର୍ଯ୍ୟ ଦିବସ । ଏଥିରେ କାମଚଳା ବଜେଟ ମଧ୍ୟ ରହିଛି ।

ଅଧିବେଶନ ପୂର୍ବରୁ 4 ତାରିଖରେ ବସିବ ସର୍ବଦଳୀୟ ବୈଠକ । ଗୃହ କାର୍ଯ୍ୟକୁ ସୁରୁଖୁରୁରେ ଶେଷ କରିବା ପାଇଁ ସର୍ବଦଳୀୟ ବୈଠକ ବସିବ । ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ବସୁଥିବା ସର୍ବଦଳୀୟ ବୈଠକରେ ଶାସକ ଓ ବିରୋଧିଙ୍କ ସହଯୋଗ ଲୋଡିବେ ବାଚସ୍ପତି ।
ଏହା ସହ ବିଧାନସଭା ଅଧିବେଶନ ପାଇଁ ଆସନ୍ତା 5 ତାରିଖରେ ହେବ ବିଜେଡି ବିଧାୟକ ଦଳ ବୈଠକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଧାନସଭାର 54 ନମ୍ବର ପ୍ରକୋଷ୍ଠରେ ବୈଠକ ବସିବ । କେଉଁ କେଉଁ ପ୍ରସଙ୍ଗକୁ ଗୃହରେ ଶାସକ ଦଳ ଉଠାଇବ, ସେନେଇ ରଣନୀତି ପ୍ରସ୍ତୁତ କରାଯିବ । ଏହାସହ ବିରୋଧୀ ମାନେ ଯେଉଁ ପ୍ରସଙ୍ଗ ଉଠାଇବେ ତାର ଗଠନ ମୂଳକ ଜବାବ ଦେବା ପାଇଁ ବୈଠକରେ ଆଲୋଚନା କରାଯିବ ।












Click it and Unblock the Notifications