Get Updates
Get notified of breaking news, exclusive insights, and must-see stories!

ଏଏସଆଇ ଏଲିଶ ଲୁଗୁନ୍ ମୃତ୍ୟୁ ଘଟଣା, ଅତି ଉତ୍ତେଜନାରୁ ହୋଇଛି ମୃତ୍ୟୁ

ଭୁବନେଶ୍ୱର: ଅତି ଉତ୍ତଜେନା ଯୋଗୁଁ ଉଦିତନଗର ଥାନା ଏଏସଆଇ ଏଲିଶ ଲୁଗୁନଙ୍କ ମୃତ୍ୟୁ ହୋଇଛି । ତାଙ୍କୁ କୌଣସି ମାଡ଼ ହୋଇନାହିଁ । କୌଣସି କ୍ଷତ ଚିହ୍ନ ମଧ୍ୟ ନାହିଁ । ଏ ନେଇ ପୋଷ୍ଟମର୍ଟମ ରିପୋର୍ଟରୁ ଜଣା ପଡ଼ିଛି ।

asi death case

ଭୁବନେଶ୍ୱର ଏମ୍ସରୁ ଆସିଥିବା ପୋଷ୍ଟ ମର୍ଟମ ରିପୋର୍ଟ କୁ ଆଧାର କରି ଏ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରାଉରକେଲା ଏସପି ମିତ୍ରଭାନୁ ମହାପାତ୍ର । ସେ କହିଛନ୍ତି, ଅତ୍ୟଧିକ ଉତ୍ତେଜିତ ହେବାରୁ ଏଲିଶ ଲୁଗୁନଙ୍କ ମୃତ୍ୟୁ ହୋଇଛି । ରିପୋର୍ଟରେ ମୃତ୍ୟୁ ମାଡ଼ରୁ ନୁହେଁ, ବରଂ ରୋଗ ଜନିତ ବୋଲି ଦର୍ଶାଯାଇଛି । ତାଙ୍କୁ କେହି ମାଡ଼ ମାରିନାହାଁନ୍ତି କି ତାଙ୍କ ଶରୀରରେ କୌଣସି କ୍ଷତ ଚିହ୍ନ ନାହିଁ । ଏଣୁ ଆଉ ଏହି ଘଟଣାରେ 302 ଦଫା ଲାଗିବ ନାହିଁ ରାଉରକେଲା ଏସପି କହିଛନ୍ତି ।

ଏହି ଘଟଣାରେ ଦୁଇ ଜଣ ଗିରଫ ହୋଇଛନ୍ତି । ତଦନ୍ତରେ ଆବଶ୍ୟକ ପଡିଲେ ଗିରଫ ଅଭିଯୁକ୍ତଙ୍କୁ ଅଧିକ ରିମାଣ୍ଡରେ ଅଣାଯାଇପାରେ । ଏକ ଦୁର୍ଘଟଣା ସ୍ଥଳକୁ ତଦନ୍ତ କରିବାକୁ ଯାଇଥିଲେ ଏଏସଆଇ । ଏହି ସମୟରେ ହଠାତ ତାଙ୍କର ମୃତ୍ୟୁ ଘଟିଥିଲା । ଅଭିଯୋଗ ରହିଛି ଯେ ଲୁଗୁନଙ୍କୁ ହତ୍ୟା କରାଯାଇଛି । ନିକଟରେ ରାଉରକେଲା ସହକାରୀ ଜିଲ୍ଲାପାଳ ସୁସ୍ମିତା ମିଞ୍ଜଙ୍କ ମୃତ ଦେହ ଉଦ୍ଧାର ହୋଇଥିଲା । ଏହି ମାମଲା ଏବେ ବି ରହସ୍ୟରେ ରହିଛି । କିନ୍ତୁ ଲୁଗୁନ ମୃତ୍ୟୁ ପୂର୍ବରୁ ସୁସ୍ମିତାଙ୍କ ସୁରକ୍ଷାରେ ଥିଲେ ବୋଲି ଜଣାପଡିଛି । ଏହାପରେ ହଠାତ ଲୁଗୁନଙ୍କ ମୃତ୍ୟୁକୁ ନେଇ ସନ୍ଦେହ ଉପୁଜିଛି ।

ସୂଚନାଯୋଗ୍ୟ, ସଞ୍ଜୟ ତାଙ୍କ ପତ୍ନୀ ଏଲିଶଙ୍କୁ ଉଦିତନଗର ଥାନାରେ ଛାଡି ଯାଇଥିଲେ । ସଞ୍ଜୟଙ୍କ କହିବାନୁଯାୟୀ ଉଦିତନଗର ଛାଡିବାବେଳେ ତାଙ୍କ ପତ୍ନୀ ଏଲିଶଙ୍କ ସ୍ୱାସ୍ଥ୍ୟ ଅବସ୍ଥା ସମ୍ପୂର୍ଣ୍ଣ ଭଲ ଥିଲା । ଅପରାହ୍ନ 3.45 ମିନିଟରେ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବା ଓ ସଂଧ୍ୟା 5 ଟାରେ କେମିତି ମୃତ୍ୟୁ ହେଲା ବୋଲି ପ୍ରଶ୍ନ କରିଥିଲେ । ଅପରାହ୍ନ ପ୍ରାୟ 3 ଟାରେ ଆର୍ଏମ୍ସି ଛକ ନିକଟରେ ବସ୍ -କାର ଧକ୍କାକୁ କେନ୍ଦ୍ରକରି ଦୁଇ ଗୋଷ୍ଠୀ ମଧ୍ୟରେ ମାଡ଼ପିଟ୍ ହୋଇଥିଲା । ଘଟଣାକୁ ନିୟନ୍ତ୍ରଣ କରିବାକୁ ପିସିଆର୍ ଭ୍ୟାନରେ ଏଏସ୍ଆଇ ଏଲିଶ ଓ ଅନ୍ୟ ଦୁଇ ପୋଲିସ କର୍ମଚାରୀ ସେଠାରେ ପହଞ୍ଚିଥିଲେ । ଏଏସ୍ଆଇ ଏଲିଶ ଉଭୟ ଗୋଷ୍ଠୀଙ୍କୁ ବୁଝାସୁଝା କରୁଥିବେଳେ ବେହୋସ ହୋଇ ତଳେ ପଡିଯାଇଥିଲେ । ଦୁଇ ପୁଲିସ କର୍ମଚାରୀ ଏଏସ୍ଆଇ ଲୁଗୁନଙ୍କ ଚିକିତ୍ସା ପାଇଁ ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଗଣ୍ଡଗୋଳ ବେଳେ ବିଲକୁଲ୍ ସୁସ୍ଥ ଥିବା ଦେଖାଯାଉଥିଲେ ASI ଲୁଗୁନ୍ । କିନ୍ତୁ ଏହାର କିଛି ସମୟ ପରେ ଅସୁସ୍ଥ ହୋଇଥିବା ଦର୍ଶାଇ ତାଙ୍କୁ ନିଆଯାଇଥିଲା ରାଉରକେଲା ସରକାରୀ ମେଡ଼ିକାଲକୁ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉଦିତନଗର ପୋଲିସ ଘଟଣାରେ 2 ଜଣଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+