ଆଜି ଠାରୁ ରାଜଧାନୀରେ ଅଜନ୍ତା ସର୍କସ
ଦୀର୍ଘ ବ୍ୟବଧାନ ପରେ ଅଜନ୍ତା ସର୍କସ ପୁଣିଥରେ ଭୁବନେଶ୍ୱରରେ ନିଜର ପ୍ରଦର୍ଶନୀ କରିବ । ରାଜଧାନୀବାସୀ ଦେଖିବେ ସର୍କସ । ବିଭିନ୍ନ ସୋ ପ୍ରଦର୍ଶନ ସହ ରହିଛି ଦଉଡ଼ି ଖେଳ । କଳାକାର ମାନେ ପ୍ରଦର୍ଶିତ କରିବେ ନିଜର ପରାକାଷ୍ଠା । ପ୍ରଦର୍ଶନୀ ପଡ଼ିଆରେ ପଡ଼ିଛି ଏହି ସର୍କସ ।

ବହୁ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ସର୍କସ ଆସିଥିବାରୁ ଏହା ରାଜଧାନୀବାସୀଙ୍କୁ ମଜାଦାର ଖୋରାକ ଯୋଗାଇବ । ସର୍କସରେ ପଶୁପକ୍ଷୀଙ୍କ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ରୁଷୀୟ କଳାକାରଙ୍କ ଦଉଡ଼ି ଖେଳ, ଜିମ୍ନାଷ୍ଚିକ୍ ଆଦିର ମଜା ନେଇପାରିବେ ଦର୍ଶକ ।
ଆଜି ପ୍ରଥମ ଦିନରେ ଅପରାହ୍ନ 4 ଟା ଓ ସନ୍ଧ୍ୟା 7 ଟାରେ ଦୁଇଟି ଶୋ' ହେବ । ରବିବାରଠାରୁ ଦିନ 1ଟା ସମେତ ମୋଟ 3 ଟି ସୋ ହେବ ।
ଉଲ୍ଲେଖ ଥାଉକି, ଗତ ୮ ତାରିଖରେ ସର୍କସ ଆରମ୍ଭ ହେବାକୁ ଥିବାବେଳେ କାଳବୈଶାଖୀ ଯୋଗୁଁ ଟେଣ୍ଟ ଭାଙ୍ଗି ନଷ୍ଟ ହୋଇଯାଇଥିଲା । ଏହାକୁ ମରାମତି ପରେ ଆଜିଠାରୁ ପୁଣି ସର୍କସ ଆରମ୍ଭ ହେବ ।
ସର୍କସର ସମୟ ଅଢେଇ ଘଣ୍ଟା ହେବ । ପ୍ରତିଦିନ 30 ରୁ 32 ଆଇଟମ୍ ରହିବ । ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଟିକେଟ୍ ମୂଲ୍ୟ ହ୍ରାସ କରାଯାଇଛି । ଟିକେଟ୍ ମୂଲ୍ୟ ରହିଛି 100, 150, 200 ଏବଂ 300 ଟଙ୍କା । ଦିନରେ ତିନିଟି ସୋ ପ୍ରଦର୍ଶନୀ ହେବ । ଅପରାହ୍ନ 1 ଟା, 4 ଟା ଏବଂ 7 ଟା ରେ ହେବ ତିନୋଟି ସୋ' ।












Click it and Unblock the Notifications