ରାଜଧାନୀବାସୀ ଦେଖିବେ ସର୍କସ, ଜାଣନ୍ତୁ କେଉଁଠି ଏବଂ କିପରି ଦେଖିବେ...

ଦୀର୍ଘ ବ୍ୟବଧାନ ପରେ ଅଜନ୍ତା ସର୍କସ ପୁଣିଥରେ ଭୁବନେଶ୍ୱରରେ ନିଜର ପ୍ରଦର୍ଶନୀ କରିଛି । ରାଜଧାନୀବାସୀ ଦେଖିବେ ସର୍କସ । ବିଭିନ୍ନ ସୋ ପ୍ରଦର୍ଶନ ସହ ରହିଛି ଦଉଡ଼ି ଖେଳ । କଳାକାର ମାନେ ପ୍ରଦର୍ଶିତ କରିବେ ନିଜର ପରାକାଷ୍ଠା । ପ୍ରଦର୍ଶନୀ ପଡ଼ିଆରେ ପଡ଼ିଛି ଏହି ସର୍କସ ।
ବହୁ ଦିନ ପରେ ରାଜଧାନୀ ଭୁବନେଶ୍ୱରରେ ସର୍କସ ଆସିଥିବାରୁ ଏହା ରାଜଧାନୀବାସୀଙ୍କୁ ମଜାଦାର ଖୋରାକ ଯୋଗାଇବ । ସର୍କସରେ ପଶୁପକ୍ଷୀଙ୍କ ପ୍ରଦର୍ଶନ ଉପରେ ପ୍ରତିବନ୍ଧକ ଲାଗିଥିବାରୁ ରୁଷୀୟ କଳାକାରଙ୍କ ଦଉଡ଼ି ଖେଳ, ଜିମ୍ନାଷ୍ଚିକ୍ ଆଦିର ମଜା ନେଇପାରିବେ ଦର୍ଶକ ।
ଅଜନ୍ତା ସର୍କସର ମ୍ୟାନେଜର ସଞ୍ଜିତ ଘୋଷାଲଙ୍କ ଅନୁଯାୟୀ, ଉଦ୍ଘାଟନୀ ସୋ ଗୁରୁବାର ଦିନ ହେବ ଏବଂ ଏହା ସହରରେ 40 ଦିନ ଧରି ଚାଲିବ । ସର୍କସର ସମୟ ଅଢେଇ ଘଣ୍ଟା ହେବ । ପ୍ରତିଦିନ 30 ରୁ 32 ଆଇଟମ୍ ରହିବ । ବଜାର ସ୍ଥିତିକୁ ଦୃଷ୍ଟିରେ ରଖି ଟିକେଟ୍ ମୂଲ୍ୟ ହ୍ରାସ କରାଯାଇଛି । ଟିକେଟ୍ ମୂଲ୍ୟ ରହିଛି 100, 150, 200 ଏବଂ 300 ଟଙ୍କା । ଦିନରେ ତିନିଟି ସୋ ପ୍ରଦର୍ଶନୀ ହେବ । ଅପରାହ୍ନ 1 ଟା, 3 ଟା ଏବଂ 7 ଟା ରେ ହେବ ତିନୋଟି ସୋ' ।












Click it and Unblock the Notifications