ଦୀପାବଳି ବାଣ ଧୂଆଁରେ ଅଣନିଶ୍ୱାସୀ ଟ୍ୱିନ୍ ସିଟି
ଭୁବନେଶ୍ୱର: ଦୀପାବଳି ବାଣ ଫୁଟାରେ ଧୂଆଁମୟ ଟ୍ୱିନ୍ ସିଟି । ରାଜ୍ୟ ରାଜଧାନୀ ସମେତ କଟକର ଆକାଶକୁ ବିଷାକ୍ତ ଧୂଆଁର ବଳୟ ଘୋଡ଼ାଇ ରଖିଛି । ମାତ୍ରାଧିକ ବାଣ ଧୂଆଁରେ ପ୍ରଦୂଷଣ ମାତ୍ରା ଅହେତୁକ ଭାବେ ବୃଦ୍ଧି ହୋଇଛି । ଭୁବନେଶ୍ୱରର ଲିଙ୍ଗରାଜ ମନ୍ଦିର ଅଞ୍ଚଳରେ ରାତି ଗୋଟାଏରେ ପ୍ରଦୂଷଣ ମାତ୍ରା 999 ରେକର୍ଡ କରାଯାଇଥିଲା । ସେହିପରି ପଟିଆ ଅଞ୍ଚଳରେ 676 ରେକର୍ଡ କରାଯାଇଛି । ଏହା ବାଦ୍ କଟକରେ ରାତି ଗୋଟାଏରେ ପ୍ରଦୂଷଣ ସ୍ତର 882 ରେକର୍ଡ ହୋଇଥିଲା ।

ସକାଳୁ ଭୁବନେଶ୍ବର ଆକାଶ ଧୂଆଁଳିଆ ଦେଖାଯାଉଥିଲା । ବାଣ ଫୁଟାଇବା ପରେ ବାୟୁର ଗୁଣବତ୍ତା ହ୍ରାସ ପାଇଛି । ଆକାଶ ଧୂଆଁମୟ ହୋଇ ରହିଛି । ବାଣ ଫୁଟାଇବା ଦ୍ୱାରା ଏପରି ସ୍ଥିତି ଉପୁଜିଥିବା କୁହାଯାଉଛି । କେବଳ ଭୁବନେଶ୍ୱର ନୁହଁ, କଟକରେ ମଧ୍ୟ ପ୍ରଦୂଷଣ ମାତ୍ରା ବୃଦ୍ଧି ପାଇଛି ।
11 ତାରିଖ (ଶନିବାର) ଅପେକ୍ଷା ଗତକାଲି ଦୀପାବଳିରେ ରାଜ୍ୟର ବିଭିନ୍ନ ସହରରେ ପ୍ରଦୂଷଣ ମାତ୍ରା ବଢ଼ିଥିଲା । 11 ତାରିଖରେ ବାଲେଶ୍ଵରରେ ହାରାହାରି ପ୍ରଦୂଷଣ 123 ଥିଲା ବେଳେ 12 ରିଖ ଦିନ 193.79 ରହିଥିଲା । ସେହିପରି ଅନୁଗୋଳରେ ପ୍ରଦୂଷଣ 11 ତାରିଖରେ 130 ଥିବା ବେଳେ 12 ତାରିଖରେ 194 ରହିଥିଲା । ତାଳଚେରରେ ପ୍ରଦୂଷଣ ମାତ୍ରା 11 ତାରିଖରେ 117 ରହିଥିବା ବେଳେ ଗତକାଲି ଦୀପାବଳିରେ ଏହା 214.95 କୁ ବୃଦ୍ଧି ପାଇଥିଲା ।
ମାତ୍ର କେଇ ଘଣ୍ଟାରେ ପ୍ରଦୂଷଣ ମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇବା ସହ ରେକର୍ଡ ସ୍ତରରେ ପହଞ୍ଚିଛି । ଗତକାଲି ରାତି ଗୋଟାଏ ସୁଦ୍ଧା ଏହି ରେକର୍ଡ ଛୁଇଁଛି ଟ୍ୱିନ ସିଟିର ବାୟୁମଣ୍ଡଳ ।
ତେବେ ସରକାରଙ୍କ ପକ୍ଷରୁ ଦୀପାବଳିରେ ବାଣ ଫୁଟାଇବା ପାଇଁ ବାରଣ କରାଯାଇ ଥିବା ବେଳେ ଏହି ନିୟମକୁ ଫୁ' କରି ଉଡ଼ାଇ ଦେଇଛନ୍ତି ରାଜ୍ୟବାସୀ । ରାତି ତମାମ ବାଣ ଫୁଟାଇବା ଯୋଗୁଁ ବାୟୁମଣ୍ଡଳରେ ପ୍ରଦୂଷଣର ମାତ୍ରା ଖୁବ ବୃଦ୍ଧି ପାଇଛି ।
-
ମାର୍ଚ୍ଚ ଶେଷ ସପ୍ତାହରେ ପ୍ରଳୟ କରିବ କାଳବୈଶାଖୀ -
ନିର୍ବାଚନ ସରିଲେ ବାହାହେବେ ବିଜୟ -
ଘରୋଇ ବସ୍ରେ ଅଗ୍ନିକାଣ୍ଡ, ବିଧାୟକ ମଙ୍ଗୁ ଖିଲଙ୍କ ସମେତ ସମସ୍ତ ଯାତ୍ରୀ ସୁରକ୍ଷିତ ଉଦ୍ଧାର -
ନାଟୋ'କୁ ଭୀରୁ କହି ବର୍ଷିଲେ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ -
Zomatoରୁ ଖାଇବା ଅର୍ଡର କରିବା ହେଲା ମହଙ୍ଗା, ବଢ଼ିଲା ପ୍ଲାଟଫର୍ମ ଫିସ୍ -
ଓଡ଼ିଆ ଖାଦ୍ୟ ପଖାଳକୁ ମିଳିଲା ଅନ୍ତର୍ଜାତୀୟ ପରିଚୟ -
ଆଜି ପବିତ୍ର ଇଦ୍-ଉଲ୍-ଫିତର୍, ଆଲିଙ୍ଗନ କରି ଜଣାଉଛନ୍ତି ଶୁଭେଚ୍ଛା





Click it and Unblock the Notifications