Get Updates
Get notified of breaking news, exclusive insights, and must-see stories!

ପରୀକ୍ଷା ହଲ୍ ଜଗିଛି AI, ଧରାପଡ଼ିଲା 7 ପରୀକ୍ଷା କେନ୍ଦ୍ରର ବିଭ୍ରାଟ

ଭୁବନେଶ୍ୱର: ଏଥର ମାଟ୍ରିକ୍ ପରୀକ୍ଷାରେ କଡ଼ାକଡ଼ି ହୋଇଛି ଯାଞ୍ଚ ପ୍ରକ୍ରିୟା । ପରୀକ୍ଷା ହଲ ଜଗିଛି AI । ପରୀକ୍ଷା ବେଳେ ହେଉଥିବା ବିଭ୍ରାଟ AI ନଜରରେ ପଡ଼ି ଯାଉଛି । ବାରମ୍ବାର ତାଗିଦ ସତ୍ତ୍ୱେ କେଉଁଠି ଅଧିକାରୀଙ୍କ ଖାମଖିଆଲିପଣ ଦେଖିବାକୁ ମିଳିଛି ତ କେଉଁଠି କଡ଼ା ଚେକିଂ ସତ୍ତ୍ୱେ ଛାତ୍ରଛାତ୍ରୀ ପାଖରେ କପି ରଖିଥିବା ଦେଖିବାକୁ ମିଳିଛି ।

Matric exam-AI

ଗତକାଲି ମାଟ୍ରିକ ପରୀକ୍ଷାର୍ଥୀମାନେ ଇଂରାଜୀ ବିଷୟରେ ପରୀକ୍ଷା ଦେଇଥିବା ବେଳେ ରାଜ୍ୟର ବିଭିନ୍ନ ସ୍ଥାନରେ ହୋଇଥିବା ବିଭ୍ରାଟ ଓ ତ୍ରୁଟି ସାମନାକୁ ଆସିଛି । ଚଳିତ ମାଟ୍ରିକ ପରୀକ୍ଷାରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI ର ସହାୟତା ନିଆଯାଇ ଥିବାରୁ ବିଭିନ୍ନ ପରୀକ୍ଷା କେନ୍ଦ୍ରରେ ହୋଇଥିବା ବିଭ୍ରାଟ ସାମ୍ନାକୁ ଆସିଛି ।

ମାଟ୍ରିକ ପରୀକ୍ଷାରେ ତ୍ରୁଟି ପାଇଁ କେନ୍ଦୁଝର ଜିଲ୍ଲା ସାହରପଡ଼ା ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କ ବଦଳି ହୋଇଥିବା ବେଳେ ହାଟଡିହି ସେଣ୍ଟର ସୁପରିଣ୍ଟେଣ୍ଡେଣ୍ଟଙ୍କୁ ବଦଳାଇବାକୁ ସୁପାରିସ୍ ହୋଇଛି । ସେହିପରି କେନ୍ଦୁଝରରେ ପ୍ରଶ୍ନ ପତ୍ର ଲିକ୍ ଅଭିଯୋଗର ତଦନ୍ତ ଚାଲିଛି । ତଦନ୍ତ ପରେ ସ୍ପଷ୍ଟ ହେବ ବୋଲି ସୂଚନା ଦେଇଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।

ଭଦ୍ରକର ମଦନମୋହନ ହାଇସ୍କୁଲରେ ପ୍ରଶ୍ନପତ୍ର ନିର୍ଦ୍ଧାରିତ ସମୟ ପୂର୍ବରୁ ଖୋଲାଯାଇଥିବା ଜଣାଯାଇଛି । ଯାଜପୁର ଗୋବିନ୍ଦ ଚନ୍ଦ୍ର ହାଇସ୍କୁଲରୁ ମଧ୍ୟ ସମାନ ଅଭିଯୋଗ ଆସିଛି । ନିର୍ଦ୍ଧାରିତ ସମୟ ପୂର୍ବରୁ ପ୍ରଧାନଶିକ୍ଷକଙ୍କ କାର୍ଯ୍ୟାଳୟରେ ପ୍ରଶ୍ନପତ୍ର ଖୋଲାଯାଇଥିବା ଘଟଣାକୁ ରେକର୍ଡ କରି ଦେଇଥିଲା AI । ସେଠାରେ ଭଦ୍ରକର ବନ୍ଧଗାଁ ନୋଡାଲ ହାଇସ୍କୁଲରେ ପ୍ରଶ୍ନପତ୍ରଗୁଡିକୁ ଲୁହା ବାକ୍ସରେ ରଖାଯାଇଥିଲା । ପ୍ରଶ୍ନପତ୍ର ଖୋଲା ହେବା ପର୍ଯ୍ୟନ୍ତ ପ୍ୟାକେଟ ଗୁଡିକ ବାହାରେ ରହିଥିଲା ।

ଯାଜପୁରର ପଲାଇ ହାଇସ୍କୁଲରେ ପରୀକ୍ଷାର୍ଥୀମାନେ ପାଖରେ କିଛି ଆପତ୍ତିଜନକ ସାମଗ୍ରୀ ରଖିଥିବା ଦେଖିବାକୁ ମିଳିଛି । ନବରଂଗପୁର ଡାବୁଗାଁ ସ୍ଥିତ ସରକାରୀ ୟୁଜି ହାଇସ୍କୁଲ ଓ ଗଜପତି ଆର. ଉଦୟଗିରିର ସରକାରୀ ହାଇସ୍କୁଲରେ ବିଭ୍ରାଟ ହୋଇଥିବା ଦେଖିବାକୁ ମିଳିଛି ।

କେଉଁଠୁ ଓ କିଭଳି ଏହି ବିଭ୍ରାଟ ଘଟିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବୋର୍ଡ କର୍ତୃପକ୍ଷ କିନ୍ତୁ ଏଭଳି ଭାଇରାଲ ଘଟଣାକୁ ଅସ୍ୱୀକାର କରିଛନ୍ତି । ଦ୍ୱିତୀୟ ଦିନର ମାଟ୍ରିକ୍ ପରୀକ୍ଷା ଶୃଙ୍ଖଳିତ ଭାବେ ଶେଷ ହୋଇଥିବା ବେଳେ କେହି ଦୃବୁର୍ତ୍ତ ପରୀକ୍ଷା ପରିଚାଳନାରେ ବିଭ୍ରାଟ ପାଇଁ ଏଭଳି କାଣ୍ଡ କରିଥିବା ବୋର୍ଡ ପକ୍ଷରୁ କୁହାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+