Get Updates
Get notified of breaking news, exclusive insights, and must-see stories!

ରବିବାର ଖୋଲା ରହିବ ଡାକ୍ତରଖାନା ପରିସର ବା ନିକଟରେ ଥିବା ଆହାର କେନ୍ଦ୍ର

ଭୁବନେଶ୍ୱର : ଜନସାଧାରଣଙ୍କୁ ମାତ୍ର 5 ଟଙ୍କାରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ନେଇ ରାଜ୍ୟ ସରକାର କୋଲିଥିବା ଆହାର କେନ୍ଦ୍ର ଏଣିକି ରବିବାର ମଧ୍ୟ ଖୋଲା ରହିବ । ରାଜ୍ୟର ଡାକ୍ତଖାନା ପରିସରରେ ବା ନିକଟରେ ଥିବା ସମସ୍ତ ଆହାର କେନ୍ଦ୍ର ରବିବାର ଦିନ ମଧ୍ୟ ଖୋଲା ରହିବ । ଏ ନେଇ ଗୃହ ଓ ନଗରଉନ୍ନୟନ ବିଭାଗ ତରଫରୁ ସମସ୍ତ ମହାନଗର ନିଗମ କମିଶନର ତଥା ସିଟି ଆହାର ସମିତି ସଭାପତି ଏବଂ ଜିଲ୍ଲାପାଳ ତଥା ଜିଲ୍ଲା ଆହାର ସମିତିର ସଭାପତିମାନଙ୍କୁ ଅବଗତ କରାଯାଇ ବିହିତ ପଦକ୍ଷେପ ଗ୍ରହଣ କରିବାକୁ କୁହାଯାଇଛି ।

ahara kendra

ସୂଚନାଥାଉକି, ଜନଗହଳିପୂର୍ଣ୍ଣ ସ୍ଥାନରେ ସାଧାରଣ ଲୋକଙ୍କୁ କମ୍ ମୂଲ୍ୟରେ ପୁଷ୍ଟିକର ଖାଦ୍ୟ ଯୋଗାଇବା ପାଇଁ ରାଜ୍ୟ ସରକାର ଏହି ଆହାର କେନ୍ଦ୍ର ଖୋଲିଛନ୍ତି । ରାଜ୍ୟର କୌଣସି ବ୍ୟକ୍ତି ଯେପରି ବୋକିଲା ନ ରିହବେ ସେ ନେଇ ସରକାରଙ୍କ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିଲା । ବର୍ତ୍ତମାନ 167 ଟି ଆହାର କେନ୍ଦ୍ର ରହିଛି । ସେଥିରୁ 82 ଟି କେନ୍ଦ୍ର ଡାକ୍ତରଖାନା ପରିସରରେ ରହିଛି । ଏହି 82 ଟି ରୁ 58 ଟିରେ ରାତ୍ରିକାଳିନ ଖାଦ୍ୟ ପରିବେଷଣ ସୁବିଧା ରହିଛି । ଏହିସବୁ କେନ୍ଦ୍ରମାନଙ୍କରେ ଡାକ୍ତଖାନା ମାନଙ୍କୁ ଆସୁଥିବା ରୋଗୀ ମାନଙ୍କର ପରିବାର ଲୋକ କିମ୍ବା ଆଟେଣ୍ଡାଂଟମାନେ ଉପକୃତ ହୋଇଥାଆନ୍ତି । ଏହି 82 ଟି କେନ୍ଦ୍ରରେ ଦୈନିକ ହାରାହାରି 48 ହଜାର ଲୋକ ଉପକୃତ ହୋଇଥାନ୍ତି । ରବିବାର କେନ୍ଦ୍ରଗୁଡିକ ବନ୍ଦ ରହୁଥିବାରୁ ସେମାନେ ଅସୁବିଧାର ସମ୍ମୁଖୀନ ହେଉଥିଲେ ।

ଏ ନେଇ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ଗୃହ ଓ ନଗର ଉନ୍ନୟନ ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇ ସେହି ସବୁ ଆହାର କେନ୍ଦ୍ର ଗୁଡିକୁ ରବିବାର ଦିନମାନଙ୍କରେ ଖୋଲା କରିବାକୁ ଅନୁରୋଧ କରଯାଇଥିଲା । ବିଭିନ୍ନ ଦିଗରୁ ବିଚାରକୁ ନେଇ ଗୃହ ଓ ନଗର ଉନ୍ନୟନ ବିଭାଗ ତରଫରୁ ରବିବାର ଦିନ ମାନଙ୍କରେ ସେହି ସବୁ ଆହାର କେନ୍ଦ୍ରଗୁଡିକ ଖୋଲା ରଖିବା ନିମନ୍ତେ ନିଷ୍ପତି ଗ୍ରହଣ କରାଯାଇଛି ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+