Get Updates
Get notified of breaking news, exclusive insights, and must-see stories!

ଡିଜିଟାଲ୍‌ ପ୍ଲାଟ୍‌ଫର୍ମ ‘କୃଷି ସମୀକ୍ଷା କେନ୍ଦ୍ର' ମାଧ୍ୟମରେ କୃଷି ମନ୍ତ୍ରୀ ଶ୍ରୀ ସ୍ୱାଇଁଙ୍କ ଖରିଫ ଚାଷର ସମୀକ୍ଷା

ଭୁବନେଶ୍ୱର : ଚଳିତ ଖରିଫରେ ମୌସୁମୀ ବର୍ଷାର ବିଳମ୍ବ ପରିପ୍ରେକ୍ଷୀରେ ଜିଲ୍ଲାରେ ବୃଷ୍ଟିପାତକୁ ଆଖି ଆଗରେ ରଖି ଚାଷୀମାନଙ୍କୁ ବିହନ, ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଯୋଗାଣ ଉପରେ କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ ମନ୍ତ୍ରୀ ଶ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଗୁରୁତ୍ୱାରୋପ କରିଛନ୍ତି । ଚାଷୀମାନଙ୍କ ଆବଶ୍ୟକତା ଅନୁସାରେ ବିହନ ଓ ସାର ଏବଂ ଫସଲ ଋଣ ସୁବିଧାରେ ଚାଷୀମାନଙ୍କ ନିକଟରେ ପହଞ୍ଚାଇବା ପାଇଁ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

 Ranendra Pratap Swain

ଆଜି କୃଷି ଭବନସ୍ଥିତ ଡିଜିଟାଲ୍‌ ପ୍ଲାଟ୍‌ଫର୍ମ କୃଷି ସମୀକ୍ଷା କେନ୍ଦ୍ର ମାଧ୍ୟମରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଖରିଫ ଚାଷ ଓ ଅନ୍ୟାନ୍ୟ ଯୋଜନା ସଂପର୍କରେ ସମୀକ୍ଷା କରିଥିଲେ । ଆଜିଠାରୁ ସାରା ରାଜ୍ୟରେ ମୌସୁମୀଜନିତ ବର୍ଷା ଆରମ୍ଭ ହୋଇଥିବା ପରିପ୍ରେକ୍ଷୀରେ ତଳିପକା କାର୍ଯ୍ୟ ଓ ରୋଇବା କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଏଥି ସହିତ ଜିଲ୍ଲାଗୁଡ଼ିକରେ ବୃଷ୍ଟିପାତର ସ୍ଥିତି ସମ୍ବନ୍ଧରେ ସମୀକ୍ଷା କରିଥିଲେ ଓ ସମ୍ଭାବ୍ୟ ଶୁଷ୍କ ପରିସ୍ଥିତି ଉପୁଜିଲେ ତାହାର ଉପଯୁକ୍ତ ପରିଚାଳନା ପାଇଁ କ୍ଷେତ୍ର ଅଧିକାରୀମାନଙ୍କୁ ସଜାଗ ରହିବାକୁ ପରାମର୍ଶ ଦେଇଥିଲେ ।ଏହି ଅବସରରେ ମନ୍ତ୍ରୀ ଶ୍ରୀ ସ୍ୱାଇଁ ବିଭିନ୍ନ ଜିଲ୍ଲାର ଫସଲ ଚାଷର ସଦ୍ୟତମ ସ୍ଥିତି, ବିହନ ଓ ସାରର ଯୋଗାଣ, ସବୁଜ ସାର ଧନିଚା ଚାଷ, ଆଳୁ, ପନିପରିବା ଓ ମସଲା ଚାଷର ପ୍ରଗତି ଓ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ର ଫାର୍ମପଣ୍ଡ ସମ୍ବନ୍ଧରେ ମଧ୍ୟ ସମୀକ୍ଷା କରିଥିଲେ ।

ସୂଚନାଯୋଗ୍ୟ ଯେ ଆଗାମୀ ଦିନରେ ଚାଷୀଙ୍କୁ କିଭଳି ସରକାରଙ୍କ ସମସ୍ତ ସହାୟତା ହାତପାଆନ୍ତାରେ ମିଳିବ ଏବଂ ସେମାନଙ୍କ ସମସ୍ୟାର ତ୍ୱରିତ ସମାଧାନ କରାଯାଇପାରିବ, କୃଷି କାର୍ଯ୍ୟକ୍ରମରେ ଆଧୁନିକ ପ୍ରଯୁକ୍ତିବିଦ୍ୟାର ପ୍ରୟୋଗ ଓ ବୈଷୟିକ ପଦ୍ଧତିର ବିଶ୍ଳେଷଣ କରିବା ପାଇଁ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୃଷି ସମୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି । ଏହି କୃଷି ସମୀକ୍ଷା କ୍ଷେତ୍ରକୁ ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ୨୦୨୩ ମସିହା ଅପ୍ରେଲ ୨୩ ତାରିଖରେ ପବିତ୍ର ଅକ୍ଷୟ ତୃତୀୟା ଦିନ ଶୁଭ ଉଦ୍‌ଘାଟନ କରିଥିଲେ ।

କୃଷି କ୍ଷେତ୍ରରେ ସମନ୍ୱିତ କମାଣ୍ଡ ଓ କଣ୍ଟ୍ରୋଲ ସୁବିଧା ଏହି କୃଷି ସମୀକ୍ଷା କେନ୍ଦ୍ରରେ ରହିଛି । କ୍ଷେତ୍ରସ୍ତରରୁ କୃଷି ବିଭାଗର ବିଭିନ୍ନ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କିତ ସଦ୍ୟତମ ତଥ୍ୟ ସଂଗ୍ରହ କରି ସେଗୁଡ଼ିକ କୃଷି ସମୀକ୍ଷା କେନ୍ଦ୍ରର ଡିଜିଟାଲ ପ୍ଲାଟ୍‌ଫର୍ମରେ ବିଶ୍ଳେଷଣ କରି ସମସ୍ତ କାର୍ଯ୍ୟକୁ ସମୀକ୍ଷା କରିବା ସହିତ ତ୍ୱରିତ ସମାଧାନ ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ଏହି କୃଷି ସମୀକ୍ଷା କେନ୍ଦ୍ର ସହାୟକ ହୋଇପାରିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

ବିଭିନ୍ନ ପ୍ରକାରର ବିପର୍ଯ୍ୟୟ, ପାଣିପାଗ ସମ୍ବନ୍ଧୀୟ ବିଭିନ୍ନ ତଥ୍ୟ ଓ କୃଷିକାର୍ଯ୍ୟରେ ଏହାର ପ୍ରଭାବ ନିର୍ଣ୍ଣୟ କରିବାରେ ସମୀକ୍ଷା କେନ୍ଦ୍ର ସହାୟକ ହୋଇଥାଏ । ଏହା ଦ୍ୱାରା କୃଷିକାର୍ଯ୍ୟକୁ ତଦାରଖ, ଉତ୍ତରଦାୟୀ ଓ ସ୍ୱଚ୍ଛ ଓ ବିଜ୍ଞାନଭିତ୍ତିକ ନିଷ୍ପତ୍ତି ନେବାରେ ସହାୟତା ଯୋଗାଇଥାଏ ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି । କୃଷକ ଓ କୃଷି କ୍ଷେତ୍ରରେ ଏହାର ଯଥେଷ୍ଟ ଉପଯୋଗ ରହିଥିବାରୁ ଭବିଷ୍ୟତରେ କୃଷି ସମୀକ୍ଷା କେନ୍ଦ୍ରର କାର୍ଯ୍ୟ ପରିସରକୁ ଅଧିକ ବ୍ୟାପକ କରାଯିବାର ଯୋଜନା ରହିଛି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+