ନାମଲେଖାରେ ବୟସ ବାଧା !

ଭୁବନେଶ୍ୱର : ଶିକ୍ଷା ବର୍ଷ 2023-24 ପାଇଁ ଆରମ୍ଭ ହୋଇଛି ନାମଲେଖା । ପ୍ରାଥମିକ ଶିକ୍ଷା ପାଇଁ ପ୍ରଥମ ଶ୍ରେଣୀ ନାମଲେଖାରେ ବୟସ ସାଜିଛି ବାଧା । ନୂତନ ଶିକ୍ଷା ନୀତି ପାଇଁ ନାମଲେଖାରେ ଉପୁଜିଛି ବାଧା । ଆଜିଠୁ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ଆରମ୍ଭ ହୋଇଛି । ଏଥିସହ ନାମଲେଖା ବି ଆରମ୍ଭ ହୋଇଛି । ହେଲେ ନୂତନ ଶିକ୍ଷା ନୀତି ପାଇଁ ପ୍ରଥମ ଶ୍ରେଣୀର ଅନେକ ଛାତ୍ରଛାତ୍ରୀ ନାମଲେଖାରୁ ବାଦ୍ ପଡ଼ିଛନ୍ତି ।

school

ପୂର୍ବରୁ 5 ବର୍ଷ ପୁରିଲେ ପ୍ରଥମ ଶ୍ରେଣୀରେ ନାମ ଲେଖାଯାଉଥିଲା । ଏବେ ଜାତୀୟ ଶିକ୍ଷନୀତି ଅନୁଯାୟୀ 6 ବର୍ଷ ହେଲେ ନାମଲେଖା ହେବ ବୋଲି କୁହାଯାଉଛି । ସେଥିପାଇଁ ନାଁ ଲେଖାଇବାକୁ ଆସିଥିବା ବହୁ ପାଞ୍ଚ ବର୍ଷର ପିଲାଙ୍କୁ ସ୍କୁଲଗୁଡିକ ଆଡ଼ମିଶନ ନ ଦେଇ ଫେରାଉଥିବା ଅଭିଯୋଗ ହୋଇଛି ।

ପିଲାଙ୍କୁ ପାଠପଢା ପ୍ରତି ଆକର୍ଷିତ କରିବା ପାଇଁ ସରକାର କେତେ କଣ ପଦକ୍ଷେପ ନେଉଛନ୍ତି । ବିନା ଖର୍ଚ୍ଚରେ ଶିକ୍ଷା ସହ ମାଗଣା ବହି, ମଧ୍ୟାହ୍ନ ଭୋଜନ ଆଦି କେତେ କଣ ବ୍ୟବସ୍ଥା ହେଉଛି । କିନ୍ତୁ ପିଲା ଆଡ଼ମିଶନ ପାଇଁ ଆସିଲେ ତାଙ୍କୁ ଫେରାଇ ଦିଆଯିବା ନୂତନ ଶିକ୍ଷାବର୍ଷ ଆରମ୍ଭରୁ ଏକ ଚିନ୍ତାଜନକ କଥା ବୋଲି କୁହାଯାଉଛି ।

ଅପ୍ରେଲ 3 ରୁ 8 ତାରିଖ ଯାଏଁ ନାମଲେଖା ଚାଲିବ । ପିଲାଙ୍କ ପାଇଁ ପାଠ୍ୟପୁସ୍ତକ ମଧ୍ୟ ପଠାସରିଛି । ଏପରିକି ପୂର୍ଣ୍ଣାଙ୍ଗ ସିଲାବସରେ ଏଥର ପାଠପଢା ହେବ । ଛୁଟି ମଧ୍ୟ ପୂର୍ବଭଳି ରହିବା ସହ ଅନ୍ୟାନ୍ୟ ପ୍ରକ୍ରିୟା ମଧ୍ୟ ସାଧାରଣ ହେବ । କିନ୍ତୁ ଆରମ୍ଭରୁ ଆଡ଼ମିଶନକୁ ନେଇ ଦ୍ଵନ୍ଦ ସୃଷ୍ଟି ହୋଇଥିବାରୁ ଅଭିଭାବକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+