ସକାଳେ ମନ୍ତ୍ରୀ, ସନ୍ଧ୍ୟାରେ ସଚିବଙ୍କ ବଦଳି

ଭୁବନେଶ୍ୱର: ହଠାତ୍ ଉଚ୍ଚଶିକ୍ଷା ମନ୍ତ୍ରୀ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବିଦା କରିବା ପରେ ଏହାକୁ ନେଇ ଚର୍ଚ୍ଚା ଥମି ନଥିବା ବେଳେ ସନ୍ଧ୍ୟାରେ ବଦଳି ହୋଇଛନ୍ତି ବିଭାଗୀୟ ସଚିବ । ଉଚ୍ଚଶିକ୍ଷା ବିଭାଗର ସଚିବ ବିଷ୍ଣୁପଦ ସେଠୀଙ୍କୁ ବଦଳି କରାଯାଇଛି । ତାଙ୍କୁ ସାଧାରଣ ପ୍ରଶାସନ ବିଭାଗର ଅଫିସର ଅନ ସ୍ପେଶାଲ ଡ୍ୟୁଟି ଭାବେ ବଦଳି କରାଯାଇଛି । ଵିଷ୍ଣୁପଦଙ୍କ ସ୍ଥାନରେ ଆଇଏଏସ୍ ଅରବିନ୍ଦ ଅଗ୍ରୱାଲଙ୍କୁ ଉଚ୍ଚଶିକ୍ଷା ଦାୟିତ୍ୱ ଦିଆଯାଇଛି । ସେହିପରି ଅର୍ଥ ସଚିବ ବିଶାଳ ଦେବଙ୍କୁ ଓଏଚ୍ପିସିର ଅତିରିକ୍ତ ଦାୟିତ୍ୱ ଦିଆଯାଇଛି ।
ସୂଚନାଥାଉକି, ଆଜି ସକାଳେ ରୋହିତ ପୂଜାରୀଙ୍କୁ ମନ୍ତ୍ରିମଣ୍ଡଳରୁ ବାଦ୍ ପକାଇଥିଲେ ମୁଖ୍ୟମନ୍ତ୍ରୀ । ସେ ରେଢ଼ାଖୋଲରୁ ଦୁଇଥର ବିଧାୟକ ଭାବେ ନିର୍ବାଚିତ ହୋଇଛନ୍ତି । ଏପରିକି ଗତ ବର୍ଷ ତାଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ କରାଯାଇଥିଲା । ବିଭାଗର ଖରାପ ପ୍ରଦର୍ଶନ ପାଇଁ ମନ୍ତ୍ରୀଙ୍କୁ ବାଦ୍ ପକାଯାଇଥିବା କୁହାଯାଉଛି । କିନ୍ତୁ ସେ ନିଜର ବେଷ୍ଟ୍ ଦେଇଛନ୍ତି ବୋଲି କହିଛନ୍ତି ରୋହିତ ।












Click it and Unblock the Notifications